Categories: ଖେଳ

ପୁଣି ମନର ଯନ୍ତ୍ରଣା ପ୍ରକାଶ କଲେ ଯୁବରାଜ: କହିଲେ ଧୋନୀ…

ଭାରତୀୟ କ୍ରିକେଟ୍‌ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଯୁବରାଜ ସିଂ ଅନ୍ୟତମ। ସେ ୨୦୦୭ ଟି-2୨୦ବିଶ୍ୱକପ୍‌ ଏବଂ ୨୦୧୧ ବିଶ୍ୱକପ୍‌ ବିଜେତା ଦଳର ସଦସ୍ୟ ଥିଲେ। ୨୦୦୭ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଟି -୨୦ ବିଶ୍ୱକପ ଜିତିଥିଲା। ତେବେ ଟି -୨୦ ବିଶ୍ୱକପ ଜିତିବାରେ ଯୁବରାଜଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ଯୁବରାଜ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ୬ଟି ବଲରେ ୬ଟି ଛକା ମାରିଥିଲେ। ନିକଟରେ ଏକ ସାକ୍ଷାତକାରରେ ଯୁବରାଜ କହିଛନ୍ତି, ୨୦୦୭ରେ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଏକଦିବସୀୟ ବିଶ୍ୱକପ୍‌ ଖେଳାଯାଇଥିଲା। ଏଥିରେ ଭାରତୀୟ ଦଳ ପ୍ରଥମ ପର୍ଯ୍ୟାରୁ ବିଦାୟ ନେଇଥିଲା। ଫଳରେ ଭାରତୀୟ କ୍ରିକେଟରେ ବହୁ ଅସନ୍ତୋେ ଦେଖାଦେଇଥିଲା। ବିଶ୍ୱକପ୍‌ ପରେ ସିନିୟର୍‌ ଖେଳାଳିମାନେ ଦଳରୁ ବ୍ରେକ୍‌ ନେଇଥିଲେ। କାରଣ ସେମାନେ ଟି-୨୦ ବିଶ୍ୱକପ୍‌କୁ ସେତେଟା ଗମ୍ଭୀରତାର ସହ ନେଉ ନ ଥିଲେ। ସେ ସମୟରେ ବିଶ୍ୱକପ୍‌ରେ ଭାରତର ପ୍ରତିନିଧିତ୍ୱ କରିବାକୁ ମୁଁ ଆଶା ରଖିଥିଲି। କିନ୍ତୁ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ଦାୟିତ୍ୱ ମିଳିଥିଲ। ଏହାସତ୍ତ୍ୱେ ମୁଁ ନିରାଶ ନ ହୋଇ ମୋ ପ୍ରଦର୍ଶନ କରିଚାଲିଥିଲି ବୋଲି ସେ କହିଛନ୍ତି। ମୁଁ ସବୁବେଳେ ଧୋନୀଙ୍କୁ ସମର୍ଥନ କରୁଥିଲି। ୬ ଛକା ମାରିବା ପରେ ଧୋନୀ ବହୁତ୍‌ ଖୁସି ଥିଲେ।

Share