ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ ଥିବା ସ୍ବୀକାର କରିଛନ୍ତି। କେବଳ ଏତିକି ନୁହେଁ, ୨ ବର୍ଷ ହେବ କଂଗ୍ରେସ ଲୋକେ ନିର୍ଯାତିତ ଅବସ୍ଥାରେ ଥିଲେ, ଯେଉଁମାନେ ତାଙ୍କ ସହ ବିଜେଡିରେ ମିଶିଛନ୍ତି ସେମାନେ ଆଉ ସେଭଳି ଅସୁବିଧାରେ ପଡ଼ିବେ ନାହିଁ। ଧୈର୍ଯ୍ୟର ସହ ଜୁନ, ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତା’ପରେ ପାଣି-ପାଣି ଓ କ୍ଷୀର-କ୍ଷୀର ହୋଇଯିବ। ଶୁକ୍ରବାର କଟକ ଫୁଲନଖରାସ୍ଥିତ ଏକ ମଣ୍ଡପ ପରିସରରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳର ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଚିରଞ୍ଜୀବ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ସେ ପ୍ରଭୁ ଜଗନ୍ନାଥ ଓ ମା’ଶାରଳାଙ୍କ ନାଁ ନେଇ ଶପଥ କରିଛନ୍ତି। ଚିରଞ୍ଜୀବ କହିଛନ୍ତି, ଯେଉଁମାନେ ତାଙ୍କ ସହ ବିଜେଡିରେ ମିଶିଛନ୍ତି ସେମାନଙ୍କ ଦାୟିତ୍ୱ ସେ ନିଜେ ନେବେ। କେହି କୁଆଡେ ଯିବାକୁ ପଡ଼ିବ ନାହିଁ। ପ୍ରତି ମାସରେ ୩/୪ ଦିନ ଜଗତ୍‌ସିଂହପୁରରେ ପହଞ୍ଚିବେ। ସେଠାରେ ଯାହାର ଯାହା ଅଭାବ, ଅସୁବିଧା ରହିଛି ବୁଝିବେ। ଶାସକ ଦଳରେ ରହି ପ୍ରତ୍ୟେକେ ସମସ୍ତ ସୁବିଧା ପାଇବେ ବୋଲି କହି ସେ ବୁଝାଇବାକୁ ଚେଷ୍ଟା କରିଛନ୍ତି।
ନିଜର ଦୁଃଖ ବଖାଣି କହିଛନ୍ତି, ସେ କଂଗ୍ରେସ ପରିବାରର ଲୋକ। କିନ୍ତୁ ବିନା କାରଣରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ଯାହା ତାଙ୍କୁ ଆଘାତ ଦେଇଥିଲା। ସେ ଆହୁରି କହିଥିଲେ, ଦଳ ୯ରୁ ୯୦ କରିବାକୁ ହେଲେ ଯୁବ, ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। ଗାଁ ଗହଳିକୁ ଯିବାକୁ ହେବ। କେବଳ ବାହାଦୁରି ଦେଖାଇ କଂଗ୍ରେସ ଭବନରେ କିଛି କହିଦେଲେ ହେବନାହିଁ, ଯାହା ଆଜି ପ୍ରମାଣିତ ହେବାକୁ ଯାଉଛି। କଂଗ୍ରେସ ୯ରୁ ୯୦ ବିଧାୟକ ହାତେଇବ ଅବା ୩, ୨ କିମ୍ବା ୦କୁ ଖସିଆସିବ ତାହା ସମୟ କହିବ। ତାଙ୍କୁ ଯେଉଁଦିନ ନିଲମ୍ବନ କରାଗଲା ସେହିଦିନଠାରୁ ଶରତ ପଟ୍ଟନାୟକ ପିସିସି ସଭାପତି ଥିବାଯାଏ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଚିରଞ୍ଜୀବ କହିଛନ୍ତି। ଏହାପରେ ବିଜେଡି ଡାକିବାରୁ ଏହି ଦଳରେ ଯୋଗଦେଇଥିଲେ। ଆଶା ଥିଲା ବିଜେଡି ତାଙ୍କୁ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଟିକେଟ ଦେବ। କିନ୍ତୁ ଦଳ ତାଙ୍କୁ କଟକରେ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦେଇଥିଲା। ଯେହେତୁ ଜଗତ୍‌ସିଂହପୁର ସହ ତାଙ୍କର ଜଡ଼ିତ ରହିବା ପାଇଁ ଇଚ୍ଛା ଅଛି, ତେଣୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କିନ୍ତୁ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଦଳ ତାଙ୍କ ପରିବର୍ତ୍ତେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ ଘୋଷଣା କଲା। ଏହା ତାଙ୍କୁ ବହୁତ ଆଘାତ ଦେଇଛି। ତେଣୁ କେଉଁ ପରିସ୍ଥିତିରେ କ’ଣ ହେଲା ଏବଂ ଦଳ ତାଙ୍କୁ କାହିଁକି ଟିକେଟ ଦେଲାନି ସେ ବାବଦରେ ବିଜେଡି ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି, ଯାହା କହିବା ସମ୍ଭବ ନୁହେଁ। ଏବେ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବା ପ୍ରାଥମିକତା ରହିବା ଦରକାର ବୋଲି ଚିରଞ୍ଜୀବ କହିଛନ୍ତି।
ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ଚିରଞ୍ଜୀବ କହିଛନ୍ତି, ‘ଆପଣମାନେ ମୋ ଉପରେ ଥରକ ପାଇଁ ବିଶ୍ୱାସ କରନ୍ତୁ। ଭଗବାନଙ୍କ ନାଁ ନେଇ ଶପଥ କରୁଛି, ଯଦି ମୁଁ କଥା ନ ରଖିବି ଆପଣମାନେ ମୋ ମୁହଁରେ ଛେପ ପକାଇ ପଳେଇବେ।’ ସେ ଏକଥା ମଧ୍ୟ କହିଛନ୍ତି, ‘ଆମେ ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳରେ ମିଶିଛେ। ସୁସଙ୍ଗଠିତ ହୋଇ ମୋ ସହିତ ରୁହନ୍ତୁ। ନିର୍ବାଚନ ସମୟରେ କିମ୍ବା ତା’ପରେ ଆପଣମାନଙ୍କ ଦାୟିତ୍ୱ ମୁଁ ନେବି। ଆପଣମାନେ ଯଦି ଭାବୁଥାନ୍ତି ପ୍ରଶାନ୍ତ ବିଧାୟକ ହେଲାପରେ ନିର୍ଯାତନା ଦେବେ, ସେଭଳି ସୁଯୋଗ ନାହିଁ।’ ତେବେ ଚିରଞ୍ଜୀବ ଉପସ୍ଥିତ ଦଳୀୟ ନେତା ଓ କର୍ମୀଙ୍କୁ ବିଭିନ୍ନ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଅଧିକାଂଶ ନିଜକୁ ବୁଝାଇ ପାରି ନ ଥିଲେ। ସେମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। କେତେଜଣ ଚିରଞ୍ଜୀବଙ୍କ ଆଡ଼କୁ ଆଙ୍ଗୁଠି ଉଠାଇ ବର୍ଷିଥିଲେ। କହିଥିଲେ, ଯେଉଁ ବିଜେଡି ତାଙ୍କ ନେତାଙ୍କୁ ଟିକେଟ ଦେଲାନାହିଁ ସେଭଳି ଦଳ ପ୍ରତି ଆନୁଗତ୍ୟ ଦେଖାଇବା ଅସମ୍ଭବ। ପ୍ରଶାନ୍ତ ବିଧାୟକ ହେଲା ପରେ କେଉଁ କ୍ଷମତା ବଳରେ ଚିରଞ୍ଜୀବ ସେମାନଙ୍କୁ ସହଯୋଗ କରିପାରିବେ ବୋଲି ଉପସ୍ଥିତ କେତେଜଣ କଂଗ୍ରେସ କର୍ମୀ ପାଲଟା ପ୍ରଶ୍ନ କରିଥିଲେ। କେବଳ ଏତିକି ନୁହେଁ, ଦୀର୍ଘ ବର୍ଷ ଧରି ବିଜେଡି ବିରୋଧରେ ଲଢ଼େଇ କରି ଏବେ ଏହି ଦଳ ନେତା ଓ କର୍ମୀଙ୍କ ପାଖରେ ଶରଣ ପଶିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ ନ କରିବାକୁ କେତେଜଣ ରୋକଠୋକ୍‌ ମନା କରିଦେଇଛନ୍ତି। ଏପରି କି ଅଧିକାଂଶ ଚିରଞ୍ଜୀବଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ବୈଠକ ଖୁବ୍‌ କମ୍‌ ସମୟ ମଧ୍ୟରେ ସରି ଯାଇଛି। ଏହି ବୈଠକରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଶେଷ ସମୟରେ ବାତିଲ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?