Categories: ଜାତୀୟ

ଦିଲ୍ଲୀର ସରକାରୀ ସ୍କୁଲ ଗେଟରେ ଲାଗିଲା ‘ଆଇ ଲଭ ମନିଷ ସିସୋଡିଆ’ ବ୍ୟାନର

ନୂଆଦିଲ୍ଲୀ,୫ ।୩: ଦିଲ୍ଲୀର ଏକ ସରକାରୀ ସ୍କୁଲ ଗେଟରେ ‘ଆଇ ଲଭ ମନିଷ ସିସୋଡିଆ’ ଲେଖାଥିବା ବ୍ୟାନର ଲାଗିବା ଘଟଣାରେ ଦିଲ୍ଲୀ ପୋଲିସ ମାମଲା ଦାୟର କରିଛି । ଶନିବାର ପୂର୍ବୋତ୍ତର ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ସ୍ଥାନୀୟ ଲୋକେ ବ୍ୟାନର ଲଗା ଘଟଣାକୁ ବିରୋଧ କରିଥିଲେ । ଏହାକୁ ନେଇ ସେମାନେ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ଶାସ୍ତ୍ରୀ ପାର୍କ ପୋଲିସ ଷ୍ଟେଶନରେ ପିଲ୍ଲୀ ପ୍ରିଭେସନ୍ ଅଫ୍ ଡିଫେସମେଣ୍ଟ ଅଫ୍ ପ୍ରପର୍ଟି ଆକ୍ଟର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ସ୍ଥାନୀୟ ଲୋକେ କହିଛନ୍ତି ଆମ ଆଦମୀ ପାର୍ଟି(ଏଏପି)ର କେତେଜଣ କର୍ମୀ ମାର୍ଚ୍ଚ ୩ ସକାଳ ପ୍ରାୟ ୮ଟା ୩୦ରେ ଶାସ୍ତ୍ରୀ ନଗର ଅଞ୍ଚଳରେ ଥିବା ସରକାରୀ ସ୍ତୁଲର ଗେଟରେ ‘ଆଇ ଲଭ ମନିଷ ସିସୋଡଇଆ’ ଲେଖାଥିବା ବ୍ୟାନର ଲଗାଉଥିବା ଦେଖାଯାଇଥିଲା । ସେମାନେ ସ୍କୁଲରୁ ଏକ ଡେସ୍କ ଆଣି ତା’ ଉପରେ ଚଢି ଏହି ବ୍ୟାନର ଲଗାଇଥିଲେ । ଏତିକିବେଳେ କେତେଜଣ ସ୍ଥାୟୀୟ ଲୋକେ ବାରଣ କରିଥିଲେ କହିଥିଲେ ଏହା ଶିକ୍ଷାର ମନ୍ଦିର ଏହାକୁ ରାଜନୀତିଠାରୁ ଦୂରେଇ ରଖନ୍ତୁ ।

Share