‘ମୋତେ ଜଣା ନ ଥିଲା ମୁଁ କେଉଁ ରାସ୍ତା ବାଛୁଛି’

ମୁମ୍ବାଇ: ଅଭିନେତ୍ରୀ ହୁଅନ୍ତୁ କି ଅଭିନେତା। ସେମାନେ ଅନେକ ସଂଘର୍ଷ କରିବା ପରେ ସଫଳତାର ପାହାଚ ଚଢ଼ିଥାନ୍ତି। ଏମାନଙ୍କ ମଧ୍ୟରୁ ୟାମି ଗୌତମ ହେଉଛନ୍ତି ଜଣେ। ସେ ଛୋଟ ପରଦାରୁ ହିନ୍ଦୀ ଫିଲ୍ମ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଜି ସେ ଜଣେ ଜଣାଶୁଣା ଚେହେରା। ଏକ ସାକ୍ଷାତକାରରେ ୟାମି ତାଙ୍କ ଅଭିନୟ ଜଗତରେ ନିଜର ଯାତ୍ରା ଏବଂ ପ୍ରଥମ ଫିଲ୍ମର ସଫଳତା ସମ୍ପର୍କରେ ମନର କଥା ବଖାଣିଛନ୍ତି।

‘ଚାନ୍ଦ୍‌ କେ ପ୍ୟାର୍‌ ଚଲୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ୟାମି ଅନେକ ବିଜ୍ଞାପନ ଏବଂ ଅନ୍ୟାନ୍ୟ ସିରିୟଲରେ କାମ କରିବା ପରେ ୨୦୧୨ରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ବଡ଼ ପରଦାରେ ଅଭିନୟ କରିଥିଲେ। ସେ ଫିଲ୍ମ ‘ ବିକି ଡୋନର’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ତାଙ୍କୁ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’, ‘ବାଲା’ ଏବଂ ‘ଥର୍ସଡେ’ଭଳି ଅନେକ ଫିଲ୍ମରେ ଅଭିନୟ କରି ଅନେକ ପ୍ରଶଂସା ମିଳିଛି।

ସେ କହିଛନ୍ତି, ମୋର ଯାତ୍ରା ଜାରି ରହିଛି … ମୁଁ ଅନେକ ଉତ୍‌ଥାନ ପତ୍ତନର ସମ୍ମୁଖୀନ ହୋଇଛି। ତାଙ୍କର ପ୍ରଥମ ଫିଲ୍ମର ସଫଳତାକୁ ମନେ ପକାଇ କହିଛନ୍ତି, ମୋର ପ୍ରଥମ ଫିଲ୍ମର ସଫଳତା ପରେ ମୁଁ ହଜିଯାଇଥିବା ଅନୁଭବ କଲି, ପରବର୍ତ୍ତୀ ପଥ ବାଛିବାକୁ ମୁଁ ଜାଣି ନ ଥିଲି, ସେତେବେଳେ ମୁଁ ପାଇଥିବା ସୁଯୋଗ ମୋତେ ଅତିଷ୍ଠ କରିଥିଲା। ନିଜେ ଜାଣି ନ ଥିଲି ମୁଁ ବାଛିଥିବା ରାସ୍ତା ଠିକ୍‌ କି ଭୁଲ୍‌। ବହୁତ ସଂଘର୍ଷ କରିବା ପରେ ଆଜି ସଫଳତା ପାଇଛି। ଯାହାକୁ ନେଇ ଖୁସି ଅଛି।

Share