Posted inଜାତୀୟ

ମୋଦି ସରକାର ଏତେ ଦୁର୍ବଳ ବୋଲି ମୁଁ ଜାଣି ନ ଥିଲି: ଚିଦାମ୍ବରମ…

ନୂଆଦିଲ୍ଲୀ,୧୮।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବା ଆମେରିକୀୟ ବିଲିୟନେୟାର ଜର୍ଜ ସୋରେସଙ୍କ ଉପରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଧ୍ୟ ନିଜର ମତ ଦେଇଛନ୍ତି। ଚିଦାମ୍ବରମ ଟୁଇଟ କରି କହିଛନ୍ତି ଯେ ଜର୍ଜ ସୋରୋସ ଅତୀତରେ ଯାହା କହିଥିଲେ ମୁଁ ତାଙ୍କର ଅଧିକାଂଶ ମନ୍ତବ୍ୟ ନେଇ ସହମତ ନ ଥିଲି। ବର୍ତ୍ତମାନ ସେ ଯାହା କହିଛନ୍ତି ତାହା ଉପରେ ମଧ୍ୟ ମୁଁ ସହମତ ନୁହଁ। ମାତ୍ର ତାଙ୍କର ଟିପ୍ପଣୀକୁ ଭାରତର ଗଣତାନ୍ତ୍ରିକ ଭାବେ ଚୟନ କରାଯାଇଥିବା ସରକାରଙ୍କୁ କ୍ଷମତା ଚ୍ୟୁତ କରିବାର ଏକ ପ୍ରୟାସ ବୋଲି କୁହାଯିବା ଏକ ପିଲାଳିଆମି ମନୋଭାବ।

ଶନିବାର ତାଙ୍କ ଅଫିସିଆଲ ଆକାଉଣ୍ଟରୁ ଏକ ଟୁଇଟ ଜରିଆରେ ଚିଦାମ୍ବରମ କହିଛନ୍ତି, ଭାରତ ଜନସାଧାରଣ ତାହା ସ୍ଥିର କରିବେ କିଏ ଭାରତ ସରକାରରେ ରହିବେ ଏବଂ କିଏ ବାହାରକୁ ଯିବେ। ମୁଁ ଜାଣି ନ ଥିଲି ମୋଦି ସରକାର ଏତେ ଦୁର୍ବଳ ଯେ ଜଣେ ୯୨ ବର୍ଷ ବୟସ୍କ ଧନୀ ବିଦେଶୀ ନାଗରିକଙ୍କ ବିବୃତ୍ତି ନେଇ ଏଭଳି ଭୟଭୀତ ହୋଇ ଯାଇଛନ୍ତି।

ଅନ୍ୟ ଏକ ଟୁଇଟରେ ସେ ଜର୍ଜ ସୋରୋସଙ୍କୁ ଅଣଦେଖା କରିବା ଏବଂ ନୁରିଲ ରୁବିନିଙ୍କ କଥା ଶୁଣିବାକୁ ପରାମର୍ଶ ଦେଇଛନ୍ତି। ଚିଦାମ୍ବରମଙ୍କ ଟୁଇଟ ଅନୁଯାୟୀ ରୁବିନି ଚେତାବନୀ ଦେଇଛନ୍ତି, ଭାରତ ବୃହତ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି। ଯାହା ଦ୍ୱାରା ପ୍ରତିଯୋଗିତା ବନ୍ଦ ହେବାର ସମ୍ଭାବନା ରହିଛି। ଏଭଳି ପ୍ରର୍କିୟା ନୂତନ ପ୍ରବେଶକାରୀଙ୍କୁ ଶେଷ କରିପାରିବାର କ୍ଷମତା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri