Categories: ଜାତୀୟ

ବିରସା ମୁଣ୍ଡା ଜେଲ ପହଞ୍ଚିବା ପରେ ବେହୋସ ହୋଇଗଲେ ଆଇଏଏସ ପୂଜା ସିଂଘଲ

ରାଞ୍ଚି,୧୨ ।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୮ କୋଟି ମନରେଗା ଘୋଟାଲା ମାମଲାରେ ଆଇଏଏସ ପୂଜା ସିଂଘଲଙ୍କୁ ଗିରଫ କରିଛି । ସେ ଗୁରୁବାରଠାରୁ ୫ ଦିନିଆ ଇଡି ରିମାଣ୍ଡରେ ରହିବେ । ଏଥିଲାଗି ଇଡି ଗୁରୁବାର ଦିନ ୧୦ଟା ୧୫ ମିନିଟରେ ବିରସା ମୁଣ୍ଡା ଜେଲରେ ପହଞ୍ଚିବ । ମିଳିଥିବା ସୂଚନା ଅନୁଯାୟୀ ପୂଜା ବୁଧବାର ରାତିରେ ବିରସା ମୁଣ୍ଡା ଜେଲରେ ପହଞ୍ଚିବା ପରେ ତାଙ୍କର ବ୍ଲଡ ପ୍ରେସର ବଢିଯିବାରୁ ସେ ବେହୋସ ହୋଇଯାଇଥିଲେ । ଏହାପରେ ଜେଲ ପ୍ରଶାସନ ପକ୍ଷରୁ ତାଙ୍କର ଚିକିତ୍ସା କରାଯିବାରୁ ସେ ସୁସ୍ଥ ହୋଇଥିଲେ । ଏହାପରେ ତାଙ୍କୁ ମହିଳା ୱାର୍ଡକୁ ପଠାଇ ଦିଆଯାଇଥିଲା ।

Share