Posted inଜାତୀୟ

ମତେ ଜହର ଦେଇ ହତ୍ୟା କରାଯିବାର ହୋଇଥିଲା ଉଦ୍ୟମ: ଇସ୍ରୋ ବୈଜ୍ଞାନିକ

ବେଙ୍ଗାଲୁରୁ,୬।୧: ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ରାଙ୍କୁ ଜହର ଦେଇ ହତ୍ୟା କରାଯିବା ଉଦ୍ୟମ ହୋଇଥିଲା। ଏନେଇ ନିଜେ ତପନ ସୂଚନା ଦେଇଛନ୍ତି। ୨୦୧୭ରେ ସେ ଅହମଦାବାଦ୍‌ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେହି ବର୍ଷ ମେ ୨୩ରେ ପଦୋନ୍ନତି ସାକ୍ଷାତ୍‌କାର ସମୟରେ ବେଙ୍ଗାଲୁରୁଠାରେ ତାଙ୍କୁ ଜଳଖିଆରେ ଜହର ଦିଆଯାଇଥିବା ସେ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି। ‘ଲଙ୍ଗ୍‌ କେପ୍ଟ ସିକ୍ରେଟ୍‌’ ନାମକ ଫେସ୍‌ବୁକ୍‌ ପୋଷ୍ଟରେ ତପନ ଏଭଳି ଉଲ୍ଲେଖ କରିଛନ୍ତି। ତାଙ୍କୁ ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌ ଦିଆଯାଇଥିବା ସେ କହିଛନ୍ତି। ଏହାକୁ ଚଟଣୀ ଅବା ଦୋସାରେ ମିଶାଯାଇଥିବା ସେ କହିଛନ୍ତି। ଏହାଯୋଗୁ ସେ ୨ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେ ଜାଇଡ଼ସ୍‌ କାଡ଼ିଲା, ମୁମ୍ବାଇର ଟିଏମ୍‌ଏଚ୍‌ ହସ୍ପିଟାଲ ଏବଂ ଦିଲ୍ଲୀ ଏମ୍ସ୍‌ରେ ଚିକିତ୍ସିତ ହେଉଥିବା କହିଥିଲେ। ୧୯୭୧ରେ ବିକ୍ରମ ସରାଭାଇଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥିଲା।

ସେହିପରି ୧୯୯୪ରେ ନମ୍ବିନାରାୟଣଙ୍କ ମାମଲା ଏବଂ ୧୯୯୯ରେ ବିଏସ୍‌ଏସ୍‌ସିର ନିର୍ଦ୍ଦେଶକ ଡ. ଏସ୍‌. ଶ୍ରୀନିବାସନ୍‌ଙ୍କର ଅଚାନକ ମୃତ୍ୟୁ ଘଟିଥିଲା ବୋଲି ସେ କହିଛନ୍ତି। ତାଙ୍କୁ ହତ୍ୟା କରାଯିବା ଲାଗି ଉଦ୍ୟମ ହେଉଥିବା ଜଣେ ସହକର୍ମୀ ୨୦୧୭ ଜୁନ୍‌ ସତର୍କ କରାଇଥିଲେ। ଏହାପରେ ଜୁନ୍‌ ୭ରେ ସୁରକ୍ଷା ଏଜେନ୍ସିର ଅଧିକାରୀ ଆର୍ସେନିକ୍‌ ପ୍ରୟୋଗ କରାଯିବା ନେଇ ସଚେତନ କରାଇଥିଲେ। ଏହାପରେ ଚିକିତ୍ସା ଲାଗି ସୁରକ୍ଷା ଏଜେନ୍ସି ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଚିକିତ୍ସା ବିନା ୨-୩ ସପ୍ତାହ ମଧ୍ୟରେ ମଲ୍ଟି ଅର୍ଗାନ୍‌ ଫେଲ୍ୟୁର ଯୋଗୁ ତାଙ୍କର ମୃତ୍ୟୁ ଘଟିଥାନ୍ତା ବୋଲି ତପନ କହିଛନ୍ତି। ତାଙ୍କୁ ଆର୍ସେନିକ ଦିଆଯାଇଥିବାର ଲକ୍ଷଣ ପ୍ରକାଶ ପାଇବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏନେଇ ମୁୁହଁ ଖୋଲିବାକୁ ମତେ ବାରଣ କରାଯାଇଥିଲା। ୨୦୧୮ ମେ ୩ରେ ଏକ ବିସ୍ଫୋରଣ ମଧ୍ୟ କରାଯାଇଥିଲା। ଏଥିରେ ୧୦୦ କୋଟି ଟଙ୍କାର ଏକ ପ୍ରୟୋଗଶାଳା ନଷ୍ଟ ହୋଇଯାଇଥିଲା। ୨୦୧୯ ଜୁଲାଇ ୧୨ରେ ମଧ୍ୟ ତାଙ୍କୁ ହତ୍ୟା କରାଯିବାର ଉଦ୍ୟମ ହୋଇଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସମ୍ଭବତଃ ଏହାର ୨ ଦିନ ପରେ ହେବାକୁ ଥିବା ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ରଖିବା ପାଇଁ ଏଭଳି କରାଯାଇଥିବା ସେ କହିଛନ୍ତି।

୨୦୨୦ ଜାନୁୟାରୀ ୨୩ ଏବଂ ୨୪ରେ ତାଙ୍କ ଘରର ସିସିଟିଭି କ୍ୟାମେରାର ରେକର୍ଡିଂକୁ ହ୍ୟାକ୍‌ କରାଯାଇଥିଲା। ତେବେ ସୁରକ୍ଷା ଏଜେନ୍ସିଙ୍କ ସତର୍କ ସୂଚନା ଯୋଗୁ ଏହି ଉଦ୍ୟମ ଅସଫଳ ରହିଥିଲା। ଗତ ୨ ବର୍ଷ ମଧ୍ୟରେ ତାଙ୍କ ବାସଭବନ ପରିସରରେ ନାଗ ଏବଂ ଚିତି ସାପ ଛଡ଼ାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବାସଭବନ ପରିସରରେ ଏକ ଗୁପ୍ତ ସୁଡ଼ଙ୍ଗଠାବ କରାଯାଇଥିବା ସେ କହିଛନ୍ତି। ୨୦୨୦ ସେପ୍ଟେମ୍ବରରେ ତାଙ୍କ ଉପରେ ପୁଣିଥରେ ଆର୍ସେନିକ୍‌ ଦ୍ୱାରା ଆକ୍ରମଣ ହୋଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri