Posted inଫୁରସତ

ବିନା ଦରମାରେ ବର୍ଷେ କାମ କରି ପାଇଥିଲି ୧୫୦ ଟଙ୍କା

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନରେ ମୋ ଜନ୍ମ। ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ, ଗୋଦାବରୀଶ ମହାବିଦ୍ୟାଳୟରୁ ଆଇ.ଏ., ବି.ଏ. ପାସ୍‌ କରିବା ପରେ ବାଣୀବିହାରରେ ଇତିହାସରେ ଏମ୍‌.ଏ. କଲି। ସେହି ସମୟରେ ଜଟଣୀ ବ୍ଲକ୍‌ ଅନ୍ତର୍ଗତ ଛତାବରଠାରେ ନୂଆ କରି ଏକ କଲେଜ ଖୋଲିଥିଲା; ଯାହାର ନାଁ ଥିଲା ବାଉରୀବନ୍ଧୁ ମହାବିଦ୍ୟାଳୟ। ଏହା ଥିଲା ୧୯୯୨ ମସିହାର କଥା। ସେତେବେଳେ ଉକ୍ତ କଲେଜଟି ବେସରକାରୀ ଭାବେ ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଏମ୍‌.ଏ. ପାସ୍‌ କରିବା ପରେ ଏଠାରେ ଅଧ୍ୟାପନା ଜାରିରଖିଲି। ପ୍ରାୟ ୧ବର୍ଷ ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ପାଠ ପଢ଼ାଇଲି। ତା’ପରେ ମ୍ୟାନେଜ୍‌ମେଣ୍ଟ ମୋତେ ୧୫୦ ଟଙ୍କା ଦରମା ଦେଲା। ଯେହେତୁ ସେତେବେଳେ ଘରଭଡ଼ା ନେଇ ଛତାବରରେ ରହୁଥିଲି; ତେଣୁ ଦରମା ଟଙ୍କା ମୋର ଘରଭଡ଼ା ଓ ନିଜସ୍ବ ଖର୍ଚ୍ଚରେ ସରିଯାଉଥିଲା। ତା’ଛଡ଼ା ମୁଁ ଥିଲି ବାପାବୋଉଙ୍କର ତୃତୀୟ ସନ୍ତାନ, ମୋ ଉପରେ ଦୁଇ ବଡ଼ ଭାଇ ଥିଲେ। ବାପା ବି ଚାକିରି କରିଥିଲେ। ତେଣୁ ଘର ଚଳାଇବା ପାଇଁ ମୋ ଉପରେ ସେମିତି କିଛି ଦାୟିତ୍ୱ ନ ଥିଲା। ସେଥିପାଇଁ ଯାହାବି ରୋଜଗାର କରୁଥିଲି ନିଜେ ଖର୍ଚ୍ଚ କରୁଥିଲି। ପ୍ରାୟ ୨୦୧୪ ମସିହା ପର୍ଯ୍ୟନ୍ତ ମ୍ୟାନେଜମେଣ୍ଟ ଦ୍ୱାରା ଉକ୍ତ କଲେଜଟି ଚାଲିଥିଲା। ଆଉ ମଝିରେ ମଝିରେ ସ୍ବଳ୍ପ କିଛି ବଢ଼ିବଢି ମୋ ଦରମା ୨୦୧୪ ବେଳକୁ ୩୫୦୦ ଟଙ୍କାରେ ପହଞ୍ଚତ୍ଥିଲା। ତା’ପରେ କଲେଜଟି ବ୍ଲକ୍‌ ଗ୍ରାଣ୍ଟ ପାଇବାରୁ ଆମକୁ ସରକାରୀ ଦରମା ମିଳିଲା। ମୋର ପ୍ରଥମ ସରକାରୀ ଦରମା ଥିଲା ୫,୭୩୩ ଟଙ୍କା। ତା’ସହିତ କିଛି ଏରିଅର୍‌ ଟଙ୍କା ବି ମିଳିଥିଲା। ଖୁସିରେ ଗାଁକୁ ଯାଇ ବାପାବୋଉ, ଭାଇଙ୍କୁ କିଛି ଟଙ୍କା ଦେଇଥିଲି। ତା’ସହିତ ସେ ସମୟରେ ଗାଁ ମନ୍ଦିରର ଛାତ କାମ ହେଉଥାଏ; ସେଥିପାଇଁ ବି କିଛି ଟଙ୍କା ଦାନ କରିଥିଲି। ସମସ୍ତେ ଖୁବ୍‌ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ କରିଥିଲେ। ୟା’ ଭିତରେ ଅନେକ ବର୍ଷ ବିତିଗଲାଣି। କିନ୍ତୁ ଅଧ୍ୟାପକ ଚାକିରି ସରିବାକୁ ମୋର ଆହୁରି ଦୁଇ ବର୍ଷ ବାକି ଅଛି। ଏ ତ ଗଲା ମୋ ବୃତ୍ତିଗତ ଜୀବନ କଥା। ରୁଚି କଥା କହିଲେ, ମୋତେ ବିଭିନ୍ନ ବିଷୟବସ୍ତୁ ଉପରେ ନିବନ୍ଧ ଲେଖିବାକୁ ଭଲ ଲାଗେ। ଏହି ଲେଖାଲେଖିର ଧାରା ମୋର ସ୍କୁଲ ପଢିଲାବେଳୁ ଆରମ୍ଭ ହୋଇଛି। କାରଣ ଆମ ଗାଁ କୁମାରାଙ୍ଗ ଶାସନ ହେଲା ଏକ ସଂସ୍କୃତିସମ୍ପନ୍ନ ଗାଁ। ଏହି ଗାଁରେ ରହିଛି ଏକ ପୁରୁଣା ପାଠାଗାର; ଯାହାର ନାଁ ହେଲା କୁମାର ପାଠାଗାର। ମୋର କଲେଜ କ୍ୟାରିୟର ପର୍ଯ୍ୟନ୍ତ ଏହି ପାଠାଗାର ତରଫରୁ ପ୍ରତିବର୍ଷ କୁମାର ପୂର୍ଣ୍ଣିମା ଅବସରରେ ଏକ ପତ୍ରିକା ପ୍ରକାଶ ପାଉଥିଲା; ଯାହାକି କୁମାର ପତ୍ରିକା ନାମରେ ପରିଚିତ ଥିଲା। ସେତେବେଳେ ହାତଲେଖାରେ ଏହି ପତ୍ରିକାଟି
ବାହାରୁଥିଲା; ଯେଉଁଥିରେ ମୋର ଅନେକ ଲେଖା ସ୍ଥାନ ପାଇଥିଲା। କେବଳ ସେତିକି ନୁହେଁ ବେଶ୍‌ କିଛିଦିନ ଏହି ପାଠାଗାରର ଲାଇବ୍ରେରିଆନ୍‌ ଦାୟିତ୍ୱ ବି ମୁଁ ତୁଲାଇଥିଲି। ଯାହାବି ହେଉ ଭଗବାନଙ୍କ କୃପାରୁ ଲେଖାଲେଖି ହେଉ କି ଅଧ୍ୟାପନା ସବୁକିଛି ଠିକ୍‌ଠାକ୍‌ ଚାଲିଛି; ସେଥିପାଇଁ ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri