‘ଅସହାୟ ଲୋକଙ୍କୁ ସାହାଯ୍ୟ କରିବି’

ମୁମ୍ବାଇ: ଅଭିନେତ୍ରୀ ନିଧି ଅଗ୍ରଓ୍ବାଲ ଟଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବେଶ୍‌ ପରିଚିତ। ଦେଖିବାକୁ ଯେମିତି ସୁନ୍ଦରୀ, ଅଭିନୟ ମଧ୍ୟ ସେତିକି ଭଲ। ସମଗ୍ର ଦେଶରେ କରୋନା ପାଇଁ ତାଲା ବନ୍ଦ ହୋଇ ରହିଥିବାବେଳେ ନିଧି ତାଙ୍କ ଫିଗର୍‌ ଏବଂ କ୍ୟାରିୟର ପ୍ରତି ବେଶ୍‌ କନ୍‌ସସ ଅଛନ୍ତି। ସେ ଲକ୍‌ଡାଉନ୍‌ରେ ନିଜ ଘରେ ରହି ସବୁଦିନ ଯୋଗ କରୁଛନ୍ତି। ନିଧି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ତାଙ୍କ ଫ୍ୟାନ୍‌ଙ୍କ ସହ ସବୁବେଳେ ଲାଇଭ୍‌ ଚାଟ୍‌ କରିବାକୁ ଭଲ ପାଆନ୍ତି। ସେ ଏହି ଲକ୍‌ଡାଉନ୍‌ରେ ମଧ୍ୟ ରିଫ୍ରେଶିଂ ମୁଡ୍‌ରେ ଅଛନ୍ତି। ସେଥିଲାଗି ଇନ୍‌ଷ୍ଟାରେ ଏକ ପୋଷ୍ଟ ଶେୟାର କରି କହିଛନ୍ତ, ମୁଁ ବଲିଉଡ୍‌ ଅଭିନେତ୍ରୀଙ୍କୁ ଟକ୍କର ଦେବାକୁ ପୂରା ପ୍ରସ୍ତୁତ। ସୋମବାର ନିଧି ତାଙ୍କର ୨୭ତମ ଜନ୍ମଦିନ ପାଳନ କରି କହିଛନ୍ତି ଏବେ କୌଣସି ଶୁଟିଂ ନ ଥିବାରୁ ଫ୍ୟାମିଲି ମେମ୍ବରରଙ୍କ ସହ ବାର୍ଥ ଡେ ସେଲିବ୍ରେଟ୍‌ କରିଛି। ସେଥିପାଇଁ ମୁଁ ବହୁତ ଖୁସି। ଆଗକୁ ଫିଲ୍ମ କରିବା ସହ ଏକ ଚାରିଟେବଲ୍‌ ଟ୍ରଷ୍ଟ କରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ଏହି ଡ୍ରିମ୍‌ ମୁଁ କେବେଠୁ ଦେଖିଛି, ତେବେ ବହୁ ଜଲ୍‌ଦି ଏହାକୁ ପୂରଣ କରିବି। ତାଙ୍କ ବାର୍ଥଡେ’ରେ ଫ୍ୟାନ୍‌ମାନେ ତାଙ୍କୁ ଢେରସାରା ଓ୍ବିଶ୍‌ କରିଥିଲେ। ସେଥିଲାଗି ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଫ୍ୟାନ୍‌ମାନେ ତାଙ୍କୁ ଏମିତି ଭଲ ପାଉଥାନ୍ତୁ ବୋଲି କହିଛନ୍ତି। ଆଗକୁ ବଲିଉଡ୍‌ରେ ତାଙ୍କର ୪ଟି ଫିଲ୍ମ ଆସିବାର ଅଛି। ତେବେ କରୋନା ପାଇଁ ସବୁ ବନ୍ଦ ରହିଛି।

Share