Posted inଫୁରସତ

ଦରମା ଟଙ୍କା ମା’ବାପାଙ୍କୁ ଦେଇଥିଲି

କୋରାପୁଟରେ ଜନ୍ମ ହୋଇଥିଲେ ହେଁ ଶିକ୍ଷାଦିକ୍ଷା ମୋର ସବୁ ଭୁବନେଶ୍ୱରରେ ହୋଇଥିଲା। ୟୁନିଟ୍‌-୧ ବାଳକ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌, ବିଜେବି କଲେଜରୁ ଆଇ.ଏସ୍‌ସି., ବି.ଏସ୍‌ସି. ସରିବା ପରେ ଉତ୍କଳ ୟୁନିର୍ଭସିଟିରୁ ଜୁଲୋଜି (ଡେଭଲପ୍‌ମେଣ୍ଟାଲ୍‌ ବାୟୋଲୋଜି)ରେ ଏମ୍‌.ଏସ୍‌ସି ପାସ୍‌ କରିଥିଲି। ତା’ପରେ ଡିପାର୍ଟମେଣ୍ଟ ଅଫ୍‌ ଆଟୋମିକ୍‌ ଏନର୍ଜିର ଫେଲୋସିପ୍‌ ପାଇ ପିଏଚ୍‌.ଡି ପାଇଁ ଗବେଷଣା ଆରମ୍ଭ କଲି। ମୋର ପିଏଚ୍‌.ଡିର ବିଷୟ ଥିଲା ‘ମଲିକୁଲାର୍‌ ଏଜିଙ୍ଗ୍‌’। ଅର୍ଥାତ୍‌ ବୟସ ଯେଉଁ ବଢ଼େ ତା’ର ମଲିକୁଲାର୍‌ ବାୟୋଲୋଜି ଉପରେ ମୁଁ ଗବେଷଣା କରୁଥିଲି। ଏହି ସମୟରେ ମାସକୁ ୧୮୦୦ ଟଙ୍କା ଲେଖାଏଁ ସ୍କଲାରଶିପ୍‌ ମିଳିଲା। ତା’ପରେ ଆଉ ବାପାଙ୍କଠାରୁ ପଇସା ଆଣିଲି ନାହିଁ। ନିଜ ଖର୍ଚ୍ଚ ନିଜେ ତୁଲାଇଲି। ପିଏଚ୍‌.ଡିର ପ୍ରଥମ ବର୍ଷରେ ହିଁ ମୋତେ ପ୍ରେଷ୍ଟିଜିୟସ୍‌ ‘ତିଲକ୍‌ ଆଓ୍ବାର୍ଡ’ ମିଳିଯାଇଥିଲା; ଯାହା ମୋ ପାଇଁ ଥିଲା ଖୁବ୍‌ ଗର୍ବର କଥା। ପିଏଚ୍‌.ଡି ପରେ ସଙ୍ଗେସଙ୍ଗେ ମୋତେ ରିଜିଓନାଲ୍‌ କଲେଜ ଅଫ୍‌ ଏଜୁକେଶନରେ ଆଡହକ୍‌ ଲେକ୍‌ଚର୍‌ ଭାବେ ଚାକିରି ମିଳିଗଲା। ପ୍ରଥମ ଦରମା ନେଇ ମା’ବାପାଙ୍କ ହାତରେ ଦେଲି। ସେମାନେ ଖୁସି ହେଲେ କିନ୍ତୁ ଟଙ୍କା ରଖିବାକୁ ଚାହିଁଲେନି। ବାଧ୍ୟ କରିବାରୁ ମାତ୍ର ହଜାରେ ଟଙ୍କା ରଖି ବାକିତକ ମୋତେ ଫେରାଇଦେଲେ। ପ୍ରାୟ ସାଢେ ଚାରି ବର୍ଷ ଏଠି ଅଧ୍ୟାପନା କରିବା ପରେ ଦିଲ୍ଲୀସ୍ଥିତ ନାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇମିନୋଲୋଜିରେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ ଜଏନ୍‌ କରିଥିଲି। ବର୍ଷେ ଭିତରେ ମୋତେ ଆମେରିକାସ୍ଥିତ ଏମ୍‌ଡି ଆଣ୍ଡରସନ୍‌ କ୍ୟାନସର୍‌ ସେଣ୍ଟର ତରଫରୁ ପୋଷ୍ଟ ଡକ୍ଟରାଲ୍‌ ଫେଲୋଶିପ୍‌ ମିଳିଲା। ତେଣୁ ଦିଲ୍ଲୀ ଚାକିରି ଛାଡ଼ି ଆମେରିକା ଗଲି। ସେଠାରେ ମୋତେ ସ୍ତନ କର୍କଟ ରୋଗ ଉପରେ କାମ କରିବାର ସୁଯୋଗ ମିଳିଲା। ମୋର ଗବେଷଣାତ୍ମକ ବିଷୟକୁ ନେଇ କ୍ରମେ ଅନେକ ଆର୍ଟିକିଲ୍‌ ଲେଖିଲି; ଯାହାକି ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଜର୍ନାଲ୍‌ରେ ପ୍ରକାଶିତ ହେଲା। ଏଥିସହିତ ଅନ୍ତର୍ଜାତୀୟ ସ୍ତରର ସେମିନାର୍‌ରେ ଶ୍ରେଷ୍ଠ ପ୍ରଦର୍ଶନୀ ପାଇଁ ମୋତେ ପ୍ରେଷ୍ଟିଜିୟସ୍‌ ‘ଆମଜେନ୍‌ ଆଓ୍ବାର୍ଡ’ ବି ମିଳିଲା। ଚାକିରିକୁ ନେଇ ସେଠାରେ ବହୁତ ଖୁସି ଥିଲି। ହେଲେ ବାପାଙ୍କର ହଠାତ୍‌ ଦେହ ଖରାପ ହେବାର ଖବର ଶୁଣି ଆମେରିକା ଛାଡ଼ି ଭୁବନେଶ୍ୱର ଚାଲିଆସିଲି। ଆଉ ଏଠି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ରେ ରିଡର ଭାବେ କାମ କଲି। ଅବଶ୍ୟ ମଝିରେ କିଛିଦିନ ପାଇଁ ଆମେରିକା ଯାଇ ଏମ୍‌ଡି ଆଣ୍ଡରସନ୍‌ କ୍ୟାନସର୍‌ ସେଣ୍ଟରର୍‌ ଡିପାର୍ଟମେଣ୍ଟ ଅଫ୍‌ ନ୍ୟୁରୋସର୍ଜରୀରେ ଫାକଲ୍ଟି ଭାବେ କାମ କରିଥିଲି। କିନ୍ତୁ ଏବେ ମୁଁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ରେ ସିନିୟର୍‌ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟରତ। ତା’ସହିତ ପୃଥିବୀର ବହୁତ ବଡ଼ ବଡ଼ ଜର୍ନାଲ୍‌ର ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଉଅଛି। ସବୁଠୁ ବଡ଼ କଥା ହେଉଛି ମୋର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମ ଟିମ୍‌ ସ୍ତନ କର୍କଟର ଚିକିତ୍ସା ପାଇଁ ଏକ ଡ୍ରଗ୍ସ ବାହାର କରିଛୁ; ଯାହାକୁ ମଣିଷ ଉପରେ ପରୀକ୍ଷା କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଅନୁମତି ସହିତ ଆର୍ଥିକ ଅନୁଦାନ ବି ମିଳିସାରିଛି; ଯାହା ଆମ ଟିମ୍‌ ପାଇଁ ଏକ ବଡ଼ ସଫଳତା। ଆମେ ଏବେ ସେହି ଗବେଷଣାରେ ଲାଗିଛୁ। ଜୀବନରେ ତ ଅନେକ ସଫଳତା ମିଳିଛି, ଭଗବାନଙ୍କ ଆଶୀର୍ବାଦରୁ ଯଦି ଏହି ଗବେଷଣାରେ ବି ସଫଳତା ମିଳିଯାଏ, ତା’ହେଲେ ଶ୍ରମ ସାର୍ଥକ ହେଲା ବୋଲି ଜାଣିବି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri