Posted inଫୁରସତ

ଟ୍ୟୁସନ ପଇସାରେ ସ୍କୁଲ ପିଲାଙ୍କୁ ବହିଖାତା ଦେଇଥିଲି

କେନ୍ଦୁଝର ଜିଲାର କଣ୍ଟିପାଳ ଗାଁରେ ମୋ ଜନ୍ମ । କଣ୍ଟିପାଳ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ଆନନ୍ଦପୁର କଲେଜରେ ଯୁକ୍ତ ଦୁଇ ଓ ଇଂରାଜୀ ସମ୍ମାନ ରଖି ଯୁକ୍ତ ତିନି ପଢିଥିଲି । ତାପରେ ପୁଣି ରାଜନୀତି ବିଜ୍ଞାନରେ ରେଭେନ୍ସାରୁ ଯୁକ୍ତ ତିନି କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏମ୍‌.ଏ, ଜେଏନୟୁରେ ଏମ୍‌.ଫିଲ୍‌ ଏବଂ ପିଏଚ୍‌ଡି କଲି । ପିଏଚ୍‌ଡି କାମ ସମ୍ପୂର୍ଣ୍ଣ ସରି ନଥାଏ ତା’ରି ଭିତରେ ଆଇଏଏସ୍‌ ପରୀକ୍ଷା ଦେଉଥିଲି । ୨୦୧୪ ରେ ପରୀକ୍ଷା ବହୁତ ଭଲ ହୋଇଥିଲା । କିନ୍ତୁ ବିଶେଷ କାରଣରୁ ଦିଲ୍ଲୀ ଛାଡିବାକୁ ପଡିଲା । ସେତେବେଳକୁ ବାଲେଶ୍ୱର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ଅଧ୍ୟାପକ ଚାକିରି ମିଳିଥାଏ । ଭାବିଲି ଦୁଇମାସ ଅଧ୍ୟାପନା କରିଦେବି, ତାପରେ ଆଇଏଏସ୍‌ ହେଲେ ସେଥିରେ ଯୋଗ ଦେବି । ଦୁର୍ଭାଗ୍ୟ ଅଳ୍ପ କିଛି ମାର୍କ ପାଇଁ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲି ନାହିଁ; ଯଦ୍ଦ୍ବାରା ଅଧ୍ୟାପକ ଚାକିରିଟା ଦୁଇମାସ ପରିବର୍ତ୍ତେ ଦୁଇ ବର୍ଷ ଯାଏଁ ଚାଲିଲା ।
ସେପଟେ ପିଏଚଡି ଛାଡି ଆସିଥାଏ । ବହୁତ ଦୁଃଖ ଲାଗିଥିଲା କିନ୍ତୁ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରୁ କିଛି ମାତ୍ରାରେ ଦୁଃଖ ଲାଘବ ହୋଇଥିଲା । ୨୦୧୬ ରେ ଡିଏସପି ଭାବରେ ଯୋଗ ଦେଲି । ୨୦୧୮ ଯାଏଁ ଟ୍ରେନିଂରେ ରହିଲି । ଟ୍ରେନିଂ ସମୟରେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ରାଜ୍ୟପାଳ ପଦକ ମିଳିଲା । ତା’ପରେ ପ୍ରଥମ ପୋଷ୍ଟିଂ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏସ୍‌.ଡି.ପି.ଓ ଭାବେ । ପରେ ବଦଳି ହେଲା କନ୍ଧମାଳର ବାଲିଗୁଡ଼ା ଆଉ ଏବେ ବାଲୁଗାଁର ଏସ୍‌.ଡି.ପି.ଓ ଦାୟିତ୍ୱରେ ଅଛି ।
‘ଆତ୍ମନିର୍ଭରଶୀଳତାକୁ ପସନ୍ଦ କରେ’ ତେଣୁ ଚାକିରି କରି ଦରମା ପାଇବାର ବହୁ ପୂର୍ବରୁ ହିଁ ମୋର ରୋଜଗାର ଆରମ୍ଭ ହୋଇଯାଇ ଥିଲା। ନବମ ଶ୍ରେଣୀରେ ମେଧାବୃତ୍ତି ବାବଦକୁ ବର୍ଷକୁ ଏକକାଳୀନ ୩୦୦ ଟଙ୍କା ମିଳିଥିଲା । ସେଥିରେ ନିଜ ପାଇଁ ଗୋଟିଏ ଓ୍ବାର୍ଡ ବୁକ୍‌ ଓ ଜ୍ୟାମିତି ବାକ୍ସ କିଣିଥିଲି। ବାକି ଟଙ୍କା ବୋଉକୁ ନେଇ ଦେଇଥିଲି । ମାଟ୍ରିକ୍‌ ପାସ୍‌ କରିବା ପରେ ଦଶମ ଶ୍ରେଣୀ ପିଲାଙ୍କୁ ଟ୍ୟୁସନ କରୁଥିଲି ମୁଖ୍ୟତଃ ସଂସ୍କୃତ ଓ ଇଂରାଜୀ ବିଷୟରେ ।
ସେଥିରୁ ଯେଉଁ ଟଙ୍କା ମିଳେ ସେଥିରେ ନିଜ ପଢାଖର୍ଚ୍ଚ ଉଠାଇବା ସହ ସାଧ୍ୟମତେ ଅନ୍ୟ ପିଲାଙ୍କୁ ମଧ୍ୟ ବହିଖାତା ଯୋଗାଇ ଦିଏ । ଜେଏନ୍‌ୟୁରେ ଜେ.ଆର.ଏଫ୍‌ ମିଳିବା ପର୍ଯ୍ୟନ୍ତ ମୁଁ ଟ୍ୟୁସନ କରିଛି ଆଉ ସେହି ରୋଜଗାରରୁ କେବଳ ଗରିବ ପିଲା ନୁହେଁ, ଅସୁବିଧାରେ ପଡିଥିବା ଯେକୌଣସି ଲୋକଙ୍କୁ ବି ସାହାଯ୍ୟ କରିବାକୁ ସବୁବେଳେ ଚେଷ୍ଟା କରିଛି । ଏହି ଧାରା ମୋର ଏବେ ବି ଚାଲିଛି ଆଉ ଏ କ୍ଷେତ୍ରରେ ମୋ ପତ୍ନୀ କବିତା ରାଣୀ ମୋତେ ପୂର୍ଣ୍ଣ ସହଯୋଗ କରିଥାନ୍ତି । ସାଙ୍ଗମାନେ ତିଆରି କରିଥିବା ‘ଆମ ପ୍ରୟାସ’ସଂଗଠନ ବି ଅନେକ ସମୟରେ ପ୍ରେରଣା ଦିଏ। ମୋର ଧ୍ୟାନ ଗରିବ ପିଲାଙ୍କ ପଢ଼ାଖର୍ଚ୍ଚ ସହ ରୋଗୀଙ୍କୁ ରକ୍ତଦାନ ଏବଂ ଔଷଧ ଖର୍ଚ୍ଚ ଆଦିରେ ବି ରହେ। ଯେତେବେଳେ ଯେମିତି ବି ଘଟଣା ମୋ ସାମ୍ନାକୁ ଆସେ, ତା’ର ସମାଧାନ ମୋର ସାଧ୍ୟ ମୁତାବକ କରିବାକୁ ଚେଷ୍ଟା କରିଛି । ଗତବର୍ଷ କରୋନା ସମୟରେ ଜଣେ ଅସହାୟ ବୃଦ୍ଧାଙ୍କ ପୁଅଙ୍କ ମୃତ ଶରୀରକୁ ଅନ୍ୟମାନେ ଛୁଇଁ ନଥିବା ବେଳେ, ସେଇ ମା’ଙ୍କ ଅନୁରୋଧରେ ମୁଁ ଓ ଆଉ ୩ ଜଣ ସହଯୋଗୀ ପିପିଇ କିଟ୍‌ ପିନ୍ଧି ରାତି ସାରା ଜଗି ରହି ଶବଦାହ କରିଥିଲୁ । ସେଇ ମା’ ଜଣକ କାନ୍ଦି କାନ୍ଦି ମୁଣ୍ଡ ଛୁଇଁ ଆଶୀର୍ବାଦ କରିଥିଲେ । ବାଲିଗୁଡ଼ାରେ କରୋନା ସମୟରେ ବିଭିନ୍ନ ରୋଚକପୂର୍ଣ୍ଣ କବିତା ଓ ଗୀତ ଲେଖି ତାକୁ ରେକର୍ଡିଂ କରି ଲୋକଙ୍କୁ ସଚେତନ କରିବାର ଭିନ୍ନ ପ୍ରୟାସ ବି ବେଶ୍‌ ଜନାଦୃତ ହୋଇଥିଲା। ସାଧାରଣତଃ ଲୋକମାନେ ପୋଲିସ୍‌ ସହ କଥାବାର୍ତ୍ତା ହେବାକୁ ଟିକେ ସଙ୍କୋଚବୋଧ ଅବା ଭୟ କରିଥାନ୍ତି ।
ତେଣୁ ମୋର ପ୍ରୟାସ ରହେ ଲୋକେ କେମିତି ମୋ ପାଖରେ ବିନା ଭୟ ବିନା ସଙ୍କୋଚରେ ତାଙ୍କ ଦୁଃଖ ଜଣାଇ ପାରିବେ। ସେଥିପାଇଁ ମୋ ମୋବାଇଲ୍‌ ନମ୍ବରକୁ ମୁଁ ରହୁଥିବା ଅଞ୍ଚଳରେ ବାଣ୍ଟି ଦିଏ, ଯଦ୍ଦ୍ବାରା କୌଣସି ବ୍ୟକ୍ତି କୌଣସି ଅସୁବିଧାରେ ମଧ୍ୟ ମୋତେ ଫୋନ୍‌ କରି କିମ୍ବା ହ୍ବାଟ୍ସଆପ ମେସେଜ୍‌ କରି ଅସୁବିଧା ଜଣାଇଲେ ତାଙ୍କୁ ଅନାୟାସରେ ସାହାଯ୍ୟ କରିପାରିବି । ଏଇ କିଛି ଦିନ ତଳେ ଚିଲିକାରେ ବୁଡିଯାଉଥିବା ୧୧ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ଅନେକ ଖୁସି ଆଉ ଆଶୀର୍ବାଦ ପାଇଥିଲି। ଆଜି ଯାଏଁ ଯେଉଁଠି ବି କାମ କରିଛି ଲୋକେ ଖୁବ୍‌ ଭଲ ପାଇବା ଦେଇଛନ୍ତି; ଆଉ ତାକୁ ହିଁ ପାଥେୟ କରି ମୁଁ ମୋ କର୍ମପଥରେ ଆଗେଇ ଚାଲିଛି । -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri