Posted inଫୁରସତ

ପ୍ରଥମ ରୋଜଗାର: ଝିଅର କଲେଜ ଫିସ୍‌ ଦେଇଥିଲି

ପୁରୀ ପଥୁରିଆ ସାହିରେ ମୋର ଜନ୍ମ l ଆମ ଘରେ ମୁଁ ୯ ଭାଇ ଭଉଣୀ ଭିତରେ ସବୁଠାରୁ ସାନ। ମୋତେ ବର୍ଷେ ହେବା ପୂର୍ବରୁ ମୋ ବୋଉଙ୍କର ମୃତ୍ୟୁ ହେଇଯାଇଥିଲା। ବୋଉ ନ ଥିବା ଯୋଗୁ ବାପା ତାଙ୍କର ସବୁ ଝିଅଙ୍କୁ ଚଉଦରୁ ଷୋହଳ ବର୍ଷ ଭିତରେ ବାହା କରିଦେଇଥିଲେ। ପିଲାଦିନରୁ ମୁଁ ଖୁବ୍‌ ଭଲ ପଢୁଥିଲି। ଆମ ସାହିର କେତେଜଣ ଝିଅଙ୍କୁ ପାଠପଢି ଚାକିରି କରୁଥିବାର ଦେଖି ମୁଁ ବି ପାଠ ପଢ଼ି ନିଜେ ରୋଜଗାର କରିବାର ସ୍ବପ୍ନ ଦେଖୁଥିଲି l
ମତେ ଅଠର ବର୍ଷ ବାପା ମୋ ବାହାଘର କରିଦେଲେ l ପରେ ପରେ ମୁଁ ଦୁଇଟି ସନ୍ତାନର ମା’ ମଧ୍ୟ ହୋଇଗଲି l ସ୍ବାମୀ ସୁଧାଂଶୁଙ୍କ ସହ ମୁଁ ମୁମ୍ବାଇରେ ରହୁଥାଏ l ପଢ଼ିବାର ଇଚ୍ଛା ଆଉ ଚାକିରି କରି ନିଜେ ରୋଜଗାର କରିବାର ଇଚ୍ଛା ମନରେ ଥାଏ l ଖବରକାଗଜରେ ଦେଖିଲି ମୁମ୍ବାଇରେ ସକାଳ କଲେଜ ଖୋଲିଲା ବୟସ୍କ ଆଉ କାମ କରୁଥିବା ଲୋକଙ୍କ ପାଇଁ l ମୁଁ ସେଠାରୁ ବି.ଏ. ପାସ୍‌ କଲି l ଅର୍ଥଶାସ୍ତ୍ର ଆଉ ଗଣିତ ମୋର ବିଷୟ ଥିଲା l ଭାବୁଥିଲି ବ୍ୟାଙ୍କ ପରୀକ୍ଷା ଦେଇ ପାସ୍‌ କଲେ ଚାକିରିଟିଏ ପାଇଁ ଚେଷ୍ଟା କରିବି l କିନ୍ତୁ ଏଇ ସମୟରେ ସ୍ବାମୀଙ୍କୁ ଚାକିରି ନେଇ ଆମେରିକା ଆସିବାକୁ ହେଲା l
ଆସି ମୁଁ ନର୍ସିଙ୍ଗ ପଢ଼ିଲି, କାରଣ ମୋର ସ୍ବାସ୍ଥ୍ୟ ବିଭାଗରେ ପଢ଼ିବାକୁ ମନ ଥିଲା l ବିଦେଶରେ ନର୍ସିଙ୍ଗ ପଢ଼ା ସହଜ ନ ଥିଲା l ଅନେକ କଷ୍ଟ କରି ମୁଁ ଚାରି ବର୍ଷିଆ ନର୍ସିଙ୍ଗ ଡିଗ୍ରୀ ପାଇଲି ଆଉ କାମ ପାଇଁ ସବୁ ହସପିଟାଲ୍‌ରେ ଦରଖାସ୍ତ ପକେଇଲି l
ମୋ ଝିଅ ସୀମାର ସେତେବେଳେ କଲେଜ ଆଡମିସନ୍‌ର ସମୟ l ତା’ର ମନ ଥାଏ ଆମେରିକାର ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ଆଇ ଭିଲିଗ୍‌ ପ୍ରିନ୍ସଟନ୍‌’ରେ ପଢିବା ପାଇଁ।  ଆମେ ତାକୁ ଉତ୍ସlହିତ କରୁଥିଲୁ। କିନ୍ତୁ ସେଥିପାଇଁ ୩୬,୦୦୦ ଡଲାର ବର୍ଷକୁ ଦେବା ସହଜ ନ ଥିଲା ଆମପରି ମଧ୍ୟବିତ୍ତ ପରିବାର ପାଇଁ। ତା’ ଛଡ଼ା ସୀମାକୁ ଅନ୍ୟ ସରକାରୀ ମହାବିଦ୍ୟାଳୟରୁ ପୂୂରା ଛାତ୍ରବୃତ୍ତି ସହ ପଢ଼ିବାକୁ ପ୍ରସ୍ତାବ ମିଳିଥିଲା। ଆମେ ଭାବିଲୁ ଆଗ ଚୟନ ହେଉ ପ୍ରିନ୍ସଟନ୍‌ରେ। କାରଣ ଏଠାରେ କେବଳ ଅତି ମେଧାବୀ ପିଲାମାନଙ୍କୁ ଚୟନ କରାଯାଏ।
ମୋର ଚାକିରି ଏଠିକାର ବିଶିଷ୍ଟ ଡାକ୍ତରଖାନା ଆଲବର୍ଟ ଆଇନଷ୍ଟାଇନ୍‌ରେ ହୋଇଗଲା। ପ୍ରଥମ ତିନି ମାସ ତାଲିମ ପାଇ ନର୍ସ ଭାବେ ଅଧା ଦରମାରେ କାମ କରିବାକୁ ଚୁକ୍ତି ଥିଲା। ଦରମା ୩୬,୦୦୦ ଡଲାର୍‌ ବୋଲି ଲେଖା ହୋଇ ନିଯୁକ୍ତି ପତ୍ର ଆସିଲା l ମୋ ଖୁସି କହିଲେ ନ ସରେ। ଭାବିଲି ଆଗ ଗୋଟେ ଭଲ ଷ୍ଟିଲ୍‌ ବାସନର ସେଟ୍‌ କିଣିବି l ଭଲ ଜ୍ୟାକେଟ୍‌ ସମସ୍ତଙ୍କ ପାଇଁ କିଣିବି l ଆମେ ଘରେ ମୁମ୍ବାଇରୁ ଆଣିଥିବା ସେଇ ପୁରୁଣା ବାସନରେ କାମ ଚଳାଉଥିଲୁ l ମୋର କଲେଜ ପରେ ଆମର ବହୁତ ଅନ୍ୟ ଖର୍ଚ୍ଚ ହେଉଥିଲା l ସୁଧାଂଶୁ ଏକମାତ୍ର ରୋଜଗାର କରୁଥିଲେ l ଏଠି କଲେଜ ପାଠରେ ଖର୍ଚ୍ଚ ବହୁତ। ମୁଁ ନିଜେ କଲେଜରେ ଇଚ୍ଛା ମୁତାବକ ପଢ଼ିପାରି ନ ଥିଲି l ତେଣୁ ମୋ ମନରେ ଥିଲା ମୋ ଝିଅ ଯୋଉ କଲେଜରେ ପଢିବାକୁ ଚାହିଁବ ଆଉ ପ୍ରବେଶ ଗ୍ରହଣ ପାଇବ ସିଏ ସେଇଠାରେ ପଢ଼ିବ।
ଖୁସିର କଥା ଆମ ଝିଅ ପାଇଁ ପ୍ରିନ୍ସଟନ୍‌ ମହାବିଦ୍ୟାଳୟରୁ ପ୍ରବେଶ ଗ୍ରହଣର ସ୍ବୀକୃତି ଆସିଗଲା l ସୁଧାଂଶୁ , ସୀମା ବସି କଥା ହେଉଥିଲେ କ’ଣ କରାଯିବ l ପାଠ ତ ଯେଉଁଠି ପଢିଲେ ଡିଗ୍ରୀ ଆସିବ ବୋଲି ସୁଧାଂଶୁ ସୀମାକୁ ବୁଝାଉଥିଲେ l ମୁଁ ସେପଟରୁ ଏ କଥା ଶୁଣି ଜୋରରେ ସୀମାକୁ କହିଲି, ତୋ ମା’ର ଚାକିରିରେ ପୂରା ଦରମା ମିଳିଯିବ କିଛି ମାସ ପରେ l ଯଦି ପ୍ରିନ୍ସଟନ୍‌ରେ ପଢିବାକୁ ତୋର ଇଚ୍ଛା ତୁ ସେଇ ମହାବିଦ୍ୟାଳୟରେ ପଢ଼ିବୁ l ସୁଧାଂଶୁ ମୋ ମୁହଁକୁ ଚାହିଁ କହିଲେ ସରକାରୀ ମହାବିଦ୍ୟାଳୟରେ ସୀମା ମାଗଣାରେ ପଢି ପାରିବ l ଭାବ ତ ? ତୁମେ ସେଇ ଅର୍ଥରେ ଘର ପାଇଁ, ନିଜ ପାଇଁ କେତେ ଜିନିଷ କିଣିପାରିବ, ଯାହା ଆମେ କରିପାରିନେ ଏଯାଏ। ମୁଁ କହିଲି, ସୁଧାଂଶୁ ,ଭାବ ! ଆମ ପାଖରେ ଅର୍ଥ ଥିଲେବି ସୀମାର ମେରିଟ୍‌ ନ ଥିଲେ ସିଏ ଏଭଳି ମର୍ଯ୍ୟାଦାସମ୍ପନ୍ନ ମହାବିଦ୍ୟାଳୟରେ ନିଯୁକ୍ତି ପାଇ ନ ଥାଆନ୍ତା l ତେଣୁ ପିଲାର ମନ ଭାଙ୍ଗିବା ଠିକ୍‌ ନୁହେଁ।
ରାତିରେ ମୁଁ ସୀମାକୁ ପଚାରିଲି ମା’, ତୋର ଇଚ୍ଛା କୋଉ କଲେଜରେ ପଢ଼ିବାକୁ? ମୁହଁଟି ଶୁଖେଇ ସୀମା କହିଲା ମତେ ପ୍ରିନ୍ସଟନ୍‌ରେ ପଢିବାକୁ ବହୁତ ଇଚ୍ଛା। ବାସ୍‌ ସେଇଠି ମୁଁ ରହିଗଲି ଚୁପ୍‌ ଆଉ ନିଶ୍ଚିତ କଲି ମୋ ଝିଅ ପ୍ରିନ୍ସଟନ୍‌ରେ ପଢିବ l ମନେ ମନେ ଭାବିଲି ବୋଧେ ଜଗନ୍ନାଥେ ଏଇଥିପାଇଁ ମୋର ପ୍ରଥମ ଚାକିରି ଦେଲେ। ମୋର ପହିଲି ରୋଜଗାରକୁ ଝିଅର ପଢା ଫି’ ପାଇଁ ଚେକ୍‌ରେ ଦିଆ ହୋଇଥିଲାl ସେତେବେଳେ ଝିଅର ସେ ହସ ମୁଁ କେବେ ଭୁଲିନି। ମୋ ବୋଉ ନଥିବାରୁ ମୁଁ କଲେଜରେ ପଢି ପାରି ନଥିଲି l କିନ୍ତୁ ମୋ ଝିଅ ସୀମା ତା’ର ବୁଦ୍ଧି, ପରିଶ୍ରମ ଯୋଗୁ ପ୍ରିନ୍ସଟନ୍‌ ମହାବିଦ୍ୟାଳୟରେ ଦାଖଲ ହେଲା, ଆଉ ମୋ ପ୍ରଥମ ରୋଜଗାରର ଡଲାର ତା’ର କଲେଜ ପାଉଣl ଦେବାରେ ଖର୍ଚ୍ଚ ହେଲା l ମୋ ପହିଲି ରୋଜଗାର ଏଭଳି କାମରେ ଲାଗିବା ଯୋଗୁ ମୁଁ ପ୍ରଭୁଙ୍କ ପାଖରେ କୃତଜ୍ଞ ସବୁବେଳେ l


