ଦରମା ଟଙ୍କା ଘରକୁ ପଠାଇଥିଲି

କେନ୍ଦୁଝର ଜିଲା ତେଲକୋଇ ନିକଟସ୍ଥ ନୂଆଗାଁରେ ମୋର ଜନ୍ମ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସରେ ଏମ୍‌.ଏ ପଢିବା ସମୟରେ ରେଳବାଇ ବିଭାଗରେ ଜୁନିୟର୍‌ କ୍ଲର୍କ ପାଇଁ ଇଣ୍ଟରଭ୍ୟୁ ଦେଇଥିଲି। ସେଥିରେ କୃତକାର୍ଯ୍ୟ ହେବାରୁ ୧୯୮୯ରେ ଚାକିରିରେ ଯୋଗଦେଲି। ପ୍ରଥମ ମାସ ୧୩୫୦ ଟଙ୍କା ଦରମା ମିଳିଲା; ଯେଉଁଥିରୁ ୫୦୦ଟଙ୍କା ଘରକୁ ପଠାଇଥିଲି। ତା’ପରେ କିଛି ଟଙ୍କାରେ ନିଜ ପାଇଁ ନୂଆ ଡ୍ରେସ୍‌ କିଣିଲି। ବଳିଥିବା ୩୦୦ ଟଙ୍କାକୁ ସଞ୍ଚୟ କରିଥିଲି ହାର୍‌ମୋନିୟମ୍‌ କିଣିବାକୁ। ପ୍ରାୟ ୬ ବର୍ଷ ଜୁନିୟର୍‌ କ୍ଲର୍କ ଭାବେ କାମ କରିବା ଭିତରେ ଇତିହାସରେ ଏମ୍‌.ଏ ସାଙ୍ଗକୁ ଏଲ୍‌.ଏଲ୍‌.ବି ପଢା ସାରି ଦେଇଥିଲି। ତା’ପରେ ଓ.ଏ.ଏସ୍‌ ପରୀକ୍ଷା ଦେଇ ସେଥିରେ ମଧ୍ୟ କୃତକାର୍ଯ୍ୟ ହେବାରୁ ୧୯୯୬ ମସିହା ଜୁଲାଇ ୧ରୁ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେଶନରେ ପାଖାପାଖି ୧୮ ମାସ ଟ୍ରେନିଂ ନେଲି। ଟ୍ରେନ୍‌ିଂ ସରିବା ପରେ ବଲାଙ୍ଗୀର କଲେକ୍ଟରେଟ୍‌ ଅଫିସ୍‌ରେ ଅଫିସର୍ସ ଇନ୍‌ଚାର୍ଚ୍ଚ (ଯାହାକୁ ଏବେ ଡେପୁଟି କଲେକ୍ଟର କୁହାଯାଉଛି)ଭାବେ ମୋତେ ନିଯୁକ୍ତି ମିଳିଲା। ୨/୩ ବର୍ଷ ସେଠାରେ କାମ କରିବା ପରେ ଜଗତସିଂହପୁରକୁ ଆଡିସନାଲ୍‌ ତହସିଲଦାର୍‌ ଭାବେ ମୋର ବଦଳି ହେଲା। ତା’ପରେ ତହସିଲ୍‌ଦାର୍‌ ଭାବେ ବି ସେଠାରେ ଦାୟିତ୍ୱ ନେଲି। ଏହାପରେ ବିଡିଓ ଭାବେ ବ୍ରହ୍ମଗିରି, ଜଗତ୍‌ସିଂହପୁର ଏବଂ ମୟୂରଭଞ୍ଜ ଜିଲାର ଶୁକୃଳିରେ କିଛିକିଛି ଦିନ ଦାୟିତ୍ୱରେ ରହିବା ପରେ ସବ୍‌-କଲେକ୍ଟର ହୋଇ ତିତିଲାଗଡ଼ ଗଲି। ତିତିଲାଗଡ଼ ସମେତ ଆଠମଲ୍ଲିକ ଓ ବାରିପଦାରେ ବି ସବ୍‌-କଲେକ୍ଟର ଭାବେ କିଛିକିଛି ଦିନ କାମ କଲି। ତା’ପରେ ମୟୂରଭଞ୍ଜରେ ଆଡିସନାଲ୍‌ ପ୍ରୋଜେକ୍ଟ ଡାଇରେକ୍ଟର, ଆଡମିନିଷ୍ଟ୍ରେଶନ୍‌, ଡିଆର୍‌ଡିଏରେ କିଛିଦିନ, ରେଢାଖୋଲରେ ପୁଣି ସବ୍‌-କଲେକ୍ଟର ଏବଂ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଯୁଗ୍ମ ସଚିବ ଭାବେ କିଛିଦିନ ଦାୟିତ୍ୱରେ ରହିଲି। ଆଉ ଏବେ ମୁଁ ଓଡ଼ିଶା ରାଜ୍ୟ ପରିବହନ ନିଗମରେ ସାଧାରଣ ପରିଚାଳକ ପ୍ରଶାସନ ଭାବେ କାର୍ଯ୍ୟରତ ଅଛି। ଅବଶ୍ୟ ତା’ରି ଭିତରେ ସମୟ ବାହାର କରି ଓଡ଼ିଆରେ ଏମ୍‌.ଏ କରିଛି। କେବଳ ସେତିକି ନୁହେଁ ସାହିତ୍ୟ ପ୍ରତି ରୁଚି ଥିବାରୁ ଅନେକ ଲେଖା ବି ଲେଖିଛି; ଯାହାକୁ ଆଧାର କରି ୟା’ଭିତରେ ତିନୋଟି ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି, ଯଥା: ‘ଗୀତ ଲହରୀ’, ‘ମା’କିଚକେଶ୍ୱରୀ ମହିମା’, ‘ସତରଞ୍ଜ ବୁଦ୍ଧିର ବିକାଶ’। ଖୁବ୍‌ଶୀଘ୍ର ‘ସତରଞ୍ଜ ବୁଦ୍ଧିର ବିକାଶ’ପୁସ୍ତକର ଇଂରାଜୀ ଅନୁବାଦ ପୁସ୍ତକ; ଯାହାର ନାଁ ହେଉଛି ‘ଚେସ୍‌ ଡେଭଲପ୍‌ମେଣ୍ଟ ଅଫ୍‌ ବ୍ରେନ୍‌’ ପ୍ରକାଶିତ ହେବାକୁ ଯାଉଛି। ତା’ଛଡ଼ା ଗୀତ ବୋଲିବାରେ ବି ମୋର ଖୁବ୍‌ ରୁଚି ରହିଛି। ବିଶେଷକରି ଭଜନ ଓ ଜଣାଣ ମୁଁ ବୋଲେ। ସେଥିପାଇଁ ଅଲ୍‌ ଇଣ୍ଡିଆ ରେଡ଼ିଓର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଭାବେ ଭିନ୍ନ ଏକ ପରିଚୟ ବି ମୋର ରହିଛି। ଏହାଛଡ଼ା ‘ଅପହଞ୍ଚ ଇଲାକା’ ନାମରେ ମୋର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟ ଅଛି; ଯେଉଁଥିରେ ମୁଖ୍ୟତଃ ସଙ୍ଗୀତ ଓ ଚେସ୍‌ ଖେଳ ବିଷୟରେ ଆଲୋକପାତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?