ଅଡିଶନ୍‌ କଥା ଭୁଲିପାରିବି ନାହିଁ

ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ଦଙ୍ଗଲ’ର ବବିତା ଫୋଗଟ ଚରିତ୍ରକୁ। ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ନବାଗତା ସାନ୍ୟା ମାଲହୋତ୍ରା। ହେଲେ ଏପରି ଭୂମିକାଟିଏ ପାଇବା ପାଇଁ ତାଙ୍କୁ ବେଶ୍‌ କସରତ କରିବାକୁ ପଡିଥିଲା। କେବଳ ଏହି ରୋଲ୍‌ ପାଇଁ କେତେ ଜଣ ଅଡିସନ ଦେଇଥିଲେ ଜାଣନ୍ତି ? ୧୦,୦୦୦ ଜଣ ଅଭିନେତ୍ରୀ। ସେମାନଙ୍କ ମଧ୍ୟରୁ ଶେଷରେ ବାଜି ମାରି ନେଇଥିଲେ ସାନ୍ୟା। ପାଖାପାଖି ମାସେ ଧରି ଏହି ଅଡିଶନ ଚାଲିଥିଲା। ଏ ବିଷୟରେ ସାନ୍ୟା କହନ୍ତି, ‘ଏହି ଅଡିଶନକୁ ମୁଁ ସାରା ଜୀବନ ଭୁଲି ପାରିବି ନାହିଁ। କାରଣ ମାସେ ପର୍ଯ୍ୟନ୍ତ ମୁଁ ଟେନସନରେ ଥିଲି। ଏହି ରୋଲ ପାଇଁ ମୁଁ ସିଲେକ୍ଟ ହେବି ବୋଲି ମୋର ଦୃଢ଼ ବିଶ୍ୱାସ ଥିଲା। ହେଲେ ମୋ ସହ ୧୦,୦୦୦ ଅଭିନେତ୍ରୀ ମଧ୍ୟ ଏଥିପାଇଁ ଆଶାୟୀ ଥିଲେ। ଯାହାହେଉ ଶେଷରେ ମୋର ଆଶା ପୂରଣ ହୋଇଥିଲା। ଏହାବ୍ୟତୀତ ଜଣେ ଅନ୍ତର୍ଜାତୀୟ ରେସଲର ଭୂମିକା ତୁଲାଇବା ଏତେ ସହଜ ନ ଥିଲା।’ ଏହି ଭୂମିକାଟିକୁ ସଫଳ ପରିବା ପାଇଁ କ୍ରିପା ଶଙ୍କରଙ୍କ ନିକଟରୁ ଟ୍ରେନିଂ ନେଇଥିଲେ ସାନ୍ୟା। ତା’ସହ ଭୂମିକାଟି ସାନ୍ୟାଙ୍କୁ ବେଶ୍‌ ମାଇଲେଜ ଦେଇଥିଲା। ଏଥିରେ ଆମୀର ଖଁ।ଙ୍କ ବାପା ଭୂମିକା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା।

Share