‘ମୁଁ ଯେବେ ମୁହଁ ଖୋଲିବି, ରାଜ୍ୟ ବଦଳିବ‘

ଭୁବନେଶ୍ୱର,୬।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣା ନୂଆ ମୋଡ ନେଉଛି। ମଙ୍ଗଳବାର ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ମାତ୍ର ୩୦ ମିନିଟ୍‌ରେ ପ୍ରମାଣ ସହ ଏକ୍ସକ୍ଲୁସିଭ ତଥ୍ୟ ଦେବି। ମୁଁ କେବେବି ଛାଡ଼ିବିନି। ମୁଁ ଯେବେ ମୁହଁ ଖୋଲିବି ସେତେବେଳେ ସାରା ରାଜ୍ୟ ପରିବତ୍ତର୍ନ ହୋଇଯିବ ବୋଲି ଅର୍ଚ୍ଚନା କହିଛନ୍ତି ।