Categories: ଜାତୀୟ

କାନ୍ଦି କାନ୍ଦି ଜେଲ ଗଲେ ଆଇଏଏସ ଛବି ରଞ୍ଜନ

ରାଞ୍ଚି,୬।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କୋର୍ଟ ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଆଇଏଏସ ଛବି ରଞ୍ଜନଙ୍କୁ ଶୁକ୍ରବାର ବିଚାର ବିଭାଗୀୟ ହେପାଜତରେ ଜେଲ ପଠାଇ ଦେଇଛନ୍ତି। ବେଆଇନ ବିକ୍ରୟ ତଥା ସେନା ଦଖଲ କରିଥିବା ଜମି କ୍ରୟ ସହ ଜଡିତ ଥିବା ଅଭିଯୁକ୍ତ ଛବି ରଞ୍ଜନଙ୍କୁ ପ୍ରାୟ ୧୦ ଘଣ୍ଟା ପଚରା ଉଚରା ପରେ ଗୁରୁବାର ଗିରଫ କରାଯାଇଥିଲା। କୋର୍ଟରେ କଲେଜିୟମ ଡେ ଥିବାରୁ ଶୁକ୍ରବାର ଇଡି ତାଙ୍କୁ ରିମାଣ୍ଡରେ ନେଇ ପାରି ନ ଥିଲା।
ଜେଲ ଯିବା ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଥିଲା। ବିପି, ସୁଗାର, ପଲ୍ସ ସବୁ ସାମାନ୍ୟ ଥିବା ବେଳେ କୋଭିଡ ରିପୋର୍ଟ ବି ନେଗେଟିଭ ଥିଲା। କୋର୍ଟରେ ହାଜର ହେବା ପରେ ଯେତେବେଳେ ସେ ବାହାରକୁ ଆସିଥିଲେ ତାଙ୍କ ଆଖିରେ ଲୁହ ଦେଖାଯାଇଥିଲା। ସେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ବି ଲୁଚାଇ ପାରି ନ ଥିଲେ।

Share