Categories: ଜାତୀୟ

ଶାହରୁଖ କିଏ ମୁଁ ତାଙ୍କୁ ଜାଣିନାହିଁ: ଆସାମ ମୁଖ୍ୟମନ୍ତ୍ରୀ…

ଗୁଆହାଟୀ,୨୧।୧ : ପଠାନ ଫିଲ୍ମକୁ ନେଇ ଉପୁଜି ଥିବା ବିବାଦକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ, ଶାହରୁଖ ଖାନ୍‌ କିଏ ମୁଁ ତାଙ୍କୁ ଚିହ୍ନି ନାହିଁ। ଜାନୁୟାରୀ ୨୫ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଥିବାବେଳେ ବଜରଙ୍ଗ ଦଳ ପକ୍ଷରୁ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ହିମନ୍ତ କହିଛନ୍ତି ଯେ, ସେହିଦିନ ଆସାମରେ ଡାକ୍ତର ବେଜ ବରୁଆ ପାର୍ଟ-୨ ରିଲିଜ ହେଉଛି। ଲୋକେ ତାକୁ ଦେଖନ୍ତୁ। ପଠାନ ଦେଖିବାର ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, ଫିଲ୍ମର ବେସରମ ରଙ୍ଗ… ଗୀତରେ ଅଭିନେତ୍ରୀ ଦୀପିକା ଏକ ଗୈରିକ ରଙ୍ଗର ବିକିନି ପିନ୍ଧିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

Share