‘ଲୋକଙ୍କ ହୃଦୟ ଜିତିବି’

ମୁମ୍ବାଇ: ଟେଲି ଅଭିନେତ୍ରୀ ହୀନା ଖାନ୍‌ଙ୍କୁ କିଏ ନ ଜାଣେ। କିଛିଦିନ ହେବ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଲକ୍‌ଡାଉନ୍‌ରେ ହୀନା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ମଧ୍ୟ ଅଛନ୍ତି। ସେ ତାଙ୍କ ଭିନ୍ନ ଶୈଳୀରେ ଫ୍ୟାନ୍‌ମାନଙ୍କ ଏଣ୍ଟରଟେନମେଣ୍ଟ କରୁଥିବା ଦେଖିବାକୁ ମିଳିଛି। ସେ କେତେବେଳେ ନିଜର ଫିଟ୍‌ନେସ୍‌ ଭିଡିଓ ତ ଆଉ କେତେବେଳେ ନିଜର ଡେଲି ଲାଇଫ୍‌ରେ ମସ୍ତି କରୁଥିବା ଭିଡିଓ ଶେୟାର କରୁଛନ୍ତି। ତେବେ କଲର୍ସରେ ପ୍ରସାରିତ ହେଉଥିବା ‘ନାଗୀନ -୫’ରେ ତାଙ୍କୁ ଦେଖିବାକୁ ମିଳିବ।
ନିକଟରେ ହୀନା ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି, ଯାହାକୁ ଦେଖିଲେ ଜଣେ ପ୍ରଶଂସା ନ କରି ରହିପାରିବନି। ଫଟୋଗୁଡ଼ିକ ବୋଲ୍ଡ ଏବଂ କାତିଲାନା ଅନ୍ଦାଜ୍‌ର। ଏହି ଫଟୋକୁ ଶେୟାର କରି ସେ ଲେଖିଛନ୍ତି ଯେ, ‘କାଲି ନାଗୀନ କେ ଜୈସି ଜୁଲ୍‌ଫେ ମେରି କାଲୀ କାଲୀ’ ନିଜକୁ ଏପରି ଗଢ଼ିବାକୁ ହେଲେ ନିଜ ଉପରେ ଭରସା ରଖିବାକୁ ପଡ଼ିବ। ଟିଭି ଏବଂ ବଲିଉଡ୍‌ରେ ହୀନା ଖାନ୍‌ ବେଶ୍‌ ସଫଳ। ତାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ବହୁତ ଅଧିକ। କିଛିଦିନ ହେଲା ସେ ବଲିଉଡ୍‌ରେ ମଧ୍ୟ ଏଣ୍ଟ୍ରି କରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସେତେଟା ସଫଳତା ମିଳିନି। ସେ ନେପୋଟିଜିମ୍‌ ବିରୋଧରେ ମୁହଁ ଖୋଲି କହିଛନ୍ତି ଯେ, ବଲିଉଡ୍‌ରେ ଷ୍ଟାର କିଡ୍ସଙ୍କୁ ବେଶୀ ପ୍ରାଧାନ୍ୟ ଦିଆଯାଇଥାଏ। ଟେଲି ଦୁନିଆରୁ ଗଲେ କେହି ସେତିକି ସପୋର୍ଟ କରି ନ ଥାନ୍ତି। ମୋର ଫିଲ୍ମ ଫ୍ଲପ୍‌ ହୋଇଛି ସତ କିନ୍ତୁ ମୁଁ ହାରିଯାଇନି। ଆଗକୁ ଯିବା ପାଇଁ ଚେଷ୍ଟା ଜାରି ରଖିଛି। ଲୋକଙ୍କ ହୃଦୟ ନିଶ୍ଚିତ ଜିତିବି। ଟ୍ୟାଲେଣ୍ଟ ନ ଥିଲେ ମଣିଷ କେବେ ଆଗକୁ ଯାଇପାରେ ନାହିଁ। ଶେଷରେ ସେ ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଡେଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ମୁଭି ‘ଦିଲ ବେଚାରା’ ଦେଖିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଅପିଲ କରିଛନ୍ତି। ଏହି ମୁଭି ଗତ ୨୪ ତାରିଖରେ ଡିଜନୀ ହଟ୍‌ଷ୍ଟାରରେ ରିଲିଜ୍‌ ହୋଇଛି।

Share