IAS ସ୍ତରରେ ବଡ଼ ଅଦଳବଦଳ: ବଦଳିଲେ ପୁରୀ ଜିଲାପାଳ, ୪୮ ଜଣ IASଙ୍କୁ ଅଦଳବଦଳ

ଭୁବନେଶ୍ୱର,୨୨।୭: IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ଏହି ଅଦଳବଦଳରେ ସଚିବଙ୍କ ସହ କିଛି ଜିଲାର ଜିଲାପାଳ ମଧ୍ୟ ବଦଳି ହୋଇଛନ୍ତି। ରାତି ଅଧରେ ଆସିଲା ବଡ଼ ଖବର । IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୪୮ ଜଣ IASଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସବୁଠୁ ବଡ଼ କଥା ହେଉଛି ପୁରୀ ଜିଲ୍ଲାପାଳଙ୍କୁ ବଦଳାଇଛନ୍ତି ରାଜ୍ୟ ସରକାର । ଚଞ୍ଚଳ ରାଣାଙ୍କୁ BMC କମିଶନର ଭାବେ ନିଯୁକ୍ତି ମିଳିଛି । ରଥଯାତ୍ରା ଅଘଟଣ ପରେ ସେ ପୁରୀ ଜିଲାପାଳ ଭାବେ ଦାୟିତ୍ବ ନେଇଥିଲେ । ବର୍ତ୍ତମାନ ତାଙ୍କର ବଦଳି କରାଯାଇଛି ।

ସେହିପରି ରୁପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ। ସଚିନ ରାମଚନ୍ଦ୍ର ଯାଦବ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ନିଯୁକ୍ତ। ସେହିପରି ଭୁପେନ୍ଦ୍ର ସିଂ ପୁନିଆ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ନିଯୁକ୍ତ। ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ RDC ଭାବେ ଅତିରିକ୍ତ ଦାୟିତ୍ୱ। ସଞ୍ଜୀବ କୁମାର ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ। ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଭାସ୍କରଜ୍ୟୋତି ଶର୍ମା ହେଲେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ। ସଂଗ୍ରାମ କେଶରୀ ମହାପାତ୍ର ଦକ୍ଷିଣାଞ୍ଚଳ RDC ଭାବେ ନିଯୁକ୍ତ। ବିଜୟ କୁମାର ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ।

ଅମ୍ରିତ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତ। କନ୍ଧମାଳ ଜିଲ୍ଲାପାଳ ଥିଲେ ଅମ୍ରିତ ଋତୁରାଜ। ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାପାଳ ଥିଲେ ୨୦୧୬ ବ୍ୟାଚ୍‌ର ଦିବ୍ୟଜ୍ୟୋତି ପରିଡ଼ା। ସୋମେଶ କୁମାର ଉପାଧ୍ୟାୟ ହେଲେ ମାଲକାନଗିରି ଜିଲ୍ଲାପାଳ। ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ। ଆଶିଷ ଈଶ୍ବର ପାଟିଲ୍ ଢେଙ୍କାନାଳ ଜିଲ୍ଲାପାଳ। କୀର୍ତ୍ତି ଭାସନ ଭି- ଗଞ୍ଜାମ ଜିଲ୍ଲାପାଳ। ମନୋଜ ସତ୍ୟବାନ ମହାଜନ କୋରାପୁଟ୍ ଜିଲ୍ଲାପାଳ। ବେଦଭୂଷଣ କନ୍ଧମାଳ ଜିଲ୍ଲାପାଳ। କୁଲକର୍ଣ୍ଣି ଆଶୁତୋଷ ସି ରାୟଗଡ଼ା ଜିଲ୍ଲାପାଳ। ମଧୁସ୍ମିତା- ଗଜପତି ଜିଲ୍ଲାପାଳ। ଚୌହାନ କୁନାଲ୍ ମୋତିରାମ- ଝାରସୁଗୁଡ଼ା ଜିଲ୍ଲାପାଳ। ବିଭୂତି ଭୂଷଣ ନାୟକ ବୌଦ୍ଧ ଜିଲ୍ଲାପାଳ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri