Posted inଫୁରସତ

ବିନା ଦରମାରେ ବର୍ଷେ କାମ କରି ପାଇଥିଲି ୧୫୦ ଟଙ୍କା

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନରେ ମୋ ଜନ୍ମ। ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ, ଗୋଦାବରୀଶ ମହାବିଦ୍ୟାଳୟରୁ ଆଇ.ଏ., ବି.ଏ. ପାସ୍‌ କରିବା ପରେ ବାଣୀବିହାରରେ ଇତିହାସରେ ଏମ୍‌.ଏ. କଲି। ସେହି ସମୟରେ ଜଟଣୀ ବ୍ଲକ୍‌ ଅନ୍ତର୍ଗତ ଛତାବରଠାରେ ନୂଆ କରି ଏକ କଲେଜ ଖୋଲିଥିଲା; ଯାହାର ନାଁ ଥିଲା ବାଉରୀବନ୍ଧୁ ମହାବିଦ୍ୟାଳୟ। ଏହା ଥିଲା ୧୯୯୨ ମସିହାର କଥା। ସେତେବେଳେ ଉକ୍ତ କଲେଜଟି ବେସରକାରୀ ଭାବେ ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଏମ୍‌.ଏ. ପାସ୍‌ କରିବା ପରେ ଏଠାରେ ଅଧ୍ୟାପନା ଜାରିରଖିଲି। ପ୍ରାୟ ୧ବର୍ଷ ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ପାଠ ପଢ଼ାଇଲି। ତା’ପରେ ମ୍ୟାନେଜ୍‌ମେଣ୍ଟ ମୋତେ ୧୫୦ ଟଙ୍କା ଦରମା ଦେଲା। ଯେହେତୁ ସେତେବେଳେ ଘରଭଡ଼ା ନେଇ ଛତାବରରେ ରହୁଥିଲି; ତେଣୁ ଦରମା ଟଙ୍କା ମୋର ଘରଭଡ଼ା ଓ ନିଜସ୍ବ ଖର୍ଚ୍ଚରେ ସରିଯାଉଥିଲା। ତା’ଛଡ଼ା ମୁଁ ଥିଲି ବାପାବୋଉଙ୍କର ତୃତୀୟ ସନ୍ତାନ, ମୋ ଉପରେ ଦୁଇ ବଡ଼ ଭାଇ ଥିଲେ। ବାପା ବି ଚାକିରି କରିଥିଲେ। ତେଣୁ ଘର ଚଳାଇବା ପାଇଁ ମୋ ଉପରେ ସେମିତି କିଛି ଦାୟିତ୍ୱ ନ ଥିଲା। ସେଥିପାଇଁ ଯାହାବି ରୋଜଗାର କରୁଥିଲି ନିଜେ ଖର୍ଚ୍ଚ କରୁଥିଲି। ପ୍ରାୟ ୨୦୧୪ ମସିହା ପର୍ଯ୍ୟନ୍ତ ମ୍ୟାନେଜମେଣ୍ଟ ଦ୍ୱାରା ଉକ୍ତ କଲେଜଟି ଚାଲିଥିଲା। ଆଉ ମଝିରେ ମଝିରେ ସ୍ବଳ୍ପ କିଛି ବଢ଼ିବଢି ମୋ ଦରମା ୨୦୧୪ ବେଳକୁ ୩୫୦୦ ଟଙ୍କାରେ ପହଞ୍ଚତ୍ଥିଲା। ତା’ପରେ କଲେଜଟି ବ୍ଲକ୍‌ ଗ୍ରାଣ୍ଟ ପାଇବାରୁ ଆମକୁ ସରକାରୀ ଦରମା ମିଳିଲା। ମୋର ପ୍ରଥମ ସରକାରୀ ଦରମା ଥିଲା ୫,୭୩୩ ଟଙ୍କା। ତା’ସହିତ କିଛି ଏରିଅର୍‌ ଟଙ୍କା ବି ମିଳିଥିଲା। ଖୁସିରେ ଗାଁକୁ ଯାଇ ବାପାବୋଉ, ଭାଇଙ୍କୁ କିଛି ଟଙ୍କା ଦେଇଥିଲି। ତା’ସହିତ ସେ ସମୟରେ ଗାଁ ମନ୍ଦିରର ଛାତ କାମ ହେଉଥାଏ; ସେଥିପାଇଁ ବି କିଛି ଟଙ୍କା ଦାନ କରିଥିଲି। ସମସ୍ତେ ଖୁବ୍‌ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ କରିଥିଲେ। ୟା’ ଭିତରେ ଅନେକ ବର୍ଷ ବିତିଗଲାଣି। କିନ୍ତୁ ଅଧ୍ୟାପକ ଚାକିରି ସରିବାକୁ ମୋର ଆହୁରି ଦୁଇ ବର୍ଷ ବାକି ଅଛି। ଏ ତ ଗଲା ମୋ ବୃତ୍ତିଗତ ଜୀବନ କଥା। ରୁଚି କଥା କହିଲେ, ମୋତେ ବିଭିନ୍ନ ବିଷୟବସ୍ତୁ ଉପରେ ନିବନ୍ଧ ଲେଖିବାକୁ ଭଲ ଲାଗେ। ଏହି ଲେଖାଲେଖିର ଧାରା ମୋର ସ୍କୁଲ ପଢିଲାବେଳୁ ଆରମ୍ଭ ହୋଇଛି। କାରଣ ଆମ ଗାଁ କୁମାରାଙ୍ଗ ଶାସନ ହେଲା ଏକ ସଂସ୍କୃତିସମ୍ପନ୍ନ ଗାଁ। ଏହି ଗାଁରେ ରହିଛି ଏକ ପୁରୁଣା ପାଠାଗାର; ଯାହାର ନାଁ ହେଲା କୁମାର ପାଠାଗାର। ମୋର କଲେଜ କ୍ୟାରିୟର ପର୍ଯ୍ୟନ୍ତ ଏହି ପାଠାଗାର ତରଫରୁ ପ୍ରତିବର୍ଷ କୁମାର ପୂର୍ଣ୍ଣିମା ଅବସରରେ ଏକ ପତ୍ରିକା ପ୍ରକାଶ ପାଉଥିଲା; ଯାହାକି କୁମାର ପତ୍ରିକା ନାମରେ ପରିଚିତ ଥିଲା। ସେତେବେଳେ ହାତଲେଖାରେ ଏହି ପତ୍ରିକାଟି
ବାହାରୁଥିଲା; ଯେଉଁଥିରେ ମୋର ଅନେକ ଲେଖା ସ୍ଥାନ ପାଇଥିଲା। କେବଳ ସେତିକି ନୁହେଁ ବେଶ୍‌ କିଛିଦିନ ଏହି ପାଠାଗାରର ଲାଇବ୍ରେରିଆନ୍‌ ଦାୟିତ୍ୱ ବି ମୁଁ ତୁଲାଇଥିଲି। ଯାହାବି ହେଉ ଭଗବାନଙ୍କ କୃପାରୁ ଲେଖାଲେଖି ହେଉ କି ଅଧ୍ୟାପନା ସବୁକିଛି ଠିକ୍‌ଠାକ୍‌ ଚାଲିଛି; ସେଥିପାଇଁ ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri