Posted inଫୁରସତ

ପ୍ରଥମ ପାରିଶ୍ରମିକ ବୋଉକୁ ଦେଇଥିଲି

ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବାମନାଳ ଗାଁରେ ମୋ ଜନ୍ମ। ଯୁକ୍ତ ଦୁଇ ବିଜ୍ଞାନ ପରେ କେମିକାଲ ଇଂଜିନିୟରିଂରେ ଡିପ୍ଲୋମା ସାରି ପାୟୋନିୟର ଓ୍ବାଟର୍‌ ମିନେରାଲ କର୍ପୋରେଶନରେ କ୍ୱାଲିଟି କଣ୍ଟ୍ରୋଲ୍‌ ଇଂଜିନିୟର୍‌ ଭାବେ ପ୍ରଥମେ ନିଯୁକ୍ତି ପାଇଥିଲି। ପାଖାପାଖି ୨ ବର୍ଷ ମୁଁ ଏଠି ଟ୍ରେନିଂ ପିରିୟଡ୍‌ରେ ରହିଲି; ଯେଉଁଥିପାଇଁ ମୋତେ ଷ୍ଟାଇପେଣ୍ଡ ବି ମିଳୁଥିଲା। ପ୍ରଥମ ମାସ ଷ୍ଟାଇପେଣ୍ଡ ଟଙ୍କା ମୋ ବୋଉକୁ ନେଇ ଦେଇଥିଲି। ସେଥିରୁ କିଛି ଟଙ୍କା ଗାଁରେ ତିଆରି ହେଉଥିବା ମଙ୍ଗଳା ମନ୍ଦିରର ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହୋଇଥିଲା। ଆଉ କିଛି ଟଙ୍କା ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଲାଗିଥିଲା। କିଛିଦିନ ପରେ ସେ ଚାକିରି ଛାଡ଼ି ରିଜିଓନାଲ ରିସର୍ଚ୍ଚ ଲାବ୍ରୋଟୋରୀ (ବର୍ତ୍ତମାନ ଆଇଏମ୍‌ଏମ୍‌ଟି)ରେ ଆସି ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଲି। ଏଠାରେ ପାଖାପାଖି ୮ବର୍ଷ କାମ କଲି। ଆଉ ତା’ରି ଭିତରୁ ସମୟ ବାହାର କରି ଡିଷ୍ଟାନ୍ସରେ କେମିକାଲ୍‌ ଇଂଜିନିୟରିଂରେ ବି-ଟେକ୍‌ ସାରିଦେଲି। ତା’ପରେ ମୁଁ କୌଶଲ୍ୟା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ରେ ଏକଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ୨ ବର୍ଷ କାମ କରି ମଞ୍ଚେଶ୍ୱରସ୍ଥିତ ସିପେଟ୍‌ରେ ହାଇଡ୍ରୋଲିକ୍ସ ଆଣ୍ଡ ନ୍ୟୁମେଟିକ୍ସ ଡିପାର୍ଟମେଣ୍ଟର ଇନ୍‌ଚାର୍ଜ ଭାବେ ଯୋଗ ଦେଇଥିଲି। ଆଉ ଏହି ସମୟରେ ହିଁ ଏମ୍‌.ଏସ୍‌ସି (ଆଇ.ଟି) କରିବାର ସୁଯୋଗ ପାଇଥିଲି। ସିପେଟ୍‌ରେ ୩ ବର୍ଷ କାମ କରିବା ପରେ ବୋଉର ମୃତ୍ୟୁ ହୋଇଯିବାରୁ ନନା(ବାପା)ଙ୍କର ଦେଖାଚାହାଁ କରିବାକୁ ବାଧ୍ୟ ହୋଇ ମୋତେ ଗାଁକୁ ଫେରିବାକୁ ପଡିଲା। ରୋଜଗାର ପାଇଁ ଗାଁ ପାଖରେ ଥିବା ସ୍ବାଧୀନ ରେସିଡେନ୍ସିଆଲ୍‌ କଲେଜରେ କ୍ରମେ ଆଡ୍‌ମିନିଷ୍ଟ୍ରେଟର୍‌ ତଥା ବିଜ୍ଞାନ ଅଧ୍ୟାପକ ଭାବେ କାମ କରିବାକୁ ଲାଗିଲି। ୩ ବର୍ଷ ପରେ ପୁଣି ଭୁବନେଶ୍ୱର ଫେରିଲି ଆଉ କୌସ୍ତୁଭ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ପ୍ରିନ୍ସିପାଲ୍‌ କମ୍‌ ଡିନ୍‌ ଦାୟିତ୍ୱରେ ରହି ଶେଷରେ ୨୦୨୧ ଅକ୍ଟୋବରରେ ସେ ଚାକିରି ଛାଡିଲି। କିନ୍ତୁ ତା’ପୂର୍ବରୁ ୨୦୧୯ରେ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ’ ଉପରେ ପିଏଚ୍‌.ଡି କରିବାକୁ ମୁଁ ରେଜିଷ୍ଟ୍ରେଶନ୍‌ କରିଦେଇଥିଲି। ଆଉ ୨୦୨୨ରେ ମୋତେ ଡକ୍ଟରେଟ୍‌ ଡିଗ୍ରୀ ମିଳିଗଲା। ଏବେ ପୋଷ୍ଟ ଡକ୍ଟରାଲ୍‌ କରିବା ସହିତ ମୁଁ ଏବଂ ମୋର ଦୁଇଜଣ ସାଙ୍ଗ ମିଶି ବିଏସ୍‌ଏମ୍‌ଟି ନାମରେ ଏକ ନୂଆ ଆଇ.ଟି କମ୍ପାନୀ ଖୋଲିଛୁ। ଏ ତ ଗଲା ମୋର ପେଶାଗତ କଥା। କିନ୍ତୁ ନିଶା ମୋର ଗୀତ ବୋଲିବା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେବା। ଷଷ୍ଠ ଶ୍ରେଣୀରେ ଆକାଶବାଣୀର ଶିଶୁ ସଂସାର କାର୍ଯ୍ୟକ୍ରମରେ ଗୀତ ବୋଲିବାର ସୁଯୋଗ ମିଳିଥିଲା; ଯାହାକି ମୋତେ ପ୍ରେରଣା ଦେଇଥିଲା ଏହି ଲାଇନ୍‌ରେ ଆଗେଇବାକୁ। ଡିପ୍ଲୋମା ପଢିବା ସମୟରେ ଥରେ ମୁଁ ଗୋଟେ ପ୍ରୋଗ୍ରାମରେ ଗୀତ ଗାଉଥିଲି, ଯେଉଁଠିକି ସଙ୍ଗୀତଜ୍ଞ ହରେକୃଷ୍ଣ ନାୟକ ଅତିଥି ହୋଇ ଆସିଥିଲେ। ମୋ କଣ୍ଠ ତାଙ୍କୁ ଭଲ ଲାଗିବାରୁ ସେ ମୋତେ ଜେଇ କ୍ୟାସେଟ୍‌ କମ୍ପାନୀର ମାଲିକଙ୍କ ସହ ପରିଚୟ କରାଇ ଦେଇଥିଲେ। ଯଦ୍ଦ୍ବାରା ମୋତେ ‘ଭକ୍ତି ଉପାସନା’ କ୍ୟାସେଟ୍‌ ପାଇଁ ନେତ ଉଡେ ଫରଫର କାଳିଆରେ… ଗୀତ ଗାଇବାର ସୁଯୋଗ ମିଳିଲା। ତା’ପରଠୁ ମୁଁ ଆଉ ପଛକୁ ଫେରି ଚାହିଁନି। ଜେଇ ପରେ ଟି-ସିରିଜ୍‌, ସନ୍‌ ମ୍ୟୁଜିକ୍‌ କ୍ୟାସେଟ୍‌ ପାଇଁ ବି ଗୀତ ବୋଲିଲି। ସନ୍‌ ମ୍ୟୁଜିକ୍‌ର ମାଲିକ ତଥା ଅଭିନେତା ଶ୍ରୀକାନ୍ତ ଗୌତମ ହିଁ ମୋ ଭିତରେ ସଙ୍ଗୀତ ନିର୍ଦ୍ଦେଶନା ହେବାର କଳା ଅଛି ବୋଲି ମୋତେ ପ୍ରଥମେ ଚିହ୍ନାଇ ଦେଇଥିଲେ। ତାଙ୍କରି ପ୍ରେରଣାରେ କ୍ରମେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କଲି। ‘ମା’, ‘ମହାଶିବରାତ୍ରୀ’, ‘ଖଣ୍ଡୁଆପାଟ’ ପରି ପ୍ରାୟ ୨୫ଟି ଭଜନ କ୍ୟାସେଟ୍‌ ତଥା ‘ସୂର୍ଯ୍ୟମୁଖୀ’, ‘ଗରମାଗରମ ଚୁମା’, ‘ଚାନ୍ଦର ଚାନ୍ଦିନୀ’ ପରି ଏକାଧିକ ଆଧୁନିକ କ୍ୟାସେଟ୍‌ ପାଇଁ ମୁଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛି। ଏବେ ବି ଗୀତ ବୋଲିବା ଓ ସଙ୍ଗୀତ ନିର୍ଦ୍ଦେଶନା ଦେବା କାର୍ଯ୍ୟ ଜାରି ରହିଛି। ଓଏନ୍‌ଏସ୍‌ ଏଣ୍ଟରଟେନ୍‌ମେଣ୍ଟ ଏବଂ ଓଏନ୍‌ଏସ୍‌ ଇଭେଣ୍ଟ୍‌ସ ପୁରୀ ନାମରେ ମୋର ନିଜସ୍ବ ଦୁଇଟି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବି ରହିଛି; ଯେଉଁଥିରେ ମୁଁ ବୋଲିଥିବା ତଥା ନିର୍ଦ୍ଦେଶନା ଦେଇଥିବା ଅନେକ ଗୀତକୁ ଦର୍ଶକ ଦେଖି ଖୁବ୍‌ ପ୍ରଶଂସା କରୁଛନ୍ତି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri