Posted inଫୁରସତ

ପ୍ରଥମ ରୋଜଗାରରେ ୩୦୦ ଟଙ୍କା ପାଇଥିଲି: ଶିକ୍ଷୟିତ୍ରୀ ମନୀଷା ପଣ୍ଡା

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ମୋ ଜନ୍ମ। କୁମ୍ଭାରପଡ଼ା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିଲି। ମୁଁ ମୋର ପିଲାବେଳରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଖୁବ୍‌ ପ୍ରିୟ ଥିଲି। ପିଲାଦିନରୁ ମୋ ସ୍ପଷ୍ଟବାଦିତା, ନିର୍ଭୀକ, ସମୟାନୁବର୍ତ୍ତିତା, ପରିଚ୍ଛନ୍ନତା ଓ ଶିକ୍ଷା ପ୍ରତି ଆଗ୍ରହ ଇତ୍ୟାଦି ଛାତ୍ର ସୁଲଭ ଗୁଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା।
ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲି ଏକଦା କୁଷ୍ଠରୋଗ ପାଇଁ ଛୋଟିଆ ଜନସଚେତନ କାର୍ଯ୍ୟକ୍ରମଟିଏ ଏକ ବେସରକାରୀ ସଙ୍ଗଠନ ତରଫରୁ ଆୟୋଜିତ ହୋଇଥିଲା। ସେଦିନ ଦ୍ୱିତୀୟ ର୍ନିଘଣ୍ଟରେ ଆମ ଶ୍ରେଣୀ ଶିକ୍ଷକ ଆସି ଏ କାର୍ଯ୍ୟକ୍ରମ ଆୟୋଜନ ବାବଦରେ କହି ଦେଇ ଯାଇଥାନ୍ତି। ପଞ୍ଚମ ର୍ନିଘଣ୍ଟରେ ହେବାକୁ ଥାଏ କୁଷ୍ଠରୋଗ ଓ ଏହାର ନିରାକରଣ ସମ୍ବନ୍ଧରେ ବତ୍କୃତା ପ୍ରଦାନ କାର୍ଯ୍ୟକ୍ରମ। ଆମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ଅଂଶଗ୍ରହଣ ପାଇଁ ମୋ ନାମଟି ବାଛି ଥାଆନ୍ତି ଶିକ୍ଷକମାନେ। ମୋ ପାଖରେ ସମୟ ମାତ୍ର ଦ୍ୱିତୀୟ ର୍ନିଘଣ୍ଟରୁ ଚତୁର୍ଥ ର୍ନିଘଣ୍ଟ ଶେଷ ପର୍ଯ୍ୟନ୍ତ ଥାଏ। ମୁଁ ମନଧ୍ୟାନ ଲଗାଇ ଆମ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଟେକ ରଖିବା ପାଇଁ ଖୁବ୍‌ ପରିଶ୍ରମ କରୁଥିଲି ସେଇ ଟିକକ ସମୟ ଭିତରେ। ପାଇଗଲି ପ୍ରଥମ ସ୍ଥାନ ସେହି ପ୍ରତିଯୋଗିତାରେ। ମୋତେ ବେସରକାରୀ ସଙ୍ଗଠନ ତରଫରୁ ମିଳିଥିଲା ୩୦୦ ଟଙ୍କା। ତିନୋଟି ଅର୍ଖ ନୂଆ ଶହେ ଟଙ୍କିଆ ନୋଟ୍‌। ତା’କୁ ପାଇ ମୁଁ ଏତେ ଖୁସି ହୋଇଥିଲି କହିଲେ ନସରେ। ଏହାପରେ ମୋ ଶିକ୍ଷକମାନେ ମୋତେ ପାଖକୁ ଡ଼ାକି ଢେର୍‌ ପ୍ରଂଶସା କରିଥିଲେ ଓ ଖୁସି ହୋଇଥିଲେ। ଆଜି ବି ସେସବୁ ମନେ ପଡ଼ିଲେ ମୁଁ ଭାବପ୍ରବଣ ହୋଇଯାଏ।

