ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ ଥିବା ସ୍ବୀକାର କରିଛନ୍ତି। କେବଳ ଏତିକି ନୁହେଁ, ୨ ବର୍ଷ ହେବ କଂଗ୍ରେସ ଲୋକେ ନିର୍ଯାତିତ ଅବସ୍ଥାରେ ଥିଲେ, ଯେଉଁମାନେ ତାଙ୍କ ସହ ବିଜେଡିରେ ମିଶିଛନ୍ତି ସେମାନେ ଆଉ ସେଭଳି ଅସୁବିଧାରେ ପଡ଼ିବେ ନାହିଁ। ଧୈର୍ଯ୍ୟର ସହ ଜୁନ, ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତା’ପରେ ପାଣି-ପାଣି ଓ କ୍ଷୀର-କ୍ଷୀର ହୋଇଯିବ। ଶୁକ୍ରବାର କଟକ ଫୁଲନଖରାସ୍ଥିତ ଏକ ମଣ୍ଡପ ପରିସରରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳର ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଚିରଞ୍ଜୀବ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ସେ ପ୍ରଭୁ ଜଗନ୍ନାଥ ଓ ମା’ଶାରଳାଙ୍କ ନାଁ ନେଇ ଶପଥ କରିଛନ୍ତି। ଚିରଞ୍ଜୀବ କହିଛନ୍ତି, ଯେଉଁମାନେ ତାଙ୍କ ସହ ବିଜେଡିରେ ମିଶିଛନ୍ତି ସେମାନଙ୍କ ଦାୟିତ୍ୱ ସେ ନିଜେ ନେବେ। କେହି କୁଆଡେ ଯିବାକୁ ପଡ଼ିବ ନାହିଁ। ପ୍ରତି ମାସରେ ୩/୪ ଦିନ ଜଗତ୍‌ସିଂହପୁରରେ ପହଞ୍ଚିବେ। ସେଠାରେ ଯାହାର ଯାହା ଅଭାବ, ଅସୁବିଧା ରହିଛି ବୁଝିବେ। ଶାସକ ଦଳରେ ରହି ପ୍ରତ୍ୟେକେ ସମସ୍ତ ସୁବିଧା ପାଇବେ ବୋଲି କହି ସେ ବୁଝାଇବାକୁ ଚେଷ୍ଟା କରିଛନ୍ତି।
ନିଜର ଦୁଃଖ ବଖାଣି କହିଛନ୍ତି, ସେ କଂଗ୍ରେସ ପରିବାରର ଲୋକ। କିନ୍ତୁ ବିନା କାରଣରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ଯାହା ତାଙ୍କୁ ଆଘାତ ଦେଇଥିଲା। ସେ ଆହୁରି କହିଥିଲେ, ଦଳ ୯ରୁ ୯୦ କରିବାକୁ ହେଲେ ଯୁବ, ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। ଗାଁ ଗହଳିକୁ ଯିବାକୁ ହେବ। କେବଳ ବାହାଦୁରି ଦେଖାଇ କଂଗ୍ରେସ ଭବନରେ କିଛି କହିଦେଲେ ହେବନାହିଁ, ଯାହା ଆଜି ପ୍ରମାଣିତ ହେବାକୁ ଯାଉଛି। କଂଗ୍ରେସ ୯ରୁ ୯୦ ବିଧାୟକ ହାତେଇବ ଅବା ୩, ୨ କିମ୍ବା ୦କୁ ଖସିଆସିବ ତାହା ସମୟ କହିବ। ତାଙ୍କୁ ଯେଉଁଦିନ ନିଲମ୍ବନ କରାଗଲା ସେହିଦିନଠାରୁ ଶରତ ପଟ୍ଟନାୟକ ପିସିସି ସଭାପତି ଥିବାଯାଏ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଚିରଞ୍ଜୀବ କହିଛନ୍ତି। ଏହାପରେ ବିଜେଡି ଡାକିବାରୁ ଏହି ଦଳରେ ଯୋଗଦେଇଥିଲେ। ଆଶା ଥିଲା ବିଜେଡି ତାଙ୍କୁ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଟିକେଟ ଦେବ। କିନ୍ତୁ ଦଳ ତାଙ୍କୁ କଟକରେ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦେଇଥିଲା। ଯେହେତୁ ଜଗତ୍‌ସିଂହପୁର ସହ ତାଙ୍କର ଜଡ଼ିତ ରହିବା ପାଇଁ ଇଚ୍ଛା ଅଛି, ତେଣୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କିନ୍ତୁ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଦଳ ତାଙ୍କ ପରିବର୍ତ୍ତେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ ଘୋଷଣା କଲା। ଏହା ତାଙ୍କୁ ବହୁତ ଆଘାତ ଦେଇଛି। ତେଣୁ କେଉଁ ପରିସ୍ଥିତିରେ କ’ଣ ହେଲା ଏବଂ ଦଳ ତାଙ୍କୁ କାହିଁକି ଟିକେଟ ଦେଲାନି ସେ ବାବଦରେ ବିଜେଡି ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି, ଯାହା କହିବା ସମ୍ଭବ ନୁହେଁ। ଏବେ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବା ପ୍ରାଥମିକତା ରହିବା ଦରକାର ବୋଲି ଚିରଞ୍ଜୀବ କହିଛନ୍ତି।
ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ଚିରଞ୍ଜୀବ କହିଛନ୍ତି, ‘ଆପଣମାନେ ମୋ ଉପରେ ଥରକ ପାଇଁ ବିଶ୍ୱାସ କରନ୍ତୁ। ଭଗବାନଙ୍କ ନାଁ ନେଇ ଶପଥ କରୁଛି, ଯଦି ମୁଁ କଥା ନ ରଖିବି ଆପଣମାନେ ମୋ ମୁହଁରେ ଛେପ ପକାଇ ପଳେଇବେ।’ ସେ ଏକଥା ମଧ୍ୟ କହିଛନ୍ତି, ‘ଆମେ ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳରେ ମିଶିଛେ। ସୁସଙ୍ଗଠିତ ହୋଇ ମୋ ସହିତ ରୁହନ୍ତୁ। ନିର୍ବାଚନ ସମୟରେ କିମ୍ବା ତା’ପରେ ଆପଣମାନଙ୍କ ଦାୟିତ୍ୱ ମୁଁ ନେବି। ଆପଣମାନେ ଯଦି ଭାବୁଥାନ୍ତି ପ୍ରଶାନ୍ତ ବିଧାୟକ ହେଲାପରେ ନିର୍ଯାତନା ଦେବେ, ସେଭଳି ସୁଯୋଗ ନାହିଁ।’ ତେବେ ଚିରଞ୍ଜୀବ ଉପସ୍ଥିତ ଦଳୀୟ ନେତା ଓ କର୍ମୀଙ୍କୁ ବିଭିନ୍ନ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଅଧିକାଂଶ ନିଜକୁ ବୁଝାଇ ପାରି ନ ଥିଲେ। ସେମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। କେତେଜଣ ଚିରଞ୍ଜୀବଙ୍କ ଆଡ଼କୁ ଆଙ୍ଗୁଠି ଉଠାଇ ବର୍ଷିଥିଲେ। କହିଥିଲେ, ଯେଉଁ ବିଜେଡି ତାଙ୍କ ନେତାଙ୍କୁ ଟିକେଟ ଦେଲାନାହିଁ ସେଭଳି ଦଳ ପ୍ରତି ଆନୁଗତ୍ୟ ଦେଖାଇବା ଅସମ୍ଭବ। ପ୍ରଶାନ୍ତ ବିଧାୟକ ହେଲା ପରେ କେଉଁ କ୍ଷମତା ବଳରେ ଚିରଞ୍ଜୀବ ସେମାନଙ୍କୁ ସହଯୋଗ କରିପାରିବେ ବୋଲି ଉପସ୍ଥିତ କେତେଜଣ କଂଗ୍ରେସ କର୍ମୀ ପାଲଟା ପ୍ରଶ୍ନ କରିଥିଲେ। କେବଳ ଏତିକି ନୁହେଁ, ଦୀର୍ଘ ବର୍ଷ ଧରି ବିଜେଡି ବିରୋଧରେ ଲଢ଼େଇ କରି ଏବେ ଏହି ଦଳ ନେତା ଓ କର୍ମୀଙ୍କ ପାଖରେ ଶରଣ ପଶିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ ନ କରିବାକୁ କେତେଜଣ ରୋକଠୋକ୍‌ ମନା କରିଦେଇଛନ୍ତି। ଏପରି କି ଅଧିକାଂଶ ଚିରଞ୍ଜୀବଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ବୈଠକ ଖୁବ୍‌ କମ୍‌ ସମୟ ମଧ୍ୟରେ ସରି ଯାଇଛି। ଏହି ବୈଠକରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଶେଷ ସମୟରେ ବାତିଲ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri