Posted inଖେଳ

ରାଜନେତଙ୍କ ପୁଅକୁ ଗାଳି କରିବାରୁ ମୋ ଅଧିନାୟକ ପଦ ଗଲା:ସଙ୍ଗୀନ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌

ହାଇଦ୍ରାବାଦ୍‌,୨୭।୨: ଭାରତୀୟ ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଆନ୍ଧ୍ରପ୍ରଦେଶ କ୍ରିକେଟ ଆସୋସିଏସନ (ଏସିଏ) ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି , ଆନ୍ଧ୍ରପ୍ରଦେଶ କ୍ରିକେଟରେ ରାଜନୈତିକ ହସ୍ତକ୍ଷେପ ଚରମ ସୀମାରେ ରହିଛି ଏବଂ ସେଥିପାଇଁ ତାଙ୍କୁ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ପଡିଛି। ମଧ୍ୟପ୍ରଦେଶ ବିପକ୍ଷରେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚ ପରେ ବିହାରୀ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ବଙ୍ଗଳା ବିପକ୍ଷ ମ୍ୟାଚ ପରେ ସେ ଦଳର ୧୭ତମ ଖେଳାଳିଙ୍କ ଉପରେ ପାଟି କରିଥିଲେ। ଏହା ପରେ ମାମଲା ଆହୁରି ଖରାପ ହୋଇଗଲା। ସେହି ଖେଳାଳିଙ୍କ ବାପା ଜଣେ ରାଜନେତା ଏବଂ ସେ ତାଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ସାଙ୍ଗ ଉପରେ ଚାପ ପକାଇଲେ। ମୁଁ ସ୍ଥିର କରିଛି ଯେ ଆଜିଠାରୁ ମୁଁ ଆନ୍ଧ୍ର ପାଇଁ ଖେଳିବି ନାହିଁ ଏବଂ ମୁଁ ଆତ୍ମ ସମ୍ମାନ ପାଇଁ ଏହି ନିଷ୍ପତ୍ତି ନେଇଛି। ମୁଁ ଦଳକୁ ଭଲ ପାଏ। ମୁଁ ଖୁସି ଯେ ଏକ ଦଳ ଭାବରେ ଆମେ ପ୍ରତ୍ୟେକ ସିଜିନରେ ଆଗକୁ ବଢୁଛୁ, କିନ୍ତୁ ଆସୋସିଏସନ ଆମକୁ ବଢିବାକୁ ଚାହୁଁନାହିଁ। ବିହାରୀଙ୍କ ସ୍ଥାନରେ ରିକି ଭୁଇଙ୍କୁ ଅଧିନାୟକ କରାଯାଇଥିଲା।
ବର୍ତ୍ତମାନ ଆନ୍ଧ୍ରପ୍ରଦେଶ କ୍ରିକେଟ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ବିହାରୀଙ୍କ ବିରୋଧରେ ତଦନ୍ତ କରାଯିବ ବୋଲି କହିଛି। ଏସିଏ ଏକ ବିବୃତ୍ତି ଜାରି କରି କହିଛି, ବିହାରୀଙ୍କ ଖରାପ ଏବଂ ଅପମାନଜନକ ବ୍ୟବହାର ସମ୍ପର୍କରେ ସାଥୀ ଖେଳାଳି, ସପୋର୍ଟ ଷ୍ଟାଫ ଏବଂ ଏସିଏ ପ୍ରଶାସକଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏସିଏ ସମସ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ ଏବଂ ଉପଯୁକ୍ତ କାର୍ଯ୍ୟ ସମ୍ପର୍କରେ ଜଣାଯିବ। ଏହା ଆମ ନଜରକୁ ଆସିଛି ଯେ ବଙ୍ଗଳା ବିପକ୍ଷ ରଣଜୀ ମ୍ୟାଚ ସମୟରେ ବିହାରୀ ବ୍ୟକ୍ତିଗତ ଭାବେ ଜଣେ ଖେଳାଳିଙ୍କୁ ସମସ୍ତଙ୍କ ଆଗରେ ଗାଳିଗୁଲଜ କରିଥିଲେ। ପ୍ରଭାବିତ ଖେଳାଳି ଏସିଏ ନିକଟରେ ଏକ ସରକାରୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri