Posted inଜାତୀୟ

ସାପକୁ ଚୁମ୍ବନ ଦେଉଥିଲେ, ଏମିତି ଘଟିଲା ସହଜେ କରିପାରିବେନି ବିଶ୍ୱାସ

ମୋରାଦାବାଦ,୧୭ା୬:ଉତ୍ତରପ୍ରଦେଶର ଅମରୋହା ଜିଲା ହୈବତପୁର ଗ୍ରାମରେ ଜଣେ ବ୍ୟକ୍ତି ରିଲ୍ସ ପାଇଁ ସାପକୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ବେଳେ ସାପ ତାଙ୍କ ଜିଭକୁ ଚୋଟ ଦେଇଥିଲା। ଏବେ ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସାରେ ଜିତେନ୍ଦ୍ର କୁମାର (୫୦) ନାମକ ଜଣେ କୃଷକ ଏକ ସାପକୁ ଉଦ୍ଧାର କରିଥିଲେ। ସେ ଉକ୍ତ ସାପ ସହ କିଛି ସମୟ ପାଇଁ ଖେଳିଥିଲେ ଏବଂ ଏହାର ରିଲ୍ସ ମଧ୍ୟ କରିିଥିଲେ। ନିଜ ଫଲୋଅର୍ସଙ୍କୁ ପ୍ରଭାବିତ କରିବା ପାଇଁ ସେ ସାପକୁ ବେକରେ ଗୁଡ଼ାଇ ବିଭିନ୍ନ ଷ୍ଟଣ୍ଟ୍‌ କରିବା ସହ ଅନେକ ପୋଜ୍‌ ମଧ୍ୟ ଦେଇଥିଲେ। ଏହି ସମୟରେ ସେଠାରେ ଅନେକ ଦେଖଣାହାରୀ ତାଙ୍କର ଭିଡିଓ ପ୍ରସ୍ତୁତ କରିଥିଲେ। ଗ୍ରାମବାସୀଙ୍କ ଅନୁଯାୟୀ, ସେତେବେଳେ ଜିତେନ୍ଦ୍ର ନିଶାରେ ଥିଲେ ଏବଂ ସାପ ସହ ଷ୍ଟଣ୍ଟ୍‌ କରୁଥିବା ସମୟରେ ସେ ଧୂମପାନ ମଧ୍ୟ କରୁଥିଲେ। ଏହି ସମୟରେ ଜିତେନ୍ଦ୍ର ସାପକୁ ଚୁମ୍ବନ ଦେବା ପାଇଁ ସାପର ମୁଣ୍ଡକୁ ନିଜ ମୁହଁ ପାଖକୁ ଆଣିଥିଲେ। ସେ ସାପ ଆଡ଼କୁ ନିଜ ଜିଭ ବଢ଼ାଇଥିଲେ, ଫଳରେ ସାପଟି ତାଙ୍କ ଜିଭକୁ କାମୁଡ଼ି ଦେଇଥିଲା। ଯନ୍ତ୍ରଣାରେ ଜିତେନ୍ଦ୍ର ସାପଟିକୁ ଫୋପାଡ଼ି ଦେଇଥିଲେ। ଏହାପରେ ସାପଟି ନିକଟରେ ଥିବା ବୁଦା ଭିତରେ ପଶିଯାଇଥିଲା। ଏହା ଦେଖି ଭିଡିଓ କରୁଥିବା ଦେଖଣାହାରିମାନେ ଆତଙ୍କିତ ହୋଇପଡ଼ିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଥିବାବେଳେ ଅନେକ ୟୁଜର୍ସ ଜିତେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି। ହୈବତପୁର ଗ୍ରାମର ମୁଖିଆ ଜୟକିରତ ସିଂ କହିଛନ୍ତି, ସାପ କାମୁଡ଼ା ପରେ ଜିତେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ଖରାପ ହୋଇଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୋରାଦାବାଦର ଏକ ଘରୋଇ ହସ୍ପିଟାଲକୁ ରେଫର କରିଥିଲେ, ଯେଉଁଠାରେ ଏବେ ସେ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଚିକିତ୍ସିତ ହେଉଛନ୍ତି। ଜିତେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଜୟକିରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri