Posted inଜାତୀୟ

ଦ୍ୱିତୀୟଥର ବିବାହ କରିବେ ଆଇଏଏସ୍‌ ଟପ୍ପର ଟିନା ଡାବି

ନୂଆଦିଲ୍ଲୀ,୨୯।୩: ୨୦୧୫ର ସିଭିଲ ସର୍ଭିସରେ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଟିନା ଡାବି ଦ୍ୱିତୀୟଥର ବିବାହ କରିବାକୁ ଯାଉଛନ୍ତି। ନିକଟରେ ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି ବିଷୟରେ ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ତାଙ୍କ ପୋଷ୍ଟରେ ଟିନା ଏହାର କ୍ୟାପସନ ଦେଇଛନ୍ତି, ‘ତୁମେ ଦେଉଥିବା ହସକୁ ମୁଁ ପିନ୍ଧିଛି।’ ପ୍ରଦୀପ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଫଟୋରେ ଟିନା ନାଲି ରଙ୍ଗର ଶାଢି ପିନ୍ଧିଛନ୍ତି ଏବଂ ପ୍ରଦୀପ ଗାୱାଣ୍ଡେ ନାଲି ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ଟିନା ଏବଂ ପ୍ରଦୀପଙ୍କ ବିବାହ ମଧ୍ୟ ସ୍ବତନ୍ତ୍ର। କାରଣ ଏହା ଉଭୟଙ୍କ ଦ୍ୱିତୀୟ ବିବାହ।
ଏହାପୂର୍ବରୁ, ୨୦୧୫ରେ ଟିନା ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ଟପ କରି ଚର୍ଚ୍ଚାରେ ରହିଥିଲେ। ସେ ୨୦୧୮ରେ ଆଇଏଏସ ଅତହର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ପ୍ରଥମ ଏବଂ ଅମିର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ଟ୍ରେନିଂ ସମୟରେ ପ୍ରେମରେ ପଡିଥିଲେ ଏବଂ ପ୍ରାୟ ଏକ ବର୍ଷର ସମ୍ପର୍କ ପରେ ଦୁହେଁ ୨୦୧୮ ମସିହାରେ ବିବାହ କରିଥିଲେ। ୨୦୨୦ରେ ଉଭୟଙ୍କର ଛାଡପତ୍ର ହୋଇଥିଲା।

 

View this post on Instagram

 

A post shared by Tina Dabi (@dabi_tina)


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri