ଏଯାଏ ପିନ୍ଧିନି ମୋଦିଙ୍କ ମୁଦି

ମୁମ୍ବାଇ: ବଲିଉଡ୍‌ର ଓ୍ବାଣ୍ଡର ଓମ୍ୟାନ୍‌ ସୁସ୍ମିତା ସେନ୍‌ ଓ ୫୬ ବର୍ଷୀୟ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ୍‌ କରୁଥିବାର ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ସୁସ୍ମିତା ଦୁଇ ଝିଅଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। କିଛିଦିନ ହେବ ଦୁହେଁ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିବାବେଳେ ଆଗାମୀ ଦିନରେ ସେମାନେ ବିବାହ ପାଇଁ ଯୋଜନା ରଖିଥିବା ଲଳିତ କହିଛନ୍ତି। ଲଳିତଙ୍କ ସୋସିଆଲ ମିଡିଆ ପୋଷ୍ଟର ଗୋଟିଏ ଦିନ ପରେ ସୁସ୍ମିତା ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି। କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି ଯେ, ମୁଁ ଖୁସିରେ ଅଛି। ‘ବାହା ହୋଇନାହିଁ କି ମୁଦି ନାହିଁ। ନିସର୍ତ୍ତ ପ୍ରେମରେ ଆବଦ୍ଧ। ଏହା ଯଥେଷ୍ଟ ସ୍ପଷ୍ଟୀକରଣ।’ ତେବେ ସୁସ୍ମିତା ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ଲଳିତ ନ ଥିବା ପ୍ରକାଶି ଖବର ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଲଳିତ ଏକାଧିକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସୁସ୍ମିତା ଲଳିତଙ୍କର ଅତି ନିକଟରେ ବସିଛନ୍ତି। ଫଟୋରେ ସୁସ୍ମିତା ଏକ ମୁଦି ପିନ୍ଧିଥିବାର ଦେଖାଯାଇଥିବାବେଳେ ମୁଦିଟି ଲଳିତ ଗିଫ୍ଟ କରିଥିବା ଏବଂ ଦୁହିଁଙ୍କର ନିର୍ବନ୍ଧ ସରିଯାଇଥିବା ଗୁଜବ ସୃଷ୍ଟି ହୋଇଛି।
ତାଙ୍କ ଲାଇଫ୍‌,
ତାଙ୍କ ଡିସିଶନ: ଲଳିତଙ୍କ ପୁଅ
ଲଳିତ ସୁସ୍ମିତାଙ୍କୁ ଡେଟ୍‌ କରିଥିବା ଖବର ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଲଳିତଙ୍କ ପୁଅ ରୁଚିର। ୨୮ ବର୍ଷୀୟ ରୁଚିର ମୋଦି କହିଛନ୍ତି ଯେ, ଦୁହିଁଙ୍କ ସମ୍ପର୍କକୁ ନେଇ ପରିବାର ଆଗରୁ ଅବଗତ ଥିଲେ। କିନ୍ତୁ ଏହା ଉପରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ। ତାଙ୍କ ଜୀବନର ନିଷ୍ପତ୍ତି ସେ ନେବାର ଅଧିକାର ଅଛି। ଆମ ଫ୍ୟାମିଲି ପଲିସି ଅନୁସାରେ କୌଣସି ବ୍ୟକ୍ତି କାହାରି ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରନ୍ତି ନାହିଁ।
ଦୁହିଁଙ୍କ ସମ୍ପର୍କ ବାବଦରେ ସୁସ୍ମିତାଙ୍କ ବାପା ସୁବୀର ସେନ ଓ ଭାଇ ରାଜୀବ କିଛି ଜାଣି ନ ଥିବା କହିଛନ୍ତି। ଅନ୍ୟପଟେ ସୁସ୍ମିତାଙ୍କ ଏକ୍ସ ବୟଫ୍ରେଣ୍ଡ ରୋହମନ ଶାଓ୍ବଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସୁସ୍ମିତା ଯଦି ଲଳିତଙ୍କୁ ନିଜ ଜୀବନସାଥୀ ଭାବେ ବାଛିଛନ୍ତି ତେବେ ନିହାତିଭାବେ ସେ ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଥିବେ। ଲଳିତଙ୍କ ପରିବାର ସହ ସୁସ୍ମିତାଙ୍କ ସମ୍ପର୍କ ଖୁବ୍‌ ପୁରୁଣା।
ତେବେ ସୁସ୍ମିତା ଓ ଲଳିତଙ୍କ ସମ୍ପର୍କ ଖୁବ୍‌ ପୁରୁଣା। ଏକାଧିକ ପାର୍ଟି, ଫଙ୍କଶନ୍‌ରେ ସୁସ୍ମିତା ଲଳିତ ଓ ସ୍ତ୍ରୀ ମିନଲ ଏକାଠି ନଜରକୁ ଆସିଥିବାବେଳେ ତିନିଜଣ ମିଶି ଆଇପିଏଲ୍‌ ମ୍ୟାଚ୍‌ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି। ପ୍ରେମ ସମ୍ପର୍କକୁ ନେଇ ସୁସ୍ମିତାଙ୍କ ନାମ ଅନେକ ସେଲିବ୍ରିଟି ଏବଂ ନାମୀ ବ୍ୟବସାୟୀଙ୍କ ନାମ ସହ ଯୋଡ଼ା ଯାଇଛି। ସେମାନେ ହେଲେ ଫିଲ୍ମ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ, ପାକିସ୍ତାନୀ କ୍ରିକେଟର ଓ୍ବାସିମ ଆକ୍ରମ, ରଣଦୀପ ହୁଡ଼ା, ଟ୍ୟାଲେଣ୍ଟ କମ୍ପାନୀ ମାଲି ବଣ୍ଟି ସଚଦେବ, ଚେନ୍‌ ହୋଟେଲ ମାଲିକ ସଞ୍ଜୟ ନାରଙ୍ଗ ଓ ମଡେଲ ରୋହମନ ଶାଓ୍ବଲ। ରୋହମନ ସୁସ୍ମିତାଙ୍କଠାରୁ ୧୫ ବର୍ଷ ସାନ ହୋଇଥିବାବେଳେ ଗତବର୍ଷ ଡିସେମ୍ବରରେ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri