ରାଗରେ ନିଆଁବାଣ ପୁଟିନ: କହିଲେ,ମୁଁ ତାଙ୍କୁ ବର୍ବାଦ କରିଦେବି

ମସ୍କୋ,୨୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩୪ ଦିନ ହେବ ଜାରି ରହିଛି। ଉଭୟ ଦେଶର ପ୍ରତିନିଧୀମାନେ ଗୋଟିଏ ପରେ ଗୋଟିଏ ବୈଠକ ପାଇଁ ଇସ୍ତାନବୁଲରେ ପହଞ୍ଚିଛନ୍ତି। ଯୁଦ୍ଧ ଶେଷ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ ସହ ସାକ୍ଷାତ କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି। କିନ୍ତୁ ପୁଟିନ କହିଛନ୍ତି ଯେ, ସର୍ତ୍ତ ଗ୍ରହଣ କରିବା ପରେ ହିଁ ସାକ୍ଷାତ ହୋଇପାରିବ। ଏସବୁ ମଧ୍ୟରେ ଜେଲେନସ୍କିଙ୍କ ଏକ ଲିଖିତ ନୋଟ ଯୋଗୁ ପୁଟିନ ରାଗରେ ନିଆଁବାଣ ହୋଇଛନ୍ତି। ରାଗରେ ପୁଟିନ ସେହି ନୋଟ୍‌ର ଉତ୍ତରରେ କହିଛନ୍ତି, କହିଦିଅ ମୁଁ ତାଙ୍କୁ ବର୍ବାଦ କରିଦେବି।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷିଆର ରାଷ୍ଟ୍ରପତି ପୁଟିନଙ୍କୁ ଏକ ନୋଟ ଲେଖି ତାଙ୍କୁ କୌଣସି ସର୍ତ୍ତ ବିନା ଯୁଦ୍ଧ ଶେଷ କରିବାକୁ କହିଥିଲେ। ଜେଲେନସ୍କି ଚେଲ୍ସ ଫୁଟବଲ କ୍ଲବ ମାଲିକ ରୋମାନ ଆବ୍ରାମୋଭିଚଙ୍କ ଦ୍ୱାରା ରୁଷିଆର ରାଷ୍ଟ୍ରପତି କାର୍ଯ୍ୟାଳୟକୁ ଏହି ଚିଠି ପଠାଇଥିଲେ। ପୁଟିନ ଏହି ନୋଟ ପଢିବା ପରେ ରାଗିଯାଇ ଅବ୍ରାମୋଭିଚଙ୍କୁ କହିଥିଲେ, ମୁଁ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେବି। ଜେଲେନସ୍କି ଆମର ସମସ୍ତ ସର୍ତ୍ତ ଗ୍ରହଣ କରନ୍ତୁ, ନଚେତ୍‌ ଫଳାଫଳ ଖରାପ ହେବ।

Share