Categories: ଖେଳ

ଟିକେ ଧୋନୀଙ୍କୁ ଦେଖାଅ ପ୍ଲିଜ୍‌, କାହିଁକି ଏମିତି କହିଲେ ସାକ୍ଷୀ

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ଖେଳିବା ପାଇଁ ଏବେ ୟୁଏଇରେ ଅଛନ୍ତି। ଚଳିତବର୍ଷ କରୋନା ଯୋଗୁ ନିଜ ପରିବାରକୁ ସେ ସାଙ୍ଗରେ ନେଇ ଯାଇନାହାନ୍ତି। ଏଭଳି ପରିସ୍ଥିତିରେ ସ୍ତ୍ରୀ ସାକ୍ଷୀ ଧୋନୀ ତାଙ୍କୁ ବହୁତ ମିସ୍‌ କରୁଛନ୍ତି। ଧୋନୀଙ୍କ ଟିକେ ଝଲକ ପାଇବାକୁ ଚାହିଁ ବସିଛନ୍ତି। ସାକ୍ଷୀଙ୍କ ଇଚ୍ଛାକୁ ଚେନ୍ନାଇ ସୁପରକିଙ୍ଗ୍ସ ଟିମର ମ୍ୟାନେଜର ପୂରଣ କରିଛନ୍ତି। ଗତ ରବିବାର ଚେନ୍ନାଇ ଦଳର ଅଭ୍ୟାସ ଅଧିବେଶନ ଇନଷ୍ଟାଗ୍ରାମରେ ଲାଇଭ୍‌ କରାଯାଇଥିଲା। ଏହି ସମୟରେ ଦଳର ମ୍ୟାନେଜର ରସେଲ ରାଧାକୃଷ୍ଣଙ୍କୁ ସାକ୍ଷୀ କହିଥିଲେ ଯେ ସେ ମାହିଙ୍କୁ ଦେଖିବାକୁ ଚାହୁଁଛନ୍ତି। କିଛି ସମୟ ପରେ କ୍ୟାମେରା ଧୋନୀଙ୍କ ପାଖକୁ ଯାଇଥିଲା। ଧୋନୀଙ୍କୁ ଦେଖି ସାକ୍ଷୀ ବହୁତ ଖୁସି ହୋଇଥିଲେ। ଏହାପରେ ସେ କହିଥିଲେ ରସ ଧନ୍ୟବାଦ, ମୁଁ ମାହିଙ୍କୁ ଦେଖୁଛି।
ସୂଚନାଯୋଗ୍ୟ, ଗତ ବର୍ଷ ଆଇସିସି ବିଶ୍ୱକପର ସେମିଫାଇନାଲ ମ୍ୟାଚ ପରଠାରୁ ଧୋନୀ କୌଣସି ମ୍ୟାଚ ଖେଳି ନାହାଁନ୍ତି। ତେବେ ଏକ ବର୍ଷରୁ ଅଧିକ ସମୟ ପରେ ପଡ଼ିଆକୁ ଫେରୁଥିବା ଧୋନୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ମ୍ୟାଚ୍‌ରେ ଗତ ବର୍ଷର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

Share