Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଧାନ ବିହନ କିଣିଥିଲି: ସବ୍ୟସାଚୀ ବିଷୋୟୀ

ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ ମୋର ଜନ୍ମ। ଜାତିରେ ଜନଜାତି ନହେଲେ ମଧ୍ୟ ସଂସ୍କୃତିରେ ସମ୍ପୁର୍ଣ୍ଣ ଆଦିବାସୀ ଜୀବନଶୈଳୀ ପ୍ରତିଭାତ। ସେମାନଙ୍କ ସହିତ ଏକାକାର ହେବାର ସୌଭାଗ୍ୟ ମିଳିଛି। ବାଲ୍ୟଜୀବନ ସେମାନଙ୍କ ସହିତ ବିତିବା ପରେ ପ୍ରାଥମିକରୁ ଦଶମ ଯାଏଁ ସରକାରୀ ଉଚ୍ଚ ବିଦ୍ୟାଳୟ କଣ୍ଟାମାଳଠାରେ ଶିକ୍ଷାଲାଭ କରିଥିଲି। ଏଠାରେ ଶିକ୍ଷକ ବବୃବାହନ ନାୟକ ଓ ବିଦ୍ୟାଧର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ପ୍ରଥମ ଛାତ୍ର ଭାବେ ଦଶମରେ ଉର୍ତ୍ତିଣ୍ଣ ହୋଇଥିଲି। ଭୈରବ ମହାବିଦ୍ୟାଳୟ ଡାବୁଗାଁରେ ଯୁକ୍ତଦୁଇ ଓ ନବରଙ୍ଗପୁର ମହାବିଦ୍ୟାଳୟରେ ଯୁକ୍ତତିନି ପଢିବା ପରେ ମୁଣ୍ଡେଇବାକୁ ପଡିଥିଲା ପାରିବାରିକ ଜଞ୍ଜାଳ। ଯୁକ୍ତତିନି ପରେ ୨୦୧୮ ମସିହାରେ ଗୋଟିଏ ଏନ୍‌ଜିଓ ସଂସ୍ଥାରେ ଯୋଗଦେଇ ପ୍ରଥମ ରୋଜଗାର କରିଥିଲି।

ପ୍ରଥମ ରୋଜଗାର ଖୁବ କମ ଥିଲେ ମଧ୍ୟ ଜମି ପାଇଁ କିଣିଥିଲି ଧାନ ବିହନ। ସେହି ବର୍ଷଠାରୁ ନିଜେ ଚାଷକାମ କରିବା ଆରମ୍ଭ କଲି। ମୋର ପ୍ରଥମ ରୋଜଗାର ମତେ ଚାଷକାମ କରିବା ପାଇଁ ବାଟ ଦେଖାଇଥିଲା। ତେଣୁ ଏନ୍‌ଜିଓ ସଂସ୍ଥା ଛାଡି ଚାଷ କରିବା ଶିଖିଲି। ଏବେ ଚାଷକୁ ଜୀବିକା କହିବାରେ କୌଣସି ଦ୍ବିଧା ନାହିଁ। ଏହାବ୍ୟତୀତ ସୃଜନଶୀଳତା ପ୍ରତି ରହିଛି ଅହେତୁକ ଦୂର୍ବଳତା। ଆଦିବାସୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ସାମାଜିକ ଜୀବନଶୈଳୀ ପ୍ରତି ଆକୃଷ୍ଟ ହୋଇ କ୍ରମେ ଅବିଭକ୍ତ କୋରାପୁଟ ଓ ଅବିଭକ୍ତ ବସ୍ତର ଜିଲାର ଲୋକ ସଂସ୍କୃତି ଉପରେ ଲେଖାଲେଖି କରେ। ମୋ ଲେଖାରେ ଗବେଷଣା’ ତ ନୁହେଁ ମୁଁ ଭୋଗୁଥିବା ଆଦିବାସୀ ଜନସମାଜର ସଂସ୍କୃତିକୁ ହିଁ ଛାଞ୍ଚୁଛି। ଗୀତକୁଡିଆ ଗୀତର ଆଲୋଚନା ପୁସ୍ତକ ‘ଗୀତମାରା’, ନ୍ୟାସନାଲ ବୁକ୍‌ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଦେଶିଆ ଭାଷାର ଅନୁବାଦ ପୁସ୍ତକ ‘କାଏ ହେଲା’, ଦେଶିଆ ଭାଷାର କବିତା ସଙ୍କଳନ ‘ବାଲିଫୁଲ’ ଓ ଓଡିଆ କବିତା ପୁସ୍ତକ ‘ପ୍ରେମିକା’ ପ୍ରକାଶିତ ହୋଇଛି । ଲୋକ ଦେବୀ ଦେବତାମାନଙ୍କ ଉପରେ ଆଗକୁ ଗୋଟିଏ ପ୍ରବନ୍ଧ ପୁସ୍ତକ ମଧ୍ୟ ଆସୁଛି। ଆକାଶବାଣୀ ଓ ଦୂରଦର୍ଶନରେ ଲେଖା ବିଭିନ୍ନ ସମୟରେ ବାଜୁଛି। ଏ ସବୁ ହିଁ ମୁଁ ସଞ୍ଚୟ କରୁଥିବା ସମ୍ପଦ।

ଅବିଭକ୍ତ କୋରାପୁଟ ତଥା ଓଡିଶାର ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ଆରମ୍ଭ କରିଛି ‘ହର୍ଷିତା’ ନାମରେ ଗୋଟିଏ ପ୍ରକାଶନୀ ସଂସ୍ଥା। ବଡ଼ମାନଙ୍କ ଆଶୀର୍ବାଦ, ସାନମାନଙ୍କ ଭଲପାଇବା ଓ ପରିବାରବର୍ଗଙ୍କ ସହଯୋଗ ହିଁ ଆଗାମୀ ଜୀବନକୁ ସରସ ସୁନ୍ଦର କରିବ। ସେତିକି ମମତ୍ୱ ମତେ ସବୁବେଳେ ମିଳିଛି ତେଣୁ ସମସ୍ତଙ୍କୁ ମୋର ଆନ୍ତରିକ କୃତଜ୍ଞତା ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ବେଡ୍‌ରୁମ୍‌ AC ଉପରେ ବସିଥିଲା ସାପ, ହଠାତ୍‌ ଘଟିଲା….ଦେଖନ୍ତୁ Video

ନୂଆଦିଲ୍ଲୀ,୨୪।୨: ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ରୁମ୍‌ରେ ବସି ଏସିର ମଜା ନିଅନ୍ତି। କିନ୍ତୁ ସେଇ ଏସିରେ ଯଦି ଏକ ବିପଦଜନକ ପ୍ରାଣୀକୁ ଦେଖନ୍ତି ତେବେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri