Categories: ଖେଳ

ଭାରତୀୟ ଦଳର ଏହି କାର୍ଯ୍ୟ ଦେଖି ହସି ହସି କାନ୍ଦି ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଏକ ସମୟ ଥିଲା ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ଡିଆରଏସ୍‌ରେ ବହୁତ ସଫଳତା ପାଇଥିଲେ। ଏପରିକି ସେତେବେଳେ ନିଷ୍ପତ୍ତି ସମୀକ୍ଷା ସିଷ୍ଟମ (ଡିଆରଏସ୍‌)କୁ ଧୋନୀ ସମୀକ୍ଷା ସିଷ୍ଟମ ଭାବରେ କେହି କେହି କହୁଥିଲେ। କିନ୍ତୁ ଏବେ ଡିଆର୍‌ଏସ୍‌ ପାଇଁ ଭାରତ ପ୍ରକୃତରେ ସଂଘର୍ଷ କରୁଛି। ଭାରତର ଏପରି ଅବସ୍ଥା ଦେଖି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭାରତର ଅବସ୍ଥାକୁ ପରିହାସ କରିଛନ୍ତି। ସେ କହିଛନ୍ତି ଯେ, ଭାରତର ଡିଆରଏସ୍‌ ଦେଖି ପରେ ହସିବା ବେଳେ ତାଙ୍କ ଆଖିରୁ ଲୁହ ଆସୁଛି।
ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଡିଆରଏସ୍‌ କଲରେ ବିଫଳ ହୋଇଛି। ଶୁକ୍ରବାର ଲର୍ଡସ ଟେଷ୍ଟ ସମୟରେ ଭାରତ ଲଜ୍ଜାଜନକ ଭାବରେ ତିନି ଓଭରରେ ଦୁଇଟି ଡିଆର୍‌ଏସ୍‌ ନେଇ ବିଫଳ ହୋଇଥିଲା। ଜୋ ରୁଟଙ୍କ ଉଇକେଟ ପାଇଁ ଉଭୟ ଡିଆରଏସ ନେଇଥିଲେ କୋହଲି। ଭାରତର ଖରାପ ନିଷ୍ପତ୍ତି ଦେଖି ଅନେକ ପ୍ରଶଂସକ ଧୋନୀଙ୍କୁ ମନେ ପକାଇ ଥିବାବେଳେ ମାଇକେଲ ଭନ ହସିବା ବନ୍ଦ କରି ପାରି ନ ଥିଲେ।

Share