Categories: ଜାତୀୟ

ଇସ୍ତଫା ଫେରାଇ ନେଲେ ସିଦ୍ଧୁ

ଚଣ୍ଡିଗଡ଼,୫ ।୧୧: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ତୁଟିବାର ନାଁ ନେଉନି । କିନ୍ତୁ ବେଳକୁ ବେଳ ଏହା ସମାଧାନ ଆଡକୁ ଯାଉଥିବା ଦେଖାଯାଉଛି । ଶୁକ୍ରବାର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଫେରାଇ ନେଇଥିବା ପ୍ରକାଶ କରିଛନ୍ତି । ସେ ଏବେ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ । ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ମତଭେଦ ଯୋଗୁ ସିଦ୍ଧୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ହେଲେ କଂଗ୍ରେସ ହାଇ କମାଣ୍ଡ ଏହାକୁ ଗ୍ରହଣ କରି ନ ଥିବାରୁ ଅନୁମାନ କରାଯାଉଥିଲା କି ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଫେରାଇ ନେଇ ପାରନ୍ତି ।

Share