Categories: ଜାତୀୟ

‘ଭାବି ନ ଥିଲି କେବେ ପ୍ରଧାନମନ୍ତ୍ରୀ ହେବି’

ନୂଆଦିଲ୍ଲୀ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୭ ଅର୍ଥାତ୍‌ ଆଜି ତାଙ୍କର ସାମ୍ବିଧାନିକ ପଦବୀର ୨୦ବର୍ଷ ପୂରଣ କରିବାକୁ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ୩୫ ଅମ୍ଳଜାନ ପ୍ଲାଣ୍ଟର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର ଉତ୍ତରପ୍ରଦେଶର ରିଷିକେଶରୁ ଆସିଥିଲେ। ଏହି ଅବସରରେ ସେ ତାଙ୍କ ସାଧାରଣ ଜୀବନର ଯାତ୍ରା ବିଷୟରେ ସଂକ୍ଷେପରେ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି- ୨୦ ବର୍ଷ ପୂର୍ବେ ଏହି ଦିନ, ମୁଁ ଜନସାଧାରଣଙ୍କ ସେବା କରିବା ପାଇଁ ଏକ ନୂତନ ଦାୟିତ୍ୱ ପାଇଲି। ଲୋକଙ୍କ ସେବା କରିବା, ଲୋକଙ୍କ ମଧ୍ୟରେ ରହିବା ମୋର ଯାତ୍ରା ଅନେକ ଦଶନ୍ଧି ପୂର୍ବରୁ ଚାଲିଆସୁଥିଲା, କିନ୍ତୁ ୨୦ ବର୍ଷ ପୂର୍ବେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ମୁଁ ଏକ ନୂତନ ଦାୟିତ୍ୱ ପାଇଲି। ମୁଁ କଦାପି କଳ୍ପନା କରି ନ ଥିଲି ଯେ ମୁଁ ପ୍ରଥମେ ମୁଖ୍ୟମନ୍ତ୍ରୀ ଏବଂ ପରେ ଲୋକଙ୍କ ଆଶୀର୍ବାଦରେ ଦେଶର ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚିବି। ୨୦ ବର୍ଷର ଏହି  ଯାତ୍ରା ଆଜି ଏହାର ୨୧ ତମ ବର୍ଷରେ ପ୍ରବେଶ କରୁଛି। ମୁଁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ଆସିବା ଏକ ବଡ଼ ସୌଭାଗ୍ୟ ବୋଲି ମନେ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
୭ ଅକ୍ଟୋବର ୨୦୦୧ରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ଯାତ୍ରା ସଫଳତାର ସହ ଚାଲିଥିବା ମୋଦି ଏପର୍ଯ୍ୟନ୍ତ ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ ନେତା ଯିଏକି ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଥିଲା। ୭ ଅକ୍ଟୋବର ୨୦୦୧ରେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ପଛକୁ ଚାହିଁ ନ ଥିଲେ ଏବଂ ସେ ଲଗାତାର ୪ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।

Share