ମୋ ଭୁଲ୍‌ ପାଇଁ ମୋତେ ମୃତ୍ୟୁଦଣ୍ଡ ଦିଆଯାଉ: କାହିଁକି ଏମିତି କହିଲେ ପାକିସ୍ତାନ ନିର୍ବାଚନ କମିଶନର

ଇସଲାମାବାଦ୍‌,୨୦।୨: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ପରେ ସରକାର ଗଠନକୁ ନେଇ ତିକ୍ତତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜେଲରେ ଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନରେ ଘୋଟାଲା ଅଭିଯୋଗ କରିଛି। ରାୱଲପିଣ୍ଡି ମୁଖ୍ୟ ନିର୍ବାଚନ କମିଶନର ଲିଆକୁଟ ଅଲି ଚଠାଙ୍କ ସ୍ବୀକାର ପରେ ଏହି ଅଭିଯୋଗଗୁଡ଼ିକ ଅଧିକ ବଳ ପାଇଛି। ସହରରେ ନିର୍ବାଚନରେ ହାରିଥିବା ପ୍ରାର୍ଥୀଙ୍କୁ ବିଜୟୀ କରାଯାଇଛି ବୋଲି ଲିଆକୁଟ ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ, ରାୱଲପିଣ୍ଡିର ୧୩ ଜଣ ପ୍ରାର୍ଥୀ ଭୁଲ ଭାବରେ ବିଜେତା ଘୋଷିତ ହୋଇଛନ୍ତି। କେବଳ ଏତିକି ନୁହେଁ, ଲିଆକଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ତାଙ୍କୁ ଏହି ଭୁଲ୍‌ ପାଇଁ ମୃତ୍ୟୁଦଣ୍ଡ ଦିଆଯାଉ। ଭାରତର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଲିଆକୁଟ ଅଲିଙ୍କ ଏହି ଭିଡିଓ ଶେୟାର କରି ଏହା ଆମ ନିର୍ବାଚନ ଆୟୋଗ ପାଇଁ ଏକ ଶିକ୍ଷା ବୋଲି ଲେଖିଛନ୍ତି।

Share