Posted inଜାତୀୟ

ସରିଲା ଚର୍ଚ୍ଚିତ ଆଇଏଏସ୍‌ ଅଫିସର ଯୋଡ଼ି ଟିନା- ପ୍ରଦୀପଙ୍କ ବିବାହ: ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ,୨୨।୪: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଚର୍ଚ୍ଚିତ ଆଇଏଏସ୍‌ ଅଫିସର ଯୋଡ଼ି ଟିନା ଡାବି ଏବଂ ଡା. ପ୍ରଦୀପ ଗାୱେଣ୍ଡେ। ଜୟପୁରର ଏକ ପଞ୍ଚତାରକା ହୋଟେଲରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଏହି ବିବାହ ବେଳର  ଫଟୋ ସାମ୍ନାକୁ ଆସିଛି। ବିବାହ ବେଳେ ଉଭୟ ବେଶ ଖୁସିଥିବା ନଜର ଆସିଛନ୍ତି। ଫଟୋଟି ସାମ୍ନାକୁ ଆସିବା ପରେ ଅନେକ ସୋସିଆଲ ମିଡିଆରେ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତେବେ ଗତ ବୁଧବାର ବ୍ୟକ୍ତିଗତ ସମାରୋହରେ ଉଭୟଙ୍କ ବିବାହ ହୋଇଥିବା ବେଳେ ଶୁକ୍ରବାର ଭୋଜି କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି।

୨୦୧୬ ବ୍ୟାଚ୍‌ ଆଇଏଏସ ଅଫିସର ଟିନା ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ପ୍ରଦୀପ ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର। ଉଭୟେ ରାଜସ୍ଥାନରେ ପୋଷ୍ଟିଂ ହୋଇଛନ୍ତି। ଟିନା ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ଅର୍ଥ ବିଭାଗଗରେ ଯୁଗ୍ମ ନିର୍ଦ୍ଦେଶକ ଥିବା ବେଳେ ପ୍ରଦୀପ ଐତିହ୍ୟ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ଅଛନ୍ତି। କରୋନା କାଳରେ ଦୁହିଙ୍କୁ ପରିବହନ ସମ୍ପର୍କିତ ଦାୟିତ୍ୱ ମିଳିଥିବା ସମୟରେ ସମ୍ପର୍କ ଯୋଡ଼ି ହୋଇଥିଲା। ପରେ ଉଭଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା।

ତେବେ ୨୯ ବର୍ଷୀୟ ଟିନାଙ୍କ ଏହା ଦ୍ୱିତୀୟ ବିବାହ । ସେ ୨୦୧୮ରେ ଆଇଏଏସ୍‌ ଅଫିସର ଅତହର ଖାନ୍‌ଙ୍କୁ ବିବାହ କରିଥିଲେ। ପରେ ମାତ୍ର ୨ବର୍ଷ ଅର୍ଥାତ୍‌ ୨୦୨୧ରେ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri