ମାର୍ଚ୍ଚ ୨୧ରେ ମତେ କରାଯିବ ଗିରଫ: ଟ୍ରମ୍ପ…

ଓ୍ବାଶିଂଟନ,୧୮।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ ଶୀଘ୍ର ଜେଲ ଯିବେ। ଏନେଇ ସେ ନିଜେ ଦାବି କରିଛନ୍ତି। ମାର୍ଚ୍ଚ ୨୧ ମଙ୍ଗଳବାର ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ତେଣୁ ସମର୍ଥକମାନେ ଏକଜୁଟ ହେବାକୁ ସେ ଆହ୍ବାନ ଦେଇଛନ୍ତି। ମେନହଟ୍ଟନ ଜିଲା ଆଟର୍ନିଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ କ୍ରମେ ତାଙ୍କୁ ହଶ୍‌ ମନି ମାମଲାରେ ଗିରଫ କରାଯାଇପାରେ ବୋଲି ଟ୍ରମ୍ପ୍‌ ସୂଚନା ପ୍ରଦାନ କରିଛନ୍ତି।

ତେବେ ଏହି ମାମଲାରେ ପ୍ରମାଣ ସମ୍ପର୍କରେ ସେ କୌଣସି ସୂଚନା ପ୍ରଦାନ କରି ନାହାନ୍ତି। ଏହି ମାମଲା ପର୍ନଷ୍ଟାର ଡେନିୟଲଙ୍କ ସହିତ ସମ୍ପର୍କିତ। ତାଙ୍କର ପ୍ରକୃତ ନାମ ଷ୍ଟିଫେନି କିଲଫୋର୍ଡ। ସେ ଅଭିଯୋଗ କହିଛନ୍ତି ଯେ, ଏକ ଦଶକ ପୂର୍ବରୁ ଟ୍ରମ୍ପଙ୍କ ସହିତ ତାଙ୍କର ସମ୍ପର୍କ ଥିଲା। ମାତ୍ର ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତିି। ୨୦୧୬ ଅକ୍ଟୋବରରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଡେନିୟଲଙ୍କୁ ଚୁପ୍‌ ରହିବା ପାଇଁ ୧.୩୦ ଲକ୍ଷ ଡଲାର ଟଙ୍କା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।

Share