Enter your email to get our daily news in your inbox.

All Right Reserved By Dharitri.Com

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

ଭଞ୍ଜନଗର କେଭି ପାଇଁ ୭ ପିଜିଟି ଶିକ୍ଷକ ଅନୁମୋଦନ, + ୨ ଖୋଲିବା ନେଇ ଅଧ୍ୟକ୍ଷ…

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଆଜକୁ ୧୬ ବର୍ଷ ହେବ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ହଷ୍ଟେଲ କୋଠାରେ…

ଇରାନ-ଆମେରିକା ମଧ୍ୟରେ ହୋଇଗଲା ଡିଲ? କାମ ଦେଲା କି ପାକିସ୍ତାନର ମଧ୍ୟସ୍ଥତା?

ତେହରାନ୍‌,୩୦।୩: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଯୋଗୁ, ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି, ଯାହା ସିଧାସଳଖ ସାମୁଦ୍ରିକ ଯାତାୟାତକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତି ମଧ୍ୟରେ,…

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା କରୁଛନ୍ତି ଘନଘନ ବୈଠକ

ପାଟ୍‌ନା,୩୦ା୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ବିଧାନସଭା ପରିଷଦରୁ ଇସ୍ତଫା ଦେବାର ସମ୍ଭାବନାକୁ ନେଇ ସୋମବାର ରାଜନୈତିକ ବାତାବରଣ ବେଶ୍‌ ସରଗରମ ରହିଛି। ଦଳର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri