ମହାକାଳପଡ଼ା,୨୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ସ୍ଥାନୀୟ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନ୍ଦର ମୋହନ ସିଂଙ୍କ ତତ୍ତ୍ୱାବଧାନରେ ଶନିବାର ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ଗାଁ ପରିକ୍ରମା କରି ଶ୍ରମ ନୁହେଁ ଶିକ୍ଷା ଲାଭ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିଛନ୍ତି। ଶିକ୍ଷାର ବିକାଶ ଘଟିଲେ ଶକ୍ତିଶାଳୀ ଦେଶ ଗଠନରେ ଭବିଷ୍ୟତ ପିଢ଼ି ପାଇଁ ରାଷ୍ଟ୍ରର ପରିକଳ୍ପନା ସମ୍ଭବ ହେବ ବୋଲି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଥିରେ ଶିଶୁ ଶ୍ରମ ବଦଳରେ ଶିକ୍ଷା ଅଧିକାର ପ୍ରଦାନ, ପାଠଶାଳାକୁ ଯିବା ଶିଶୁଙ୍କ ଅଧିକାର, ଶ୍ରମ ନୁହେଁ ଶିକ୍ଷା ଚାହୁଁ ବୋଲି କୁହାଯାଇଥିଲା। ଶିଶୁ ଓ କିଶୋର ଶ୍ରମ( ବିଶେଷ ଓ ନିୟନ୍ତ୍ରଣ ଅଧିନିୟମ ୧୯୮୬) ସଂଶୋଧିତ ୨୦୧୬ ଅନୁସାରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି ବୃତ୍ତି କିମ୍ବା ନିଯୁକ୍ତି କାର୍ଯ୍ୟରେ ନିୟୋଜିତ କରିବା ନିଷିଦ୍ଧ କଟକଣା ରହିଛି। ୧୪ରୁ ୧୮ ବର୍ଷ ପର୍ଯ୍ୟନ୍ତ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ବାରଣ କରାଯାଇଛି। ଏହାର ନିୟମ ଉଲ୍ଲଂଘନ ଅଭିଯୋଗ ଆସିଲେ ଜରିମାନା ଆଦେଶ ଓ ଜେଲଦଣ୍ଡ ପ୍ରାବଧାନ ରହିଛି ବୋଲି ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହି ପରିକ୍ରମା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକମାନଙ୍କ ମଧ୍ୟରେ ବିପିନ ବିହାରୀ ପ୍ରଧାନ, କବିର ମଲିକ, ବିକାଶ ଚନ୍ଦ୍ର ପଟ୍ଟନାୟକ, ସଂଘମିତ୍ରା ସାହୁ, କ୍ଲଷ୍ଟର ସିଆର୍‌ସିସି ଅଶୋକ କୁମାର ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକମାନେ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Share