Categories: ଜାତୀୟ

ଖାଲି ପାଦରେ ବନ୍ୟାଞ୍ଚଳ ବୁଲିଲେ ଆଇଏଏସ୍‌ ଅଧିକାରୀ

ଦିଶପୁର,୨୮।୫: ଆସାମ ବନ୍ୟାରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଥିବା କାଛରା ଜିଲା ପରିଦର୍ଶନ କରିଥିଲେ ଆଇଏଏସ୍‌ ଅଧିକାରୀ କୀର୍ତ୍ତି ଜାଲ୍ଲି। ପରିଦର୍ଶନ ବେଳର ଫଟୋ ଏବେ ସୋସିଆଲ ମିଡ଼ିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କୀର୍ତ୍ତି ଖାଲି ପାଦରେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବାର ଏକ ଫଟୋ ଆଇଏଏସ୍‌ ଅଫିସର ଅଓ୍ବନିଶ ଶରନ୍‌ ଟୁଇଟରରେ ଶେୟାର କରିଛନ୍ତି। କିର୍ଥୀ କାଦୁଅ ଲଗା ଗୋଡ଼ରେ ଛିଡ଼ା ହୋଇ ସେଠାକାର ଜଣେ ସ୍ଥାନୀୟ ମହିଳାଙ୍କ ସହ କଥା ହେଉଥିବା ଫଟୋରେ ଦେଖିବାକୁ ମିଳିଛି। ତେବେ ଆଇଏଏସ୍‌ ଅଧିକାରୀଙ୍କ ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

Share