ପିଲାଳିଆମିରେ କ’ଣ ଭାବିଥିଲି କେଜାଣି? ସେଦିନ ସେ ତିନିଶହ ଟଙ୍କା ଶିକ୍ଷକମାନଙ୍କ ଟେବୁଲ ଉପରେ ରଖିଦେଇ ଦୌଡ଼ି ଚାଲିଆସିଥିଲି। ହେଲେ ବିଜ୍ଞାନ ଶିକ୍ଷକ ମୋ ପାଖକୁ ଆସି ମୋ ହାତରେ ସେ ନୋଟ୍‌ ଗୁଡ଼ା ଗୁଞ୍ଜି ଦେଉ ଦେଉ ମୁଣ୍ଡରେ ମୋର ହାତ ବୁଲାଇ ଆଣିଥିଲେ। କେମିତି ଯତ୍ନରେ ସେ ନୋଟ୍‌ ତିନିଖଣ୍ଡ ଆଣି ଘରେ ପହଞ୍ଚତ୍ବି ବାଟ ପାଇଲି ନାହିଁ। ଖାଇବା ଟିଫିନ୍‌ ଭିତରେ ପଲିଥିନ୍‌ ଗୁଡ଼େଇ ଘରକୁ ଦୌଡ଼ିଥିଲି। ବାପା ବୋଉ ଠୋ ଠୋ ହସିଥିଲେ ମୋ ଚପଳତାରେ ଯେବେ ବାପାଙ୍କ ହାତକୁ ଟଙ୍କା ବଢ଼େଇ କହିଥିଲି, ଏ ଟଙ୍କାରେ ଘର ଚଳେଇବା ପାଇଁ। ବାପା ସବୁ କଥା ଶୁଣିବା ପରେ ପରଦିନ ସକାଳୁ ଉଠି ମୋ ପାଇଁ ବତିଶଖଣ୍ଡ ପରଟା, ବନ୍ଧାକୋବି ତରକାରି, ବାଡ଼ି କଦଳୀ ସଜେଇ ଦେଇ ପଠେଇଥିଲେ ଶିକ୍ଷକମାନଙ୍କ ପାଇଁ ଖୁସିରେ। ମୋ ଶିକ୍ଷକମାନେ ଖାଇ ଖୁବ୍‌ ଖୁସି ହୋଇଥିଲେ କାରଣ ସେ ଖାଇବାରେ ସ୍ବାଦ ଅପେକ୍ଷା ବେଶି ମିଶିଥିଲା ଆମ ଘରର ଭଲପାଇବା ଓ ସମ୍ମାନ ସେମାନଙ୍କ ପାଇଁ।

ଏହି ଘଟଣାଟି ଥିଲା ୨୦୦୧ ମସିହାର କଥା। ଠିକ୍‌ ଏହାର ନଅ ବର୍ଷ ପରେ ମୁଁ ସରକାରୀ ଚାକିରୀ ପାଇଗଲି। ହେଲେ ଚାକିରୀର ପ୍ରଥମ ଦରମା କିନ୍ତୁ ମୋତେ ସେତିକି ଆତ୍ମଶାନ୍ତି ଦେଇନି ଯେତିକି ସେହି ତିନିଶହ ଟଙ୍କା ଦେଇଥିଲା!
ସେଦିନର ସେହି ତିନି ଶହ ଟଙ୍କା କଥା ମନେ ପଡ଼ିଗଲେ ଆଜି ବି ମୋ ଆଖି ଭିଜିଯାଏ ଭାବପ୍ରବଣତାର ଲୁହରେ। ସ୍କୁଲ୍‌ ଦିନ କଥା ଖୁବ୍‌ ମନେ ପଡ଼େ। ମୋ ବିଦ୍ୟାଳୟ ମୋ ପାଇଁ ନନ୍ଦନବନ ଥିଲା; ଯେଉଁଠି ମୁଁ ମୋ ନିଜକୁ ପାରିଜାତ ଭାବୁଥିଲି। ଆଜବେଷ୍ଟସର ତିନିଚାରି ବଖରା ଘର ଆଉ ଛୋଟ ଘାସର ଖେଳ ପଡିଆ। ମୋ ପ୍ରିୟ ଶିକ୍ଷକଙ୍କ ପ୍ରଚେଷ୍ଟାରେ ଅଳପ କଞ୍ଚେଇଥିବା କେଇଟା ଶାଳ, କାଜୁ, ଆଉ ଶାଗୁଆନ ଗଛ। ଅତ୍ୟାଧୁନିକ ନହେଲେ ମଧ୍ୟ ବେଶ୍‌ ଯୋଗ୍ୟତାସମ୍ପନ୍ନ ମୋ ପୂଜ୍ୟ ଶିକ୍ଷକମାନେ। ମୋ ସ୍କୁଲ ସହରର ରାଜରାସ୍ତାଠାରୁ ଅନେକ ଦୂରରେ। ନିପଟ ଗାଁ ମଫସଲର ଅଣକାନ୍ଥିଆ ବିଲ ମଝିରେ ଥିଲା ମୋର ସେହି ସ୍କୁଲ୍‌। ଖୁବ୍‌ ଆପଣାର, ଢେର୍‌ ଅନ୍ତରଙ୍ଗ ଆଉ ସ୍ମୃତିର ଖିଅରେ ଯତ୍ନରେ ଗୁନ୍ଥା ହାର ଭଳି ସର୍ବଦା ପ୍ରତୀୟମାନ ହେଉଥିବ ମୋର ସେ ସ୍କୁଲ୍‌ ପଢାବେଳର ବିତିଥିବା ଦିନ ଆଉ ମୋ ପହିଲି ରୋଜଗାରର ପୁଲକ; ଯାହାକୁ ମନରୁ କେବେ ବି ପାସୋରି ପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri