Categories: ଫୁରସତ

ସେପଟେ ଚାଲିଥିଲା ଆଇଏଏସ୍‌ ଟ୍ରେନିଂ, ଏପଟେ ପ୍ରେମରେ ପଡ଼ିଥିଲେ ଏହି ଅଫିସର ଯୋଡ଼ି

ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାଶନାଲ ଏକାଡେମୀରେ ଆଇଏଏସ୍‌ର ଟ୍ରେନିଂ ଦିଆଯାଇଥାଏ। ପ୍ରତି ବର୍ଷ ୟୁପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଧିକାରୀମାନେ ଏଠାରେ ଟ୍ରେନିଂ ନେବାକୁ ପହଞ୍ଚିଥାନ୍ତି। ଏହି ସେଣ୍ଟରରେ ଅନେକ ପ୍ରେମକାହାଣୀ ଗଢ଼ି ଉଠିଛି। ସେଥିରୁ ଗୋଟିଏ ହେଲା ଆଇଏଏସ୍‌ ଅନମୋଲ ସାଗର ଏବଂ ଆଇଏଫ୍‌ଏସ୍‌ କନିଷ୍କା ସିଂହଙ୍କ ପ୍ରେମକାହାଣୀ। ଉଭୟ ୨୦୧୮ରେ ୟୁପିଏସ୍‌ସି ପାସ୍‌ କରିଥିଲେ। ଦୁହେଁ ଟ୍ରେନିଂ ସମୟରେ ପରସ୍ପରର ନିକଟତର ହୋଇଥିଲେ।

ଅନମୋଲଙ୍କ ର଼୍ୟାଙ୍କ ୪୧୪ ଥିବା ବେଳେ କନିଷ୍କାଙ୍କର ଥିଲା ୪୧୬। ଧିରେ ଧିରେ ଦୁହେଁ ଟ୍ରେନିଂ ସମୟରେ ପରସ୍ପରକୁ ଭଲପାଇ ବସିଥିଲେ। ଟ୍ରେନିଂ ଶେଷ ହେବା ପରେ ଉଭୟ ଚାକିରିରେ ଯୋଗଦାନ କରିଥିଲେ। ପରେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଏବେ ଦୁହେଁ ସୋସିଆଲ ମିଡିଆରେ ସବୁଠାରୁ ହିଟ୍‌ କପଲ୍‌ ମଧ୍ୟରୁ ଜଣେ ପାଲଟିଛନ୍ତି। ଲୋକେ ଦୁହିଁଙ୍କୁ ଏକାଠି ଦେଖି ଯୋଡି ହେବ ତ ଏଭଳି ବୋଲି ମତ ରଖୁଛନ୍ତି।

Share