Posted inଫୁରସତ

ପ୍ରଥମ ରୋଜଗାରରେ ୩୦୦ ଟଙ୍କା ପାଇଥିଲି: ଶିକ୍ଷୟିତ୍ରୀ ମନୀଷା ପଣ୍ଡା

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ମୋ ଜନ୍ମ। କୁମ୍ଭାରପଡ଼ା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିଲି। ମୁଁ ମୋର ପିଲାବେଳରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଖୁବ୍‌ ପ୍ରିୟ ଥିଲି। ପିଲାଦିନରୁ ମୋ ସ୍ପଷ୍ଟବାଦିତା, ନିର୍ଭୀକ, ସମୟାନୁବର୍ତ୍ତିତା, ପରିଚ୍ଛନ୍ନତା ଓ ଶିକ୍ଷା ପ୍ରତି ଆଗ୍ରହ ଇତ୍ୟାଦି ଛାତ୍ର ସୁଲଭ ଗୁଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା।
ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲି ଏକଦା କୁଷ୍ଠରୋଗ ପାଇଁ ଛୋଟିଆ ଜନସଚେତନ କାର୍ଯ୍ୟକ୍ରମଟିଏ ଏକ ବେସରକାରୀ ସଙ୍ଗଠନ ତରଫରୁ ଆୟୋଜିତ ହୋଇଥିଲା। ସେଦିନ ଦ୍ୱିତୀୟ ର୍ନିଘଣ୍ଟରେ ଆମ ଶ୍ରେଣୀ ଶିକ୍ଷକ ଆସି ଏ କାର୍ଯ୍ୟକ୍ରମ ଆୟୋଜନ ବାବଦରେ କହି ଦେଇ ଯାଇଥାନ୍ତି। ପଞ୍ଚମ ର୍ନିଘଣ୍ଟରେ ହେବାକୁ ଥାଏ କୁଷ୍ଠରୋଗ ଓ ଏହାର ନିରାକରଣ ସମ୍ବନ୍ଧରେ ବତ୍କୃତା ପ୍ରଦାନ କାର୍ଯ୍ୟକ୍ରମ। ଆମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ଅଂଶଗ୍ରହଣ ପାଇଁ ମୋ ନାମଟି ବାଛି ଥାଆନ୍ତି ଶିକ୍ଷକମାନେ। ମୋ ପାଖରେ ସମୟ ମାତ୍ର ଦ୍ୱିତୀୟ ର୍ନିଘଣ୍ଟରୁ ଚତୁର୍ଥ ର୍ନିଘଣ୍ଟ ଶେଷ ପର୍ଯ୍ୟନ୍ତ ଥାଏ। ମୁଁ ମନଧ୍ୟାନ ଲଗାଇ ଆମ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଟେକ ରଖିବା ପାଇଁ ଖୁବ୍‌ ପରିଶ୍ରମ କରୁଥିଲି ସେଇ ଟିକକ ସମୟ ଭିତରେ। ପାଇଗଲି ପ୍ରଥମ ସ୍ଥାନ ସେହି ପ୍ରତିଯୋଗିତାରେ। ମୋତେ ବେସରକାରୀ ସଙ୍ଗଠନ ତରଫରୁ ମିଳିଥିଲା ୩୦୦ ଟଙ୍କା। ତିନୋଟି ଅର୍ଖ ନୂଆ ଶହେ ଟଙ୍କିଆ ନୋଟ୍‌। ତା’କୁ ପାଇ ମୁଁ ଏତେ ଖୁସି ହୋଇଥିଲି କହିଲେ ନସରେ। ଏହାପରେ ମୋ ଶିକ୍ଷକମାନେ ମୋତେ ପାଖକୁ ଡ଼ାକି ଢେର୍‌ ପ୍ରଂଶସା କରିଥିଲେ ଓ ଖୁସି ହୋଇଥିଲେ। ଆଜି ବି ସେସବୁ ମନେ ପଡ଼ିଲେ ମୁଁ ଭାବପ୍ରବଣ ହୋଇଯାଏ।

ପିଲାଳିଆମିରେ କ’ଣ ଭାବିଥିଲି କେଜାଣି? ସେଦିନ ସେ ତିନିଶହ ଟଙ୍କା ଶିକ୍ଷକମାନଙ୍କ ଟେବୁଲ ଉପରେ ରଖିଦେଇ ଦୌଡ଼ି ଚାଲିଆସିଥିଲି। ହେଲେ ବିଜ୍ଞାନ ଶିକ୍ଷକ ମୋ ପାଖକୁ ଆସି ମୋ ହାତରେ ସେ ନୋଟ୍‌ ଗୁଡ଼ା ଗୁଞ୍ଜି ଦେଉ ଦେଉ ମୁଣ୍ଡରେ ମୋର ହାତ ବୁଲାଇ ଆଣିଥିଲେ। କେମିତି ଯତ୍ନରେ ସେ ନୋଟ୍‌ ତିନିଖଣ୍ଡ ଆଣି ଘରେ ପହଞ୍ଚତ୍ବି ବାଟ ପାଇଲି ନାହିଁ। ଖାଇବା ଟିଫିନ୍‌ ଭିତରେ ପଲିଥିନ୍‌ ଗୁଡ଼େଇ ଘରକୁ ଦୌଡ଼ିଥିଲି। ବାପା ବୋଉ ଠୋ ଠୋ ହସିଥିଲେ ମୋ ଚପଳତାରେ ଯେବେ ବାପାଙ୍କ ହାତକୁ ଟଙ୍କା ବଢ଼େଇ କହିଥିଲି, ଏ ଟଙ୍କାରେ ଘର ଚଳେଇବା ପାଇଁ। ବାପା ସବୁ କଥା ଶୁଣିବା ପରେ ପରଦିନ ସକାଳୁ ଉଠି ମୋ ପାଇଁ ବତିଶଖଣ୍ଡ ପରଟା, ବନ୍ଧାକୋବି ତରକାରି, ବାଡ଼ି କଦଳୀ ସଜେଇ ଦେଇ ପଠେଇଥିଲେ ଶିକ୍ଷକମାନଙ୍କ ପାଇଁ ଖୁସିରେ। ମୋ ଶିକ୍ଷକମାନେ ଖାଇ ଖୁବ୍‌ ଖୁସି ହୋଇଥିଲେ କାରଣ ସେ ଖାଇବାରେ ସ୍ବାଦ ଅପେକ୍ଷା ବେଶି ମିଶିଥିଲା ଆମ ଘରର ଭଲପାଇବା ଓ ସମ୍ମାନ ସେମାନଙ୍କ ପାଇଁ।

ଏହି ଘଟଣାଟି ଥିଲା ୨୦୦୧ ମସିହାର କଥା। ଠିକ୍‌ ଏହାର ନଅ ବର୍ଷ ପରେ ମୁଁ ସରକାରୀ ଚାକିରୀ ପାଇଗଲି। ହେଲେ ଚାକିରୀର ପ୍ରଥମ ଦରମା କିନ୍ତୁ ମୋତେ ସେତିକି ଆତ୍ମଶାନ୍ତି ଦେଇନି ଯେତିକି ସେହି ତିନିଶହ ଟଙ୍କା ଦେଇଥିଲା!
ସେଦିନର ସେହି ତିନି ଶହ ଟଙ୍କା କଥା ମନେ ପଡ଼ିଗଲେ ଆଜି ବି ମୋ ଆଖି ଭିଜିଯାଏ ଭାବପ୍ରବଣତାର ଲୁହରେ। ସ୍କୁଲ୍‌ ଦିନ କଥା ଖୁବ୍‌ ମନେ ପଡ଼େ। ମୋ ବିଦ୍ୟାଳୟ ମୋ ପାଇଁ ନନ୍ଦନବନ ଥିଲା; ଯେଉଁଠି ମୁଁ ମୋ ନିଜକୁ ପାରିଜାତ ଭାବୁଥିଲି। ଆଜବେଷ୍ଟସର ତିନିଚାରି ବଖରା ଘର ଆଉ ଛୋଟ ଘାସର ଖେଳ ପଡିଆ। ମୋ ପ୍ରିୟ ଶିକ୍ଷକଙ୍କ ପ୍ରଚେଷ୍ଟାରେ ଅଳପ କଞ୍ଚେଇଥିବା କେଇଟା ଶାଳ, କାଜୁ, ଆଉ ଶାଗୁଆନ ଗଛ। ଅତ୍ୟାଧୁନିକ ନହେଲେ ମଧ୍ୟ ବେଶ୍‌ ଯୋଗ୍ୟତାସମ୍ପନ୍ନ ମୋ ପୂଜ୍ୟ ଶିକ୍ଷକମାନେ। ମୋ ସ୍କୁଲ ସହରର ରାଜରାସ୍ତାଠାରୁ ଅନେକ ଦୂରରେ। ନିପଟ ଗାଁ ମଫସଲର ଅଣକାନ୍ଥିଆ ବିଲ ମଝିରେ ଥିଲା ମୋର ସେହି ସ୍କୁଲ୍‌। ଖୁବ୍‌ ଆପଣାର, ଢେର୍‌ ଅନ୍ତରଙ୍ଗ ଆଉ ସ୍ମୃତିର ଖିଅରେ ଯତ୍ନରେ ଗୁନ୍ଥା ହାର ଭଳି ସର୍ବଦା ପ୍ରତୀୟମାନ ହେଉଥିବ ମୋର ସେ ସ୍କୁଲ୍‌ ପଢାବେଳର ବିତିଥିବା ଦିନ ଆଉ ମୋ ପହିଲି ରୋଜଗାରର ପୁଲକ; ଯାହାକୁ ମନରୁ କେବେ ବି ପାସୋରି ପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri