Posted inଫୁରସତ

ସ୍କଲାରଶିପ୍‌ ଟଙ୍କା ବାପାଙ୍କୁ ଦେଇଥିଲି: ଗଣେଶ୍ୱର ଜେନା

କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ସୁଲଣ ଗାଁରେ ମୋ ଜନ୍ମ। ହାଟଡିହି ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରି ଭଦ୍ରକ କଲେଜରେ ଆଇଏସ୍‌ସି ପଢ଼ିଥିଲି। ତା’ପରେ ରେଭେନ୍ସାରେ ପଲିଟିକାଲ୍‌ ସାଇନ୍ସରେ ବି.ଏ. ଓ ବାଣୀବିହାରରେ ପି.ଜି. କରିଥିଲି। ପି.ଜି. ପଢ଼ା ସହିତ ବ୍ୟାଙ୍କ ପି.ଓ. ଏବଂ ଓଏଏସ୍‌ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେଉଥିଲି। ସୌଭାଗ୍ୟକୁ ପି.ଜି. ପାସ୍‌ କରିବା ସହିତ ସେହି ସମୟରେ ଏକକାଳୀନ ଓଏଏସ୍‌ ଓ ଏସ୍‌ବିଆଇ ବ୍ୟାଙ୍କ ପି.ଓ. ଚାକିରି ପାଇଲି। କିନ୍ତୁ ମୁଁ ଓଏଏସ୍‌ ଚାକିରିରେ ଜଏନ୍‌ କଲି। ପାଖାପାଖି ଦୁଇ ବର୍ଷ ଟ୍ରେନିଂ ଚାଲିଲା। ଟ୍ରେନିଂ ବେଳେ ଯେଉଁ ପ୍ରଥମ ଦରମା ପାଇଲି ସେଥିରେ ଠାକୁରଙ୍କ ପାଖେ ଭୋଗ କରିଥିଲି। ଏଠାରେ କହି ରଖିବାକୁ ଚାହେଁ ଯେ, ସପ୍ତମରେ ମୁଁ ସ୍କଲାରଶିପ୍‌ ପାଇଥିଲି। ସେ ବାବଦେ ଯେଉଁ ଟଙ୍କା ମିଳିଥିଲା ତାକୁ ନେଇ ବାପାଙ୍କ ହାତରେ ଦେଇଥିଲି। ବାପା ଥିଲେ ଜଣେ ଚାଷୀ। ତାଙ୍କର ଆମେ ଥିଲୁ ୪ ପୁଅ ଓ ୨ ଝିଅ। ସମସ୍ତଙ୍କ ଭିତରୁ ମୁଁ ଥିଲି ସାନ। ବାପା ଆମକୁ ପାଠପଢାଇ ମଣିଷ କରିବାକୁ ବହୁ କଷ୍ଟ କରୁଥିଲେ। ନିଜ ପେଟରୁ କାଟି ଆମର ସବୁ ଅଳିଅଝଟକୁ ପୂରଣ କରୁଥିଲେ। ତେଣୁ ତାଙ୍କୁ ଖୁସି କରିବାକୁ ମୁଁ ଖୁବ୍‌ ମନ ଲଗାଇ ପାଠ ପଢୁଥିଲି। ତୃତୀୟରେ ସିନା ବୃତ୍ତି ପାଇ ନଥିଲି ହେଲେ ସପ୍ତମରେ ସ୍କଲାରଶିପ୍‌ କେମିତି ପାଇବି ସେହି ଚେଷ୍ଟାରେ ଥିଲି। ଆଉ ଯେବେ ପାଇଲି ସାଙ୍ଗେସାଙ୍ଗେ ସ୍କଲାରଶିପ୍‌ ଟଙ୍କାକୁ ନେଇ ବାପାଙ୍କ ହାତରେ ଦେଲି ଆଉ କହିଲି ‘ବାପା ଏହି ଟଙ୍କାରେ ମାଛ ଆଣିବ’! କାରଣ ବାପାଙ୍କୁ ମାଛ ଖାଇବାକୁ ବହୁତ ଭଲ ଲାଗେ। ହେଲେ ବାପା ସେ ଟଙ୍କାରେ ମାଛ ନ ଆଣି ମୋ ପାଇଁ ପଢା ବହି କିଣିଆଣିଥିଲେ। ଏମିତି ହିଁ ଥିଲେ ମୋ ବାପା। ତାଙ୍କରି ଆଶୀର୍ବାଦରୁ ଓଏଏସ୍‌ ପାଇଥିଲି। ଟ୍ରେନିଂ ପରେ ମୋର ପ୍ରଥମ ପୋଷ୍ଟିଂ ୧୯୯୩ରେ ଯାଜପୁର ଜିଲାର ଦର୍ପଣ ତହସିଲରେ ଆଡିଶନାଲ୍‌ ତହସିଲଦାର ଭାବେ ହେଲା। ସେଠାରେ ୩ ବର୍ଷ ରହିବା ପରେ ମୋର ବିଡିଓ ଭାବେ ବଦଳି ହେଲା ପୁରୀ ଜିଲା ସତ୍ୟବାଦୀ ବ୍ଲକ୍‌କୁ। ଏଠାରେ ୪ ବର୍ଷ ରହିଲି। ଆଉ ତା’ରି ଭିତରେ ୧୯୯୯ ମହାବାତ୍ୟା ହୋଇଥିଲା। ମହାବାତ୍ୟାରେ ବହୁ ବଡ଼ ବଡ଼ ଗଛସବୁ ଭାଙ୍ଗି ପୁରୀ-ଭୁବନେଶ୍ୱର ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ବାତ୍ୟା ହେବାର ମାତ୍ର ଦୁଇଦିନ ଭିତରେ ଆଦୌ ବିଶ୍ରାମ ନ ନେଇ ସ୍ଥାନୀୟ ଗାଁ ଲୋକଙ୍କ ସହାୟତାରେ ରାସ୍ତା ସଫାକରି ଗାଡ଼ି ଚଳାଚଳର ସୁବିଧା କରାଇବା ଏବଂ ଶୀଘ୍ର ଲୋକଙ୍କ ପାଖରେ ରିଲିଫ୍‌ ପହଞ୍ଚାଇବାରେ ମୁଁ ଯେଉଁ ପଦକ୍ଷେପ ନେଇଥିଲି ସେଥିପାଇଁ ମୋତେ ପୁରୀ ଜିଲାପାଳ ସେତେବେଳେ ଖୁବ୍‌ ପ୍ରଶଂସା କରିଥିଲେ। ଏହିପରି ଚାକିରି କ୍ଷେତ୍ରରେ ଅନେକ ଘଟଣାମାନ ଘଟିଛି ମୋ ଜୀବନରେ ଆଉ ସେସବୁକୁ ସାହସର ସହ ସାମ୍ନା କରିକରି ବର୍ତ୍ତମାନ ରାଜ୍ୟ ପଣ୍ୟାଗାର ନିଗମରେ ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଅଛି। ତା’ସହିତ ‘ପବ୍ଲିକ୍‌ ପଲିସି ଷ୍ଟ୍ରାଟେଜି ଫର୍‌ ଚିଲ୍‌ଡ୍ରେନ୍ସ ଡେଭଲପ୍‌ମେଣ୍ଟ’ ଉପରେ ଥେସିସ୍‌ ଲେଖି ୨୦୧୬ରେ ଡକ୍ଟରେଟ ଡିଗ୍ରୀ ମଧ୍ୟ ହାସଲ କରିଛି। ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି କିଛି ଗପ, କବିତା ବି ଲେଖିଛି। ତନ୍ମଧ୍ୟରୁ କିଛି ଲେଖା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଛି। ତା’ଛଡ଼ା ଖୁବ୍‌ଶୀଘ୍ର ମୋର ଏକ ପୁସ୍ତକ ପ୍ରକାଶିତ ହେବାକୁ ଯାଉଛି; ଯାହାର ନାଁ ରହିଛି ‘ଭିନ୍ନ ଏକ ରେବତୀ ଓ ଅନ୍ୟାନ୍ୟ ଗଳ୍ପ’।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri