Posted inଜାତୀୟ

ମୋଦି ସରକାର ଏତେ ଦୁର୍ବଳ ବୋଲି ମୁଁ ଜାଣି ନ ଥିଲି: ଚିଦାମ୍ବରମ…

ନୂଆଦିଲ୍ଲୀ,୧୮।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବା ଆମେରିକୀୟ ବିଲିୟନେୟାର ଜର୍ଜ ସୋରେସଙ୍କ ଉପରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଧ୍ୟ ନିଜର ମତ ଦେଇଛନ୍ତି। ଚିଦାମ୍ବରମ ଟୁଇଟ କରି କହିଛନ୍ତି ଯେ ଜର୍ଜ ସୋରୋସ ଅତୀତରେ ଯାହା କହିଥିଲେ ମୁଁ ତାଙ୍କର ଅଧିକାଂଶ ମନ୍ତବ୍ୟ ନେଇ ସହମତ ନ ଥିଲି। ବର୍ତ୍ତମାନ ସେ ଯାହା କହିଛନ୍ତି ତାହା ଉପରେ ମଧ୍ୟ ମୁଁ ସହମତ ନୁହଁ। ମାତ୍ର ତାଙ୍କର ଟିପ୍ପଣୀକୁ ଭାରତର ଗଣତାନ୍ତ୍ରିକ ଭାବେ ଚୟନ କରାଯାଇଥିବା ସରକାରଙ୍କୁ କ୍ଷମତା ଚ୍ୟୁତ କରିବାର ଏକ ପ୍ରୟାସ ବୋଲି କୁହାଯିବା ଏକ ପିଲାଳିଆମି ମନୋଭାବ।

ଶନିବାର ତାଙ୍କ ଅଫିସିଆଲ ଆକାଉଣ୍ଟରୁ ଏକ ଟୁଇଟ ଜରିଆରେ ଚିଦାମ୍ବରମ କହିଛନ୍ତି, ଭାରତ ଜନସାଧାରଣ ତାହା ସ୍ଥିର କରିବେ କିଏ ଭାରତ ସରକାରରେ ରହିବେ ଏବଂ କିଏ ବାହାରକୁ ଯିବେ। ମୁଁ ଜାଣି ନ ଥିଲି ମୋଦି ସରକାର ଏତେ ଦୁର୍ବଳ ଯେ ଜଣେ ୯୨ ବର୍ଷ ବୟସ୍କ ଧନୀ ବିଦେଶୀ ନାଗରିକଙ୍କ ବିବୃତ୍ତି ନେଇ ଏଭଳି ଭୟଭୀତ ହୋଇ ଯାଇଛନ୍ତି।

ଅନ୍ୟ ଏକ ଟୁଇଟରେ ସେ ଜର୍ଜ ସୋରୋସଙ୍କୁ ଅଣଦେଖା କରିବା ଏବଂ ନୁରିଲ ରୁବିନିଙ୍କ କଥା ଶୁଣିବାକୁ ପରାମର୍ଶ ଦେଇଛନ୍ତି। ଚିଦାମ୍ବରମଙ୍କ ଟୁଇଟ ଅନୁଯାୟୀ ରୁବିନି ଚେତାବନୀ ଦେଇଛନ୍ତି, ଭାରତ ବୃହତ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି। ଯାହା ଦ୍ୱାରା ପ୍ରତିଯୋଗିତା ବନ୍ଦ ହେବାର ସମ୍ଭାବନା ରହିଛି। ଏଭଳି ପ୍ରର୍କିୟା ନୂତନ ପ୍ରବେଶକାରୀଙ୍କୁ ଶେଷ କରିପାରିବାର କ୍ଷମତା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri