Categories: ଖେଳ

‘ଟିଭିରେ ସଚିନଙ୍କୁ ଦେଖି ଶିଖିଥିଲି ଷ୍ଟ୍ରେଟ୍‌ ଡ୍ରାଇଭ୍‌’

ନୂଆଦିଲ୍ଲୀ,୯।୬ : ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସିଗନେଚର ଷ୍ଟ୍ରେଟ୍‌ ଡ୍ରାଇଭ ଓ ବ୍ୟାକଫୁଟ ପଞ୍ଚ ଟିଭିରେ ଦେଖି ଶିଖିଥିଲେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ। ଏକ ମୋବାଇଲ ଆପିଲେକଶନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେହ୍ବାଗ ଏହା କହିଛନ୍ତି।

୧୯୯୨ ବିଶ୍ୱକପ୍‌ଠାରୁ ମୁଁ କ୍ରିକେଟ ଦେଖିବା ଆରମ୍ଭ କରିଥିଲି। ତେନ୍ଦୁଲକରଙ୍କ ଷ୍ଟ୍ରେଟ୍‌ ଡ୍ରାଇଭକୁ କପି କରିବା ମୋର ଉଦ୍ଦେଶ୍ୟ ଥିଲା। କ୍ରିକେଟରଙ୍କ ଜୀବନରେ ବର୍ତ୍ତମାନ ଟେକ୍‌ନୋଲୋଜିର ଅନେକ ଗୁରୁତ୍ୱ ରହିଛି। ଏବେ ଇଣ୍ଟରନେଟରେ କ୍ରିକେଟ ସମ୍ପର୍କିତ ସମସ୍ତ ଭିଡିଓ ଉପଲବ୍ଧ ଅଛି, ଯେଉଁଥିରୁ ଯୁବ କ୍ରିକେଟରମାନେ ଶିକ୍ଷା କରିପାରିବେ। ଯଦି ମୋ ସମୟରେ ଏଭଳି ସୁବିଧା ଥାନ୍ତା, ତେବେ ମୁଁ ଆହୁରି କମ୍‌ ବୟସରୁ ଭାରତୀୟ ଦଳ ପାଇଁ ଖେଳିଥାନ୍ତି ବୋଲି ସେହ୍ବାଗ କହିଛନ୍ତି।

Share