Posted inଫୁରସତ

ପ୍ରଥମ ଦରମାରେ ମନ୍ଦିରରେ ଭୋଗ କରିଥିଲି: ଡଃ କୁମୁଦିନୀ ରାଉତରାୟ

ସୁନ୍ଦରଗଡ ସହରରେ ମୁଁ ମୋର ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିଥିଲି। ପରେ ୟୁନିଭର୍ସିଟିରେ ଭୁତତ୍ତ୍ୱ ବିଜ୍ଞାନ ବିଭାଗରେ ଏମଏସସି ପଢୁଥିବାବେଳେ ସୁନ୍ଦରଗଡ ଜିଲାର ସମନ୍ବିତ ଶିଶୁ ବିକାଶ ଯୋଜନା ବିଭାଗର ସୁପରଭାଇଜର ପଦବୀ ପାଇଁ ସାକ୍ଷାତକାର ଦେଇ ସେଥିରେ କୃତକାର୍ଯ୍ୟ ହେଲି। ଆଉ ସୁନ୍ଦରଗଡ ଜିଲାର ଲାଠିକଟା ବ୍ଲକରେ ସମନ୍ବିତ ଶିଶୁ ବିକାଶ ଯୋଜନାର ସୁପରଭାଇଜର ଭାବେ କାର୍ଯ୍ୟରେ ଯୋଗ ଦେଲି ।

ପ୍ରଥମ ମାସ ପରେ ଯେତେବେଳେ ଦରମା ମିଳିଲା ଦରମା ଟଙ୍କା ଆଣି ବାପାଙ୍କୁ ଦେଇଥିଲି। ସେଥିରୁ କିଛି ଟଙ୍କା ନେଇ ମା’ ସମଲେଶ୍ୱରୀଙ୍କ ନିକଟରେ ଭୋଗ କରିଥିଲି। ତା’ସହ ସେତେବେଳେ ଆମ ଘର ପାଖରେ ରହୁଥିବା ଜଣେ କୁମ୍ଭପଟିଆ ବାବା (ମହିମା ସନ୍ନ୍ୟାସୀ) ଯେ କି ଆମଘରକୁ ପ୍ରାୟତଃ ଆସୁଥିଲେ ତାଙ୍କୁ ଜ୍ୱର ହେଉଥିବାରୁ ଔଷଧ କିଣି ତାଙ୍କୁ ଦେଇଥିଲି। ପ୍ରଥମ ରୋଜଗାର ଟଙ୍କାରେ କିଛି ସାହାଯ୍ୟ କରି ପାରିଥିବାରୁ ମୋ ମନ ଆତ୍ମତୃପ୍ତିରେ ଭରିଯାଇଥିଲା। ତା’ପରେ ବାପାଙ୍କ ପାଖରେ ଥିବା ଦରମା ଟଙ୍କାରୁ କିଛି କିଛି ନେଇ ନିଜର ଆବଶ୍ୟକତା ମୁତାବକ ଖର୍ଚ୍ଚ କରିବା ସଙ୍ଗେ ସଙ୍ଗେ ଘର ଲୋକଙ୍କ ପାଇଁ କିଛି ଉପହାର କିଣିଥିଲି ।

ମୋର ପ୍ରଥମ ଚାକିରିର ପ୍ରଥମ ପାରିଶ୍ରମିକକୁ ମୁଁ ଏପରି ଭାବେ ଖର୍ଚ୍ଚ କରିଥିଲି। ପରବର୍ତ୍ତୀ ସମୟରେ ଓଡିଶା ସରକାରଙ୍କ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମୁଁ ଭୂତତ୍ୱ ବିଜ୍ଞାନ ବିଭାଗର ଅଧ୍ୟାପିକା ଭାବେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଯୋଗଦେଲି। ଏହାପରେ ଭୂତତ୍ତ୍ୱ ବିଜ୍ଞାନରେ ଗବେଷଣା କରି ପିଏଚଡି ଡିଗ୍ରୀ ପ୍ରାପ୍ତ କଲି। ଆଉ ସେହି ମହାବିଦ୍ୟାଳୟର ସ୍ନାତକୋତ୍ତର ଭୂତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଭାବେ କାର୍ଯ୍ୟ କରି ମହାବିଦ୍ୟାଳୟର ଛାତ୍ରୀ ନିବାସର ଅଧ୍ୟକ୍ଷା ଭାବେ ଛାତ୍ରୀମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେଇ ନିଜର ଦାୟିତ୍ୱ ବୋଧକୁ ସୂଚାରୁ ରୂପେ ସଂପାଦନ କଲି। ୨୦୨୨ ମସିହାରେ ସୁନ୍ଦରଗଡ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରତ ରହିଛି । ଅଧ୍ୟକ୍ଷା ଭାବେ ନିଜ ଦାୟିତ୍ୱ ବୋଧକୁ ସୂଚାରୁରୂପେ ସଂପାଦନ କରିବା ସହ ମହାବିଦ୍ୟାଳୟରେ ପରିବେଶର ସୁରକ୍ଷା ଓ ଛାତ୍ରୀମାନଙ୍କର ସର୍ବାଙ୍ଗୀନ ଶୈକ୍ଷିକ ଅଭିବୃଦ୍ଧି ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ଛାତ୍ରୀଛାତ୍ରମାନେ କିପରି ନିଜକୁ ପ୍ରତିଷ୍ଠିତ କରି ଏକ ଉନ୍ନତ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇଛି । ବୃତିଗତ ଜୀବନରେ ଅନେକ ଟଙ୍କା ରୋଜଗାର କରିଥିଲେ ମଧ୍ୟ ପହିଲି ରୋଜଗାରର ପୁଲକ ଏବେ ବି ମୋ ମନରେ ଉଜ୍ଜିବୀତ ହୋଇ ରହିଛି।

-ଜୟନାରାୟଣ ମେଣ୍ଡୁଳି


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri