‘ଓଡ଼ିଶାରେ ସବୁଦିନ ରହିବାକୁ ଇଚ୍ଛା’

ଭୁବନେଶ୍ୱର,୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଜନତା ମଇଦାନରେ ଓଡ଼ିଶା ଓମେନ୍ସ ମେଳା-୨୦୨୨ ଚାଲିଥିବାବେଳେ ଏଥିରେ ଯୋଗଦେବାକୁ ଓଡ଼ିଶା ଆସିଛନ୍ତି ଅର୍ଜୁନ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସାକ୍ଷାତରେ ସେ କହିଛନ୍ତି, ଓଡ଼ିଶାର ସୁନ୍ଦର ପରିବେଶ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ କୀର୍ତ୍ତିରାଜି ତାଙ୍କୁ ଆକୃଷ୍ଟ କରିଛି। ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିଥିବାବେଳେ ଏହିଠାରେ ହିଁ ସବୁଦିନ ରହିଯିବାକୁ ଇଚ୍ଛା ହେଉଥିବା କହିଛନ୍ତି। ଏହି ସାକ୍ଷାତ ସମୟରେ ଅର୍ଜୁନଙ୍କ ସହ ଓଡ଼ିଶାର ମହିଳା ଉଦ୍ୟୋଗୀ ସୁକୃତି ପଟ୍ଟନାୟକ ଉପସ୍ଥିତ ଥିଲେ।