Posted inଜାତୀୟ

ଗୋଧ୍ରା ଘଟଣାବେଳେ ସରକାର ଚଳାଇବାରେ ମୋର ଅଭିଜ୍ଞତା ନ ଥିଲା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୭।୯: ଭାଏବ୍ରାଣ୍ଟ୍‌ ଗୁଜରାଟ ସମ୍ମିଳନୀର ୨୦ ବର୍ଷ ସମାପ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସେ ଗୋଧ୍ରା ଘଟଣାକୁ ମନେ ପକାଇ ସେହି ସମୟରେ ତାଙ୍କର ସରକାର ଚଳାଇବାରେ ତାଙ୍କର ଅଭିଜ୍ଞତା ନ ଥିଲା ବୋଲି କହିଛନ୍ତି।
ସେ କହିଛନ୍ତି, ଗୋଧ୍ରା ଘଟଣା ପରେ ସମଗ୍ର ଗୁଜରାଟରେ ହିଂସା ଆରମ୍ଭ ହୋଇଥିଲା। ସେତେବେଳେ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ମୋର ଅଭିଜ୍ଞତା ନ ଥିଲା, ତଥାପି ଗୁଜରାଟ ଲୋକଙ୍କ ଉପରେ ମୋର ବହୁତ ବିଶ୍ୱାସ ଥିଲା। କିଛି ଲୋକ ନିଜର ଏଜେଣ୍ଡା ଚଳାଉଥିଲେ। ଗୁଜରାଟକୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା ଏବଂ ଲୋକମାନେ ନକାରାତ୍ମକତା ବିସ୍ତାର କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ସେମାନେ ଭାବିଥିଲେ ଯେ ଗୁଜରାଟ ଧ୍ୱଂସ ହୋଇଛି, କିନ୍ତୁ ଗୁଜରାଟକୁ ଏହି ନକାରାତ୍ମକତାରୁ ଉଦ୍ଧାର କରିବା ପାଇଁ ଆମ ସରକାର ଧ୍ୟାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଯେଉଁମାନେ ଏଜେଣ୍ଡା ଚଳାଉଥିଲେ, ସେହି ସମୟରେ ମଧ୍ୟ ନିଜ ନିଜ ଢଙ୍ଗରେ ଘଟଣାଗୁଡ଼ିକର ମୂଲ୍ୟାଙ୍କନ କରିବାରେ ବ୍ୟସ୍ତ ଥିଲେ। କୁହାଯାଇଥିଲା ଯେ ଯୁବକ, ବ୍ୟବସାୟୀ, ଶିଳ୍ପ ଗୁଜରାଟରୁ ସ୍ଥାନାନ୍ତର ହେବେ। ଗୁଜରାଟକୁ ବଦନାମ କରିବା ପାଇଁ ଯୋଜନା ଥିଲ। ଏକ ଷଡଯନ୍ତ୍ର ରଚାଯାଇଥିଲା। କୁହାଯାଇଥିଲା ଯେ ଗୁଜରାଟ କେବେବି ନିଜ ପାଦରେ ଠିଆ ହୋଇପାରିବ ନାହିଁ। ସେହି ସଙ୍କଟରେ ମୁଁ ଏକ ପ୍ରତିଶ୍ରୁତି ଦେଇଥିଲି ଯେ ପରିସ୍ଥିତି ଯାହା ହେଉନା କାହିଁକି ମୁଁ ଗୁଜରାଟକୁ ଏଥିରୁ ବାହାର କରିଦେବି। ଗୁଜରାଟ ଭୟଙ୍କର ଦିନରୁ ବାହାରି ଆସିଥିଲା ଏବଂ ଆଜି ଗୁଜରାଟ କେଉଁଠାରେ ପହଞ୍ଚିଛି? ଜୀବନରେ ଏହାଠାରୁ ଅଧିକ ସନ୍ତୋଷ ଆଉ କ’ଣ ହୋଇପାରେ। ଆମେ କେବଳ ଗୁଜରାଟର ବିକାଶ କରିନାହୁଁ ବରଂ ଏହାର ଭବିଷ୍ୟତ ବିଷୟରେ ମଧ୍ୟ ଚିନ୍ତା କରିଛୁ, ଏଥିପାଇଁ ଆମେ ‘ଭାଏବ୍ରାଣ୍ଟ୍‌ ଗୁଜରାଟ’କୁ ଏକ ପ୍ରମୁଖ ମାଧ୍ୟମ କରିଛୁ। ଗୁଜରାଟର ଆତ୍ମବିଶ୍ୱାସ ବଢାଇବା ପାଇଁ ‘ଭାଏବ୍ରାଣ୍ଟ୍‌ ଗୁଜରାଟ’ ଏକ ମାଧ୍ୟମ ଭାବରେ ତିଆରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri