ୟୁଟ୍ୟୁବ୍‌ ଦୁନିଆରେ ଇତିହାସ ରଚିଲେ ‘ମିଷ୍ଟର ବିଷ୍ଟ’: ହାସଲ କଲେ ବଡ଼ ଉପଲବ୍ଧି

ପ୍ରସିଦ୍ଧ ୟୁଟ୍ୟୁବର ଜିମି ଡୋନାଲ୍ଡସନ୍‌(ମିଷ୍ଟର ବିଷ୍ଟ ନାମରେ ଜଣାଶୁଣା) ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ୟୁଟ୍ୟୁବର ହୋଇପାରିଛନ୍ତି ଯାହାଙ୍କ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୩୦ କୋଟି ଅତିକ୍ରମ କରିଛି। ପ୍ରାୟ ମାସେ ପୂର୍ବେ ତାଙ୍କର ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ ଚ୍ୟାନେଲ ପ୍ରସିଦ୍ଧ ଭାରତୀୟ ମ୍ୟୁଜିକ୍‌ କମ୍ପାନୀ ‘ଟି-ସିରିଜ୍‌’କୁ ପଛକୁ ଠେଲି ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ ଚ୍ୟାନେଲ ହୋଇ ପାରିଥିଲା।
ୟୁଟ୍ୟୁବରେ ସର୍ବାଧିକ ସବ୍‌ସ୍କ୍ରାଇବରର ରେକର୍ଡକୁ ନେଇ ଦୀର୍ଘ ସମୟ ଧରି ଭାରତର ‘ଟି-ସିରିଜ୍‌’ କମ୍ପାନୀ ଓ ସ୍ବିଡେନର ୟୁଟ୍ୟୁବର ପ୍ୟୁଡିପାଇଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ତେବେ ମିଷ୍ଟର ବିଷ୍ଟ ପ୍ରଥମେ ପ୍ୟୁଡିପାଇଙ୍କୁ ପଛକୁ ଠେଲିଥିଲେ। ଏହାପରେ ସେ ଗତ ଜୁନ୍‌ ୧ରେ ‘ଟି-ସିରିଜ’ର ସବସ୍କ୍ରାଇବରଙ୍କ ସଂଖ୍ୟାକୁ ଅତିକ୍ରମ କରି ବିଶ୍ୱର ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ ଚ୍ୟାନେଲ ହୋଇ ପାରିଥିଲେ। ଏହା ପରଠାରୁ ତାଙ୍କର ସବ୍‌ସ୍କ୍ରାଇବରଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। ଏହି ସଫଳତା ହାସଲ ପରେ ମିଷ୍ଟର ବିଷ୍ଟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ୧୧ ବର୍ଷ ତଳେ ତାଙ୍କର ମାତ୍ର ୩୦୦ ସବ୍‌ସ୍କ୍ରାଇବର ଥିଲା, ଆଉ ଏବେ ଏହି ସଂଖ୍ୟା ୩୦ କୋଟିରେ ପହଞ୍ଚିଛି। ତାଙ୍କୁ ସବୁବେଳେ ଭଲ ପାଇବା ଦେଉଥିବାରୁ ସେ ନିଜର ସବ୍‌ସ୍କ୍ରାଇବରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ୨୬ ବର୍ଷୀୟ ୟୁଟ୍ୟୁବର ଆମେରିକାର ଦକ୍ଷିଣ କାରୋଲିନାସ୍ଥିତ ଗ୍ରୀନ୍‌ଭିଲ ସହରରେ ଜନ୍ମଗ୍ରହଣ କରି ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ୨୦୧୨ରେ ମାତ୍ର ୧୪ବର୍ଷ ବୟସରେ ସେ ତାଙ୍କ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ ଚ୍ୟାନେଲ ପାଇଁ ପ୍ରଥମ ଭିଡିଓ ଅପଲୋଡ କରିଥିଲେ। ୨୦୧୭ରେ ତାଙ୍କର ‘କାଉଣ୍ଟିଂ ଟୁ ୱାନ ଲାଖ’ ଭିଡିଓଟି ବହୁତ ଲୋକପ୍ରିୟ ହୋଇଥିଲା। ଏହାପରେ ବିଷ୍ଟଙ୍କ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ିବା ସାହ ତାଙ୍କର ଅଧିକାଂଶ ଭିଡିଓ ଭାଇରାଲ ହୋଇଥିଲା। ସୂଚନାଯୋଗ୍ୟ, ବିଭିନ୍ନ ପ୍ରକାର ସଂଘର୍ଷପୂର୍ଣ୍ଣ ଷ୍ଟଣ୍ଟ୍‌ ଓ ଆହ୍ବାନକାରୀ ଚାଲେଞ୍ଜ ଆଦି କଣ୍ଟେଣ୍ଟ୍‌କୁ ଭିତ୍ତି କରି ଭିଡିଓ କରିବାରେ ମିଷ୍ଟର ବିଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉକୁଣୀ ନେଲା କୁନି ଝିଅର ଜୀବନ, ଖପୁରୀକୁ ଆକ୍ରାନ୍ତ କରି…

ପୁରୀ,୯।୨: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅଜବ ଘଟଣା ଘଟିଛି। ଉକୁଣୀ ପାଇଁ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ହୋଇଛି।…

ପାକିସ୍ତାନୁ ୪୪୦ ବୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ….

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri