Categories: ଖେଳ

ପଡିଆରେ ମୁଣ୍ଡ ବୁଲାଉଥିଲା, ହାସଲ କଲେ ଶତକ

ସିଡନୀ,୧।୧୨: ଭାରତ ବିପକ୍ଷ ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଶୀର୍ଷ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଶତକ ହାସଲ କରିଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ତାଙ୍କର ଜୋର ମୁଣ୍ଡ ବୁଲାଉଥିଲା। ଏହା ସତ୍ତ୍ୱେ ସେ ଏକ ଚମତ୍କାର ଶତକ ହାସଲ କରିଥିଲେ।
ସ୍ମିଥ ୬୪ ବଲରୁ ୧୦୪ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ଦ୍ୱିତୀୟ ଏକଦିବସୀୟରେ ୩୮୯ ସ୍କୋର କରି ଭାରତକୁ ୫୧ ରନରେ ପରାସ୍ତ କରି ଏକଦିବସୀୟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି। ତେବେ ପୂର୍ବତନ ଅଧିନାୟକ ସ୍ମିଥ କ୍ରମାଗତ ଦ୍ୱିତୀୟ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇବା ପରେ କହିଛନ୍ତି ଯେ ସେ କିଛି ସମୟ ପାଇଁ କ୍ରିଜରେ ଭଲ ଅନୁଭବ କରି ନ ଥିଲି। ମୁଁ ଜାଣି ନ ଥିଲି ଯେ ମୁଁ ମ୍ୟାଚ୍‌ ଖେଳିପାରିବି। କାରଣ ମ୍ୟାଚ୍‌ ଦିନ ସକାଳେ ବହୁତ ମୁଣ୍ଡ ବୁଲାଉଥିଲା ଏବଂ ମୋତେ ବହୁତ ଅସୁବିଧା ହେଉଥିଲା। ସ୍ମିଥ କହିଛନ୍ତି ଯେ ଦଳର ଡାକ୍ତର ଲେଗ ଗୋଲ୍ଡିଂ ତାଙ୍କୁ ଚିକିତ୍ସା କରି ତାଙ୍କୁ କିଛି ସମୟ ଆରାମ କରିବାକୁ କହିଥିଲେ। ଏହାପରେ ମ୍ୟାଚ୍‌ ଖେଳି ଦଳକୁ ଜିତାଇ ଥିବାରୁ ମୁଁ ଖୁସି ବୋଲି ସେ କହିଛନ୍ତି।

Share