Posted inଜାତୀୟ

‘ମୁଁ ସ୍ବପ୍ନରେ ଦେଖିଛି ଯେ ରାଷ୍ଟ୍ରପତି ଭବନ ତଳେ ଶିବଲିଙ୍ଗ ଅଛି’

ନୂଆଦିଲ୍ଲୀ,୩।୧: ସମ୍ଭଲ ଶାହି ଜାମା ମସଜିଦ୍‌ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତା ରସିଦ ଅଲଭି ବିବାଦୀୟ ବୟାନ ଦେଇଛନ୍ତି। ରାଷ୍ଟ୍ରପତି ଭବନ ତଳେ ଏକ ଶିବଲିଙ୍ଗ ରହିଥିବା ସେ ସ୍ବପ୍ନରେ ଦେଖିଛନ୍ତି। ସରକାର ସେହି ସ୍ଥାନ ଖନନ କରିବା ଉଚିତ ବୋଲି ସେ କହିଛନ୍ତି।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ସହ ଆଲୋଚନା ରଶିଦଙ୍କୁ ପଚରା ଯାଇଥିଲା ଯେ ସମମ୍ଭଲର ସାହି ଜାମା ମସଜିଦରେ କରାଯାଇଥିବା ସର୍ଭେ ରିପୋର୍ଟ ସବ୍‌ କୋର୍ଟରେ ଉପସ୍ଥାପିତ କରାଯାଇଥିଲା। ସେଥିରେ ସେଠାରେ ପୂର୍ବରୁ ହରିହର ମନ୍ଦିର ଥିବା ଦାବି କରାଯାଉଛି। ଏନେଇ ସେ କ’ଣ କହିବେ? ଏହା ଉପରେ କଂଗ୍ରେସ ନେତା ୟୁପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସମସ୍ତ ସର୍ଭେ ବନ୍ଦ କରାଯାଉ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ଅଧିନିୟମରେ ସୁପ୍ରିମକୋର୍ଟ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନ ଦେବା ଯାଏ କୌଣସି କୋର୍ଟ ନିଷ୍ପତ୍ତି ନିଅନ୍ତି ନାହିଁ। ହେଲେ ଉତ୍ତରପ୍ରଦେଶ ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ଯେଉଁଭଳି ଭାବେ ଘଟଣା ସମ୍ଭଲରେ ହୋଇଛି, ତାହାକୁ ନେଇ ନ୍ୟାୟବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି।

କେବଳ ଏତିକି ନୁହେଁ ଲାଲ କିଲା ତଳେ ଶିବଲିଙ୍ଗ ଥିବା ଦାବି କରି ସେ କହିଛନ୍ତି, ଯଦି ଏହି ଦେଶ ମଧ୍ୟରେ ମନ୍ଦିର ଏବଂ ମସଜିଦ୍‌ ମଧ୍ୟରେ ବିବାଦ ଜାରି ରହେ, ତେବେ ଦେଶ କେବେ ବି ଆଗକୁ ବଢ଼ିପାରିବ ନାହିଁ। ଏହା ମଧ୍ୟ ମୁଁ ପୂର୍ବରୁ କହିଛି। ଯଦି ତୁମେ ଶିବଲିଙ୍ଗଙ୍କୁ ଖୋଜିବାକୁ ଚାହୁଁଛ, ତେବେ ମୁଁ ସ୍ବପ୍ନରେ ଦେଖିଛି ଯେ ରାଷ୍ଟ୍ରପତି ଭବନ  ଏବଂ ଲାଲ କିଲା ତଳେ ମଧ୍ୟ ଶିବଲିଙ୍ଗ ଅଛି। ସରକାର ଉଭୟ ସ୍ଥାନରେ ଖନନ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri