Posted inଜାତୀୟ

ମୋତେ ନୋବେଲ ପୁରସ୍କାର ମିଳିବା କଥା;କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୫।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଏକ ଅଜବ ଦାବି କରିଛନ୍ତି। ଦେଶର ରାଜଧାନୀରେ ସରକାର ଚଳାଇବା ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ ବୋଲି ସେ କହିଛନ୍ତି।
ପାଣି ବିଲ ଦେୟ ବୃଦ୍ଧି ହେତୁ ୱାନ ଟାଇମ ସେଟେଲମେଣ୍ଟ ସ୍କିମ ବନ୍ଦ ହେବା ପରେ ରବିବାର ପାର୍ଟି ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିକ୍ଷୋଭରେ ଭାଗ ନେଇଥିଲେ। ଏହି ଅବସରରେ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ।
ସେ କହିଛନ୍ତି, ଦିଲ୍ଲୀରେ ଭୁଲ ପାଣି ବିଲ ଯୋଗୁ ପ୍ରାୟ ୧୧ ଲକ୍ଷ ପରିବାର ଅସୁବିଧାରେ ପଡ଼ିଛନ୍ତି। ଏହି ଭୁଲ ପାଣି ବିଲ ସଂଶୋଧନ ପାଇଁ ଆମ ସରକାର ଏକ ଯୋଜନା ପ୍ରସ୍ତୁତ କରିଥିଲେ, କିନ୍ତୁ ଭାଜପା ଷଡଯନ୍ତ୍ର କରି ଏହାକୁ ବନ୍ଦ କରି ଦେଇଥିଲା। ଆମେ ଏହା ବିରୋଧରେ ଲଢିବା ଏବଂ ଏହି ଯୋଜନା କାର୍ଯ୍ୟକାରୀ କରିବା। ମୁଁ ସରକାର କିପରି ଚଳାଉଛି ତାହା ଆପଣମାନେ ବୁଝିପାରିବେ ନାହିଁ। ଯେଉଁ ପରିସ୍ଥିତିରେ ମୁଁ ସରକାର ଚଳାଉଛି, ମୋତେ ନୋବେଲ ପୁରସ୍କାର ଦେବା ଉଚିତ୍‌। ମୁଁ ସରକାର ଚଳାଉଛି ଏବଂ ଅଧିକାରୀମାନେ ଏଲ୍‌ଜିଙ୍କ କଥା ଶୁଣୁଛନ୍ତି।
ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ଯେତେବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଦିଲ୍ଲୀ ସରକାରଙ୍କୁ ଅଧିକାରୀମାନଙ୍କୁ ସ୍ଥାନାନ୍ତର କରିବାର ଅଧିକାର ରହିବା ଉଚିତ୍‌। ସେମାନେ(ଭାଜପା ସରକାର) ସଂସଦରେ ଏକ ଆଇନ ପ୍ରସ୍ତୁତ କରି ଏହାକୁ ଖାରଜ କରିଦେଇଛନ୍ତି। କିନ୍ତୁ ମୋତେ କେହି ଅଟକାଇ ପାରିବେ ନାହିଁ, ମୁଁ ଲୋକଙ୍କ ପାଇଁ କାମ ଜାରି ରଖିବି। ମୋର ନୋବେଲ ପୁରସ୍କାର ହେଉଛି ମୋର ଲୋକ। ମୁଁ ଆଉ ନୋବେଲ ପୁରସ୍କାର ଚାହୁଁ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ ଏଥର ଯଦି ଆମେ ଏବଂ ଆମର ସହଯୋଗୀ ଦଳ ଲୋକ ସଭାର ସମସ୍ତ ୭ଟି ଆସନ ଜିତନ୍ତି, ତେବେ ସଂସଦରେ ଆମର ଶକ୍ତି ବୃଦ୍ଧି ପାଇବ ଏବଂ ତା’ପରେ କୌଣସି ଏଲଜି ଆମକୁ ଅଟକାଇ ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?