Posted inଖେଳ

ଆଇ-ଲିଗ୍‌ କ୍ୱାଲିଫାୟର୍ସ : ଏଆଇଏଫ୍‌ଏଫ୍‌ର କୋଭିଡ୍‌ ଗାଇଡ୍‌ ଲାଇନ୍‌

କୋଲକାତା, ୧୮ା୯ (ପି.ଟି.)-ବିଳମ୍ବରେ ହେଲେ ମଧ୍ୟ ଶେଷରେ ଆସନ୍ତା ମାସରେ ଏଠାରେ ଆଇ-ଲିଗ୍‌ କ୍ୱାଲିଫାୟର୍ସ ସହ ଫୁଟବଲ୍‌ ସିଜନ ଆରମ୍ଭ ହେବ। ଇଭେଣ୍ଟ ବେଳେ କୋଭିଡ୍‌-୧୯ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପ୍ରକାଶ କରିଛି। ଆଇ-ଲିଗ୍‌ କ୍ୱାଲିଫାୟର୍ସ ପଶ୍ଚିମବଙ୍ଗର ଦୁଇଟି ଭେନ୍ୟୁରେ ଅକ୍ଟୋବର ୮ରୁ ୧୯ ପର୍ଯ୍ୟନ୍ତ ହେବ। ଏଥିରେ ୫ଟି ଦଳ ପରସ୍ପର ସହିତ ରାଉଣ୍ଡ ରବିନ ଫର୍ମାଟରେ ଖେଳିବେ। ସମସ୍ତ ଟିମ୍‌ ଏବଂ ଅଫିସିଆଲଙ୍କ ରହଣୀ ଲାଗି କୋଲକାତାସ୍ଥିତ ଏକ ୫ ତାରକା ହୋଟେଲରେ ଜୈବ-ସୁରକ୍ଷିତ ବବଲ ବ୍ୟବସ୍ଥା କରାଯାଇଛି। କୋଭିଡ୍‌-୧୯ ମହାମାରୀ ପରିସ୍ଥିତି ଯୋଗୁ ବହୁ ଦିନ ହେଲା କ୍ରୀଡ଼ା କାର୍ଯ୍ୟକଳାପ ସ୍ଥଗିତ ରହିଥିଲା। ହିରୋ ଆଇ-ଲିଗ୍‌ କ୍ୱାଲିଫାୟର୍ସ ଜରିଆରେ ଆମେ ଭାରତରେ ଫୁଟ୍‌ବଲ ଆରମ୍ଭ କରିବାକୁ ଯାଉଛୁ। ଖେଳାଳି, ଅଫିସିଆଲ, କ୍ଲବ ମ୍ୟାନେଜମେଣ୍ଟ ଏପରିକି ଆମ ପାଇଁ ଏକ ଆଶ୍ୱସ୍ତିର ବିଷୟ ବୋଲି ଲିଗ୍‌ର ସିଇଓ ସୁନନ୍ଦୋ ଧର ପ୍ରକାଶ କରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଆମେ ଖେଳାଳି ଓ ଅଫିସିଆଲଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ କୌଣସି କ୍ଷେତ୍ରରେ ସାଲିସ କରାଯିବ ନାହିଁ। ସରକାରଙ୍କ ଗାଇଡ୍‌ଲାଇନ୍‌କୁ ଭିତ୍ତି କରି ଏଆଇଏଫ୍‌ଏଫ୍‌ ତରଫରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ସମ୍ପୃକ୍ତ ଟିମ୍‌ଗୁଡ଼ିକୁ ଏ ବିଷୟରେ ଅବଗତ କରାଇ ଦିଆଯାଇଛି। ଖେଳାଳି ଓ ଅଫିସିଆଲମାନଙ୍କ ନିୟମିତ କୋଭିଡ୍‌ ଟେଷ୍ଟ ହେବ। ହୋଟେଲରେ ରିପୋର୍ଟିଂ ପୂର୍ବରୁ ୫ଟି ଦଳର ଖେଳାଳିମାନଙ୍କୁ ଆରଟି-ପିସିଆର ଟେଷ୍ଟ ଦେବାକୁ ହେବ। ଉଭୟ ଟେଷ୍ଟରେ ନେଗେଟିଭ ଆସିଲେ ସେମାନଙ୍କୁ ଟିମ୍‌ ହୋଟେଲରେ ପ୍ରବେଶ ପାଇଁ ଅନୁମତି ମିଳିବ। ହୋଟେଲରେ ପହଞ୍ଚତ୍ବା ପରେ ସମସ୍ତ ଟିମ୍‌ର ସଦସ୍ୟମାନଙ୍କୁ ପରବର୍ତ୍ତୀ ୩ ଦିନ ଆଇସୋଲେଶନରେ ରହିବାକୁ ପଡ଼ିବ। ପ୍ରଥମ ଆରଟି-ପିସିଆର ଟେଷ୍ଟ ସେପ୍ଟେମ୍ବର ୨୮ରେ ହେବ। ପୁନଶ୍ଚ ଏହି ଟେଷ୍ଟ ଅକ୍ଟୋବର ୪, ୯ ଓ ୧୯ରେ ହେବ। ଟେଷ୍ଟ ସମୟରେ ଯଦି କୌଣସି ସଦସ୍ୟ ପଜିଟିଭ୍‌ ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ଆଇସୋଲେଶନରେ ରହିବାକୁୁ ହେବ। ଅନ୍ୟମାନଙ୍କୁ ଟ୍ରେନିଂ ପାଇଁ ଅନୁମତି ମିଳିବ। ନୂଆ ଖେଳାଳିଙ୍କ ସହିତ ଚୁକ୍ତିର ସମୟସୀମା ସେପ୍ଟେମ୍ବର ୩୦କୁ ବୃଦ୍ଧି କରାଯାଇଥିବାରୁ ମଝିରେ ଖେଳାଳି ବଦଳ କରିବାକୁ ଅନୁମତି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri