Posted inଜାତୀୟ

ନୀତୀଶଙ୍କ ସହ ମିଶି ସୋନିଆଙ୍କୁ ଭେଟିବେ ଲାଲୁ, କହିଲେ ସରକାର ଭାଙ୍ଗି ଯିବାରୁ ବିଳିବିଳାଉଛନ୍ତି ଶାହା

ପାଟନା,୨୪ ।୯: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ବିହାର ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବିହାରର ମେଣ୍ଟ ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହାକୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଲାଲୁ ପ୍ରସାଦ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ଓ ନୀତୀଶ କୁମାର ଖୁବଶୀଘ୍ର ସୋନିଆ ଗାନ୍ଧୀଙ୍କୁ ଭେଟିବୁ । ସେ ଆହୁରି ମଧ୍ୟ କହିଛନ୍ତି ବିହାରରେ ଭାଜପା ମେଣ୍ଟ ସରକାର ଭାଙ୍ଗିଯିବା ପରେ ଶାହା ବିଳିବିଳାଉଛନ୍ତି ।

ଲାଲୁ ଆହୁରି ମଧ୍ୟ କହିଛନ୍ତି, ଶାହା ଏବେ ଚିନ୍ତାରେ କାରଣ ବିହାରରେ ତାଙ୍କ ସରକାର ସଫା ହୋଇଯାଇଛି । ୨୦୨୪ରେ ବି ଏମିତି ହେବ । ସେଥିପାଇଁ ସେ ଏଣେତେଣେ ଦୌଡୁଛନ୍ତି ଆଉ କହୁଛନ୍ତି ‘ଜଙ୍ଗଲ ରାଜ’ । ଗୁଜରାଟରେ ରହି ସେ କ’ଣ କଲେ ବୋଲି ଲାଲୁ ପ୍ରଶ୍ନ କରିଛନ୍ତି । ଲାଲୁ କହିଛନ୍ତି ଗୁଜରାଟରେ ଯେବେ ଭାଜପା ଥିଲା ସେତେବେଳେ ଜଙ୍ଗଲ ରାଜ ଥିଲା । ୨୦୨୪ ନିର୍ବାଚନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଲାଲୁ କହିଛନ୍ତି, ହଁ ୨୦୨୪ରେ ଆମେ ମୋଦି ସରକାରଙ୍କୁ ଓପାଡି ଫୋପାଡି ଦେବୁ । ତେବେ ମୋତେ ଏହି କଥା କେତେଥର କହିବାକୁ ପଡିବ ବୋଲି ପାଲଟା ପ୍ରଶ୍ନ କରିଥିଲେ ଲାଲୁ ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ବିହାରରେ ହୋଇଥିବା ଏକ ରାଲିରେ ସମ୍ବୋଧନ ଦେବା ଅବସରରେ ଶାହା କହିଥିଲେ ସ୍ୱାର୍ଥ ପାଇଁ ନୀତୀଶ କୁମାର ଲାଲୁ ଯାଦବଙ୍କ କୋଳରେ ବସିଛନ୍ତି । ଆହୁରି ମଧ୍ୟ କହିଥିଲେ ମୋର ବିହାର ଗସ୍ତକୁ ଦେଖି ଲାଲୁ-ନୀତୀଶଙ୍କ ପେଟରେ ଯନ୍ତ୍ରଣା ହେଉଛି । ଏହି ସମୟରେ ସେ ବିହାରର ଆଇନ ବ୍ୟବସ୍ଥ।।କୁ ନେଇ ବି ପ୍ରଶ୍ନ ଉଠାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri