Posted inଫୁରସତ

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି: ନିର୍ମଳ ଚନ୍ଦ୍ର ଶୂରଦେଓ

ନୟାଗଡ଼ରେ ମୋର ଜନ୍ମ ଆଉ ପାଠପଢା। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ ପି.ଜି କଲି। ପି.ଜି ଶେଷ ହେବାର କିଛିଦିନ ପରେ ଅର୍ଥାତ୍‌ ୧୯୮୮ରେ ନୟାଗଡ଼ ଚିନି କଳରେ ଜୁନିୟର୍‌ ଆସିଷ୍ଟାଣ୍ଟ ଭାବେ ମୋତେ ଚାକିରି ମିଳିଲା। ବେତନ ମାସକୁ ୯୦୦ ଟଙ୍କା। ପ୍ରଥମ ମାସ ଯେବେ ଦରମା ପାଇଲି ଖୁସିରେ ବାପାଙ୍କୁ ଆଣି ଦେଲି। ବାପାବୋଉ ବହୁତ ଖୁସି ହେଲେ। କିନ୍ତୁ ସେମାନେ ଟଙ୍କା ରଖିଲେନି। ମୋତେ ଫେରାଇ ଦେଇ କହିଲେ, ଆମର ଟଙ୍କା କ’ଣ ହେବ ତୁ ରଖ ଖର୍ଚ୍ଚ କରିବୁ। ବାପାବୋଉଙ୍କର ମୁଁ ଗୋଟିଏ ବୋଲି ପୁଅ ଥିଲି। ବାପା ବି ପେନ୍‌ସନ୍‌ ପାଉଥିଲେ। ମୋ ଉପରେ ଘରର ଦାୟିତ୍ୱ ସେମିତି କିଛି ନଥିଲା। ତେଣୁ ଦରମା ଟଙ୍କାକୁ ମୁଁ ମୋ ହିସାବରେ ଖର୍ଚ୍ଚ କଲି। ୨୦୦୦ ମସିହା ପର୍ଯ୍ୟନ୍ତ ଏମିତି ଚାଲିଲା। ତା’ପରେ ଉକ୍ତ ଚିନି କଳଟିକୁ ବନ୍ଦ କରିଦେବାକୁ ସରକାର ନିଷ୍ପତି ନେବାରୁ ଚାକିରିରୁ ଭିଆର୍‌ଏସ୍‌ ନେଇଗଲି। ଆଉ ୨୦୦୧ରେ ‘ସମ୍ବାଦ ପରମ୍ପରା’ ନାମରେ ଏକ ସାପ୍ତାହିକ ଖବରକାଗଜ ନୟାଗଡ଼ରୁ ପ୍ରକାଶ କଲି, ଯାହା ଏବେ ବି ଚାଲିଛି। ତା’ସହିତ ପରମ୍ପରା ପ୍ରକାଶନ ନାମରେ ଏକ ପ୍ରକାଶନ ସଂସ୍ଥା ମଧ୍ୟ ମୋର ଅଛି। ଏଥିସହିତ କବିତା, ନାଟକ, ପ୍ରବନ୍ଧ, ସମାଲୋଚନ ମୂଳକ ଲେଖା ଲେଖିବାରେ ବି ଖୁବ୍‌ ରୁଚି ରହିଛି। ୟା’ ଭିତରେ ତିନୋଟି କବିତା ସଂକଳନ ମୋର ପ୍ରକାଶ ପାଇସାରିଲାଣି; ଯଥା: ‘ରାଧିକା’, ‘ଓଢଣା ତଳର ଶୀତ’, ‘ବିବିଧ ବର୍ଣ୍ଣା’। ସେହିପରି ନୟାଗଡ଼ର କେତେଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଜାଣିବା ପାଇଁ ମୁଁ ‘ନୟାଗଡ଼ର ଗର୍ବ ଓ ଗୌରବ’ ନାମକ ଏକ ପୁସ୍ତକ ସଂକଳନ ମଧ୍ୟ କରିଛି। ‘ସ୍ମରଣିକା ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓ’ ନାମରେ ମୋର ଆଉ ଏକ ସଂକଳନ ମଧ୍ୟ ରହିଛି। କେବଳ ଏତିକି ନୁହେଁ ‘ଭକ୍ତର ଭଗବାନ’ ଏବଂ ‘ଶ୍ରୀ ନୀଳମାଧବ’ ନାମରେ ଦୁଇଟି ନାଟକ ପୁସ୍ତକ ବି ମୋର ପ୍ରକାଶ ପାଇସାରିଛି। ଏଥିସହିତ ‘ପରମ୍ପରା’ ନାମକ ସାହିତ୍ୟ ଓ ସଂସ୍କୃତି ପରିଷଦର ମୁଁ ହେଉଛି ପ୍ରତିଷ୍ଠାତା। ତା’ଛଡ଼ା ଗତ ଛଅ ବର୍ଷ ହେବ ‘ନୟାଗଡ଼ ଲାଇଟ୍‌’ ନାମରେ ଏକ ଇଂରାଜୀ ପାକ୍ଷିକ ଏବଂ ଗତ ବର୍ଷେ ହେବ ‘କୁସୁମାଂଜଳି’ ନାମକ ଏକ ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା ମଧ୍ୟ ମୁଁ ପ୍ରକାଶିତ କରିଆସୁଛି। ଏସବୁବାଦ୍‌ ନୟାଗଡ଼ ବିକାଶ ପରିଷଦର ମୁଁ ହେଉଛି ଆଜୀବନ ସଦସ୍ୟ। ତା’ସହିତ ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ଆଜକୁ ୧୧ ବର୍ଷ ହେବ ସଭାପତି ଦାୟିତ୍ୱ ମୁଁ ତୁଳାଇଆସୁଛି। ଏହାଛଡ଼ା ଅଧ୍ୟାପକ ହେବାର ଇଚ୍ଛା ଥିବାରୁ ମଝିରେ କିଛିଦିନ ଚୁକ୍ତି ଭିତ୍ତିକ ଅଧ୍ୟାପକ ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ରଘୁନାଥ ସମବାୟ ମହାବିଦ୍ୟାଳୟରେ କାମ କରିଥିଲି। କିନ୍ତୁ ଆଖି ଦୃର୍ଶିଆ ଦରମା ନ ମିଳିବାରୁ ସେ ଚାକିରି ବି ଛାଡିଦେଇ ଲେଖାଲେଖିକୁ ଅଧିକ ଗୁରୁତ୍ୱ ଦେଲି। ତେଣୁ ମୁଁ ଆଜି ଯେଉଁ ସ୍ଥାନରେ ପହଁଞ୍ଚିତ୍ଛି ତା’ପଛରେ ଭଗବାନ ଏବଂ ମୋ ବାପା ଓ ଜେଜେବାପାଙ୍କ ଆର୍ଶୀବାଦକୁ ମୁଁ ଶ୍ରେୟ